Advertisment

ନବରାତ୍ରୀରେ ଭୁଲରେ ବି କରନ୍ତୁନି ଏସବୁ କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ରୁ ଆରମ୍ଭ ହେଉଛି ନବରାତ୍ରୀ। ମହାମାୟା ଦୁର୍ଗା ଧରାପୃଷ୍ଠରେ ଅବତରଣ କରି ପାପର ସଂହାର କରିବେ। ତେଣୁ ଏହି ନ’ ଦିନ ମାଆଙ୍କର ପୂଜା ବିଧି ବିଧାନର ସହ କରାଯାଇଥାଏ। ନଚେତ୍‌ ମା’ଙ୍କର କୋପ ଦୃଷ୍ଟି ପଡ଼ିବା ସହ ପୂଜା ମଧ୍ୟ ଅସଫଳ ହୋଇଥାଏ। ତେଣୁ ନବରାତ୍ରୀରେ ମା’ଙ୍କ ପୂଜା ସମୟରେ କିଛି ଜିନିଷ ବାରଣ ଥାଏ। ଆଜି ଆମେ ଆପଣଙ୍କୁ ଏଗୁଡ଼ିକ ବିଷୟରେ କହିବୁ। ୧) ମା’ଙ୍କୁ ଲାଲ୍‌ ରଙ୍ଗର ବସ୍ତ୍ର […]

ଅଦ୍ୟତନ ହୋଇଛି
ନବରାତ୍ରୀରେ ଭୁଲରେ ବି କରନ୍ତୁନି ଏସବୁ କାମ

maa ambe

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ରୁ ଆରମ୍ଭ ହେଉଛି ନବରାତ୍ରୀ। ମହାମାୟା ଦୁର୍ଗା ଧରାପୃଷ୍ଠରେ ଅବତରଣ କରି ପାପର ସଂହାର କରିବେ। ତେଣୁ ଏହି ନ' ଦିନ ମାଆଙ୍କର ପୂଜା ବିଧି ବିଧାନର ସହ କରାଯାଇଥାଏ। ନଚେତ୍‌ ମା’ଙ୍କର କୋପ ଦୃଷ୍ଟି ପଡ଼ିବା ସହ ପୂଜା ମଧ୍ୟ ଅସଫଳ ହୋଇଥାଏ। ତେଣୁ ନବରାତ୍ରୀରେ ମା’ଙ୍କ ପୂଜା ସମୟରେ କିଛି ଜିନିଷ ବାରଣ ଥାଏ। ଆଜି ଆମେ ଆପଣଙ୍କୁ ଏଗୁଡ଼ିକ ବିଷୟରେ କହିବୁ।

Advertisment

୧) ମା’ଙ୍କୁ ଲାଲ୍‌ ରଙ୍ଗର ବସ୍ତ୍ର ବେଶ୍ ପସନ୍ଦ। ତେଣୁ ଅନ୍ୟ ରଙ୍ଗ ପରିବର୍ତ୍ତେ ମା’ଙ୍କୁ ସବୁବେଳେ ଲାଲ୍‌ ରଙ୍ଗର ବସ୍ତ୍ର ହିଁ ପିନ୍ଧାନ୍ତୁ।

publive-image୨) ନବରାତ୍ରୀର ପୂଜା ସମୟରେ କଳା ରଙ୍ଗର ବସ୍ତ୍ର, ଚମଡ଼ାର ବେଲ୍ଟ, ପର୍ସ ଓ ଜୋତାର ବ୍ୟବହାର କରନ୍ତୁ ନାହିଁ।

Advertisment

୩) ପୂଜା କରିବା ସମୟରେ କେବେହେଲେ ତଳେ ବସନ୍ତୁ ନାହିଁ। ସବୁବେଳେ ଆସନରେ ବସି ମା’ଙ୍କର ପୂଜା କରନ୍ତୁ।

୪) ନବରାତ୍ରୀରେ ଘରକୁ ଯଦି କେହି କୁଣିଆ ଆସନ୍ତି, ତେବେ ତାଙ୍କୁ କେବେ ବି ଭୋକିଲା ଯିବାକୁ ଦିଅନ୍ତୁ ନାହିଁ। କିଛି ନା କିଛି ଟିକେ ଖାଇବାକୁ ଦେଇ ବିଦାୟ ଦେଲେ ଭଲ।

publive-image୫) ନବରାତ୍ରୀ ଚାଲିଥିବାବେଳେ ଯଦି କେହି ଛୋଟ କନ୍ୟା ଆପଣଙ୍କ ଘରକୁ ଆସୁଛି, ତେବେ ତାକୁ କେବେହେଲେ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ।

୬) ନବରାତ୍ରୀର ୯ ଦିନ ମା’ଙ୍କୁ ଅନ୍ନ ଭୋଗ ଲଗାନ୍ତୁ ନାହିଁ। ଏଥିସହ ଘରେ ଏହି ୯ ଦିନ  ପିଆଜ, ରସୁଣ ଓ ଆମିଷ ବର୍ଜନ କରନ୍ତୁ।

୭) ନବରାତ୍ରୀଠୁ ଆରମ୍ଭ କରି ବିଜୟା ଦଶମୀ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କରୁ ଦୂରେଇ ରହି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରନ୍ତୁ।

publive-image୮) ନ ଦିନ ପର୍ଯ୍ୟନ୍ତି ଠାକୁର ଘରେ କେବେ ବି ଦୀପ ଲିଭିବାକୁ ଦିଅନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

୯) ମାସିକ ଧର୍ମ ହୋଇଥିବା ମହିଳା ନବରାତ୍ରୀ ପୂଜାରୁ ଦୂରେଇ ରୁହନ୍ତୁ। ପୂଜାରେ ବ୍ୟବହାର ସାମଗ୍ରୀକୁ ମଧ୍ୟ ଛୁଅଁନ୍ତୁ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe