Advertisment

ଖରାପ ହୋଇଥିବା ଇଲେକ୍ଟ୍ରୋନିକ୍‌ ଜିନିଷ ଘରେ ରଖିଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବଳ ଯେ ଭୁଲ୍‌ ଦିଗରେ ଘର ହେଲେ ବାସ୍ତୁ ଦୋଷ ଦେଖାଯାଏ, ତାହା ନୁହେଁ। ଏମିତି କିଛି ଜିନିଷ ରହିଛି, ଯେଉଁଗୁଡ଼ିକ ଘରେ ପଡ଼ି ରହିଲେ ବି ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।  ଘରେ ଆମେ ପକାଇ ରଖୁଥିବା ଖରାପ ଇଲେକ୍ଟ୍ରୋନିକ୍‌ ଜିନିଷ ମଧ୍ୟ ବାସ୍ତୁ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଏ ବିଷୟରେ ଅଧିକ କିଛି ଜାଣିବା। ୧. ଅନେକ ସମୟରେ ନଷ୍ଟ ହୋଇ ଯାଇଥିବା ଟିଭି, ମୋବାଇଲ୍‌ ଚାର୍ଜର୍‌ ଓ […]

ଅଦ୍ୟତନ ହୋଇଛି
ଖରାପ ହୋଇଥିବା ଇଲେକ୍ଟ୍ରୋନିକ୍‌ ଜିନିଷ ଘରେ ରଖିଛନ୍ତି କି ?

k1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବଳ ଯେ ଭୁଲ୍‌ ଦିଗରେ ଘର ହେଲେ ବାସ୍ତୁ ଦୋଷ ଦେଖାଯାଏ, ତାହା ନୁହେଁ। ଏମିତି କିଛି ଜିନିଷ ରହିଛି, ଯେଉଁଗୁଡ଼ିକ ଘରେ ପଡ଼ି ରହିଲେ ବି ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।  ଘରେ ଆମେ ପକାଇ ରଖୁଥିବା ଖରାପ ଇଲେକ୍ଟ୍ରୋନିକ୍‌ ଜିନିଷ ମଧ୍ୟ ବାସ୍ତୁ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଏ ବିଷୟରେ ଅଧିକ କିଛି ଜାଣିବା।

Advertisment

୧. ଅନେକ ସମୟରେ ନଷ୍ଟ ହୋଇ ଯାଇଥିବା ଟିଭି, ମୋବାଇଲ୍‌ ଚାର୍ଜର୍‌ ଓ ବ୍ୟାଟେରୀ ନ ଫିଙ୍ଗି ଘରର କୌଣସି କୋଣରେ ଆପଣ ରଖି ଦିଅନ୍ତି। କିନ୍ତୁ ଏପରି କରନ୍ତୁ ନାହିଁ। ଏଗୁଡ଼ିକ ଘରେ ନକାରାତ୍ମକ ଶକ୍ତି ଉତ୍ପନ୍ନ କରିଥା’ନ୍ତି।

୨. ଘରେ ଥିବା ଇଲେକ୍ଟ୍ରୋନିକ୍‌ ତାର ଗୁଡ଼ାଇ ହୋଇ କିମ୍ୱା ଛନ୍ଦି ହୋଇ ରହିଥିଲେ, ଏହାକୁ ତୁରନ୍ତ ସଜାଡ଼ି ନିଅନ୍ତୁ। ଏହାଦ୍ୱାରା ଜୀବନରେ ସମସ୍ୟା ବଢ଼ିଥାଏ।

Advertisment

publive-image

୩. ଯଦି ଘରେ କୌଣସି ଇଲେକ୍ଟ୍ରୋନିକ୍‌ ଜିନିଷ ଅଛି ଏବଂ ଆପଣ ସେଗୁଡ଼ିକୁ ବ୍ୟବହାର କରୁନାହାନ୍ତି, ତା’ହେଲେ ତୁରନ୍ତ ସେଗୁଡ଼ିକୁ କାହାକୁ ଦାନ କରି ଦିଅନ୍ତୁ। ସେସବୁ ଘରେ ପଡ଼ି ରହିଲେ ନକାରାତ୍ମକ ଶକ୍ତି ବାସ କରିଥା’ନ୍ତି।

publive-image

୪. ବ୍ୟବହାର କରୁଥିବା ଇଲେକ୍ଟ୍ରୋନିକ୍‌ ଜିନିଷକୁ ଠିକ୍‌ ଭାବରେ ରଖିବା ମଧ୍ୟ ଜରୁରୀ। ଏହି ଜିନିଷ ସବୁ ଅସଜଡ଼ା ହୋଇ ରହିଲେ ବି ବାସ୍ତୁ ଦୋଷ ଦେଖା ଦେଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe