Advertisment

ଶଙ୍ଖ ଫୁଙ୍କୁଥିଲେ ଜାଣି ରଖନ୍ତୁ ଏହି ନିୟମ, ନଚେତ ପଡ଼ିବ ଭଗବାନଙ୍କ କୋପ ଦୃଷ୍ଟି

ଶଙ୍ଖ ଫୁଙ୍କିବା ପୂର୍ବରୁ ତାହାକୁ ଗଙ୍ଗା ଜଳରେ ଭଲ ଭାବେ ଧୋଇବା ଉଚିତ।

author-image
Niharika Rout
blowing-the-conch

blowing-the-conch

ହିନ୍ଦୁ ଧର୍ମର ପବିତ୍ର ବାଦ୍ୟ ଯନ୍ତ୍ର ମଧ୍ୟରୁ ଶଙ୍ଖ ଅନ୍ୟତମ । ଧାର୍ମିକ ତଥା ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ ଶଙ୍ଖନାଦରୁ ହିଁ ହୋଇଥାଏ। ବଂଶୀ ଭଗବାନ କୃଷ୍ଣଙ୍କ ଅତି ପ୍ରିୟ ହୋଇଥିବା ବେଳେ ଶଙ୍ଖ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ। ଶଙ୍ଖ ଫୁଙ୍କିବା ଦ୍ୱାରା ଘରୁ ନକରାତ୍ମକ ଉର୍ଜା ଦୂର ହେବା ସହ ସକରାତ୍ମକ ଉର୍ଜାରେ ଭରି ଯାଇଥାଏ ବୋଲି ବିଶ୍ୱାସ ରହିଛି। 

Advertisment

କିନ୍ତୁ ଶଙ୍ଖ ବଜାଇବାର କିଛି ନିୟମ ରହିଛି, ଯାହାକୁ ପାଳନ କଲେ ଭଲ ଫଳ ପ୍ରାପ୍ତି ହୋଇଥାଏ। ଆସନ୍ତୁ ଏପରି କିଛି ନିୟମକୁ ଜାଣିବା।

  • ଶଙ୍ଖ ଫୁଙ୍କିବା ପୂର୍ବରୁ ତାହାକୁ ଗଙ୍ଗା ଜଳରେ ଭଲ ଭାବେ ଧୋଇବା ଉଚିତ।
  • ପୂଜା ଘରେ ରଖାଯାଉଥିବା ଶଙ୍ଖକୁ ସବୁବେଳେ ପୂଜା ନିମନ୍ତେ ହିଁ ବ୍ୟବହାର କରନ୍ତୁ । ଅର୍ଥାତ ଉକ୍ତ ଶଙ୍ଖରେ ସବୁବେଳେ ଭଗବାନଙ୍କ ଜଳାଭିଷେକ କରନ୍ତୁ। ତାହାକୁ ଫୁଙ୍କିବା ନିମନ୍ତେ ବ୍ୟବହାର କରନ୍ତୁ ନାହିଁ। ଫୁଙ୍କିବା ନିମନ୍ତେ ଅନ୍ୟ ଏକ ଶଙ୍ଖ ବ୍ୟବହାର କରନ୍ତୁ।
  • ପୂଜା ଘରେ କେବଳ ଗୋଟିଏ ଶଙ୍ଖ ରଖନ୍ତୁ । ଫୁଙ୍କିବା ପାଇଁ ଉଦ୍ଦିଷ୍ଟ ଶଙ୍ଖକୁ ଅନ୍ୟ ଏକ ପବିତ୍ର ସ୍ଥାନରେ ରଖନ୍ତୁ।
  • ଶଙ୍ଖରେ ଆପଣ ଭଗବାନ ଶିବ ଓ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।
  • ବିଷ୍ଣୁ ଭଗବାନଙ୍କ ଜଳାଭିଷେକ ବି ଆପଣ ଶଙ୍ଖ ଦ୍ୱାରା କରନ୍ତୁ। ଏହାଦ୍ୱାରା ପ୍ରଭୁଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ ଓ ଜୀବନରେ ଖୁବ୍‌ ଉନ୍ନତି କରିବେ।
  • ସୂର୍ଯ୍ୟୋଦୟ ତଥା ସୂର୍ଯ୍ୟ ଅସ୍ତ ପୂର୍ବ ସମୟକୁ ଶଙ୍ଖ ଫୁଙ୍କିବାର ସବୁଠୁ ଶୁଭ ମୁହୂର୍ତ୍ତ ବୋଲି ବିବେଚନା କରାଯାଏ ।
  • ପୂଜା ପାଇଁ ଉଦ୍ଦିଷ୍ଟ ଶଙ୍ଖରେ ସବୁବେଳେ ପାଣି ଭରି ରଖନ୍ତୁ।
Advertisment

କେତେବେଳେ ଶଙ୍ଖ ନ ଫୁଙ୍କିବା ଉଚିତ 

  • ରାତି ସମୟରେ ଶଙ୍ଖ ଫୁଙ୍କିବା ଦ୍ୱାରା ବହୁ ମାନସିକ ସମସ୍ୟା ଉତ୍ପନ ହୋଇଥାଏ। ଏହାଦ୍ୱାରା ମନ ଅସ୍ଥିର ହୋଇଥାଏ ଓ ଅଜ୍ଞାନ ଭୟ ମନରେ ଘର କରିଥାଏ। ଅଚାନକ ରାତିରେ ଶଙ୍ଖ ଧ୍ୱନି ଶୁଣିଲେ ବହୁ ଲୋକଙ୍କ ମନରେ ଭୟ ଦେଖାଦେଇଥାଏ। ଏଥିସହ ରାତିରେ ଶଙ୍ଖ ବଜାଇବା ସ୍ୱାସ୍ଥ୍ୟ ପାଇଁ ଖରାପ ବୋଲି ବିବେଚନା କରାଯାଇଥାଏ।
  • ଧର୍ମଶାସ୍ତ୍ର ଅନୁଯାୟୀ, ରାତିରେ ଶଙ୍ଖ ବଜାଇବା ଦ୍ୱାରା ଦେବତାଙ୍କ ନିଦରେ ବିଘ୍ନ ସୃଷ୍ଟି ହୋଇଥାଏ। ତେଣୁ ଏହାଦ୍ୱାରା ଦେବାଦେବୀଙ୍କ କୋପ ଦୃଷ୍ଟି ପଡ଼ିବାର ଭୟ ସୃଷ୍ଟି ହୋଇଥାଏ। ତେଣୁ ରାତିରେ ଶଙ୍ଖନାଦ କରିବାକୁ ବାରଣ କରାଯାଇଥାଏ।
  • ଦେବାଦେବୀ ଭୋରରୁ ଜାଗ୍ରତ ଅବସ୍ଥାରେ ଥିବା ବେଳେ ସେତେବେଳେ ଶଙ୍ଖ ଫୁଙ୍କିବାକୁ ଶୁଭ ବୋଲି ବିବେଚନା କରାଯାଇଥାଏ।
Vastu Tips