ଘରେ ପ୍ରବେଶ ପୂର୍ବରୁ ମା’ ଲକ୍ଷ୍ମୀ ଦେଇଥାନ୍ତି ଶୁଭ ସଙ୍କେତ । ଫଳରେ ଶୋଇ ରହିଥିବା ଆପଣଙ୍କ ଭାଗ୍ୟ ନିମିଷେକ ମଧ୍ୟରେ ଚମକି ଉଠିଥାଏ। ମା’ ଲକ୍ଷ୍ମୀଙ୍କ କୃପା ବିନା ଜୀବନରେ ଆର୍ଥିକ ପ୍ରଗତି ସମ୍ଭବପର ହୋଇ ପାରେନା। ତାଙ୍କ କୃପା ଦୃଷ୍ଟି ବିନା ଜୀବନରେ କୌଣସି ସୁଖ ସୁବିଧା ତଥା ସମ୍ପତ୍ତି କାମନା କରିବା ବୃଥା। ଯେଉଁଠି ମା’ ଲକ୍ଷ୍ମୀ ବାସ କରନ୍ତି, ସେଠାରେ ସବୁବେଳେ ଟଙ୍କା ବର୍ଷା ହୋଇଥାଏ। ତେଣୁ ଆସନ୍ତୁ ଜାଣିବା ମା’ଙ୍କ ଆଗମନର ସୂଚନାକୁ କିପରି ଆମେ ଜାଣି ପାରିବା
ପେଚାକୁ ମା’ ଲକ୍ଷ୍ମୀଙ୍କ ବାହନ ବୋଲି ବିବେଚନା କରାଯାଏ। ତେଣୁ ପେଚା ଦେଖିବାକୁ ଶୁଭ ବୋଲି ଧରାଯାଏ। ଅର୍ଥାତ ମା’ଙ୍କ ଆଗମନର ଏହା ଆଭାସ ବୋଲି ଧରାଯାଏ । ଏଥିସହ ଯଦି ସୂର୍ଯ୍ୟୋସ୍ତ ପରେ ପେଚା ଦେଖିଥାନ୍ତି ତାହୁ ସବୁଠୁ ଶୁଭ ବୋଲି ଧରାଯାଏ।
ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ଏକ ରୂପ ବୋଲି ଧରାଯାଏ। ଏହା ମା’ ଲକ୍ଷ୍ମୀଙ୍କ ଖୁବ୍ ପ୍ରିୟ। ତେଣୁ ସକାଳେ ଘରୁ ବାହାରିବା ସମୟରେ ଯଦି କୌଣସି ମହିଳା ବା ବ୍ୟକ୍ତି ହାତରେ ଝାଡ଼ୁ ଧରିଥିବା ଦେଖାଯାଏ ତାହାକୁ ଖୁବ୍ ଶୁଭ ସଙ୍କେତ ବୋଲି ଧରାଯାଏ।
ଶଙ୍ଖକୁ ମା’ ଲକ୍ଷ୍ମୀଙ୍କ ଭାଇ ବୋଲି ବିବେଚନା କରାଯାଏ । ଆପଣ ସକାଳୁ ଉଠି ଶଙ୍ଖ ଫୁଙ୍କା ହେଉଥିବାର ଶବ୍ଦ ଶୁଣିବାକୁ ପାଇଲେ ଆପଣଙ୍କ ଦିନଟି ଖୁବ୍ ଭଲରେ ବିତିବ ବୋଲି ଧରି ନିଅନ୍ତୁ। ଅର୍ଥାତ ମା’ ଲକ୍ଷ୍ମୀ ଖୁବ୍ ଶୀଘ୍ର ଆପଣଙ୍କ ଉପରେ କୃପା ଦୃଷ୍ଟି ପକାଇବେ।
ଯଦି ଆପଣଙ୍କ ଘରକୁ କଳା ଜନ୍ଦାର ଲମ୍ବା ଲାଇନ୍ ଲମ୍ବିଥାଏ ତାହାର ଅର୍ଥ ଆପଣଙ୍କ ଘରେ ମା’ ଲକ୍ଷ୍ମୀ ପ୍ରବେଶ କରି ସାରିଲେଣି। ଏଥିସହ ଖୁବ୍ ଶୀଘ୍ର ଆପଣ ଆର୍ଥିକ ଦୁର୍ଗତିରୁ ମୁକୁଳି ପାରିବେ ବୋଲି ଜାଣି ରଖନ୍ତୁ।
ସ୍ୱପ୍ନରେ ଆପଣ ବଂଶୀ, ପଦ୍ମ ପୁଲ, ଝାଡ଼ୁ ବା ଗୋଲାପ ଫୁଲ ଦେଖିବାକୁ ପାଇଲେ ଏହା ମା’ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ବୋଲି ଧରାଯାଏ । ଏପରି ସ୍ୱପ୍ନ ଦେଖିଲେ ଜାଣି ରଖନ୍ତୁ, ଆପଣଙ୍କ ଜୀବନରୁ ଆର୍ଥିକ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।