Advertisment

ଦେବାଦେବୀଙ୍କୁ ପାନ ଅର୍ପଣ କଲେ ମିଳିଥାଏ ଶୁଭ ଫଳ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ପୂଜା ପାଠ ସମୟରେ ପାନ ବ୍ୟବହାର ହେଉଥିବାର ଆପଣ ଜାଣିଥିବେ। ଅନେକ ଲୋକ ପାନ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। କିନ୍ତୁ ପୂଜା ବେଳେ ପାନ କାହିଁକି ବ୍ୟବହାର ହୁଏ ଆପଣ ଜାଣିଛନ୍ତି କି? ଆମ ଜୀବନରେ ପାନର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ପାନପତ୍ର ଯଦି ଦେବୀ ଦେବତାଙ୍କୁ ସଠିକ ସମୟରେ ଅର୍ପଣ କରାଯାଏ ତାହାଲେ ଏହା ବହୁତ ଶୁଭ ଫଳ ଦେଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ପାନର ବ୍ୟବହାର […]

ଅଦ୍ୟତନ ହୋଇଛି
ଦେବାଦେବୀଙ୍କୁ ପାନ ଅର୍ପଣ କଲେ ମିଳିଥାଏ ଶୁଭ ଫଳ...

b66

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ପୂଜା ପାଠ ସମୟରେ ପାନ ବ୍ୟବହାର ହେଉଥିବାର ଆପଣ ଜାଣିଥିବେ। ଅନେକ ଲୋକ ପାନ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। କିନ୍ତୁ ପୂଜା ବେଳେ ପାନ କାହିଁକି ବ୍ୟବହାର ହୁଏ ଆପଣ ଜାଣିଛନ୍ତି କି?

Advertisment

ଆମ ଜୀବନରେ ପାନର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ପାନପତ୍ର ଯଦି ଦେବୀ ଦେବତାଙ୍କୁ ସଠିକ ସମୟରେ ଅର୍ପଣ କରାଯାଏ ତାହାଲେ ଏହା ବହୁତ ଶୁଭ ଫଳ ଦେଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ପାନର ବ୍ୟବହାର କରିବା ଦ୍ୱାରା ଶୁଭ ଫଳ ମିଳିଥାଏ।

କାରବାରରେ ସଫଳତା ପାଇଁ

publive-image

ଯଦି ଆପଣଙ୍କର କାରବାର ବା ବ୍ୟବସାୟରେ ସଠିକ ଫଳ ମିଳୁନାହିଁ ତାହାଲେ ଶନିବାର ଦିନ ଆପଣ ଅଶ୍ୱସ୍ଥ ପତ୍ର ଏବଂ ପାଞ୍ଚଟି ପାନ ପତ୍ର ନେଇ ଏକ ସୂତାରେ ବାନ୍ଧି ଆପଣଙ୍କ ଦୋକାନ ବା ଅଫିସ୍‌ରେ ପୂର୍ବ ଦିଗରେ ଟାଙ୍ଗି ଦିଅନ୍ତୁ।  ପୁଣି ତା ପର ଶନିବାର ବାନ୍ଧିଥିବା ପାନ ପତ୍ରକୁ ପାଣିରେ ବିସର୍ଜନ କରିଦିଅନ୍ତୁ। ଏହି ଉପାୟ ଆପଣ ଶନିବାର ହିଁ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

Advertisment

ସୁଖ ସମୃଦ୍ଧି ପାଇଁ

publive-image

ଧାର୍ମିକ ଗ୍ରନ୍ଥରେ ଶ୍ରୀଫଳ ସହ ପାନ ବହୁତ ଶୁଭ ବୋଲି ଧରାଯାଏ। ଯଦି ଆପଣଙ୍କ ଜୀବନରେ ସୁଖ ସମୃନ୍ଧି ଆସୁନାହିଁ। ତାହାଲେ ପୂଜାରେ ଆପଣ ପାନର ବ୍ୟବହାର କରନ୍ତୁ। ଏହାସହ ଆପଣ ଶନିବାର ଦିନ ହନୁମାନଙ୍କୁ ମିଠା ପାନ ଚଢ଼ାନ୍ତୁ। ଏହା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆଣିଦେବ।

ମନୋଷ୍କାମନା ପୂରା କରିବା ପାଇଁ

ଯଦି ଆପଣ ଭଗବତୀଙ୍କ ଉପାସକ ତାହାଲେ ପ୍ରତି ଶୁକ୍ରବାର ମାଆଙ୍କ ଆରାଧନା ବେଳେ ପାନର ବ୍ୟବହାର କରନ୍ତୁ। ଏହା ସହ ଶୁକ୍ରବାର ମାଆଙ୍କୁ ମିଠା ପାନ ଅର୍ପଣ କରନ୍ତୁ। ଲଗାତାର ସାତଟି ଶୁକ୍ରବାର ଏହିପରି କଲେ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି।

ବାଧା ବିଘ୍ନ ଦୂର କରିବାକୁ

publive-image

ଘରକୁ ଆସୁଥିବା ସବୁ ବାଧା ବିଘ୍ନ ଦୂର କରିବାକୁ ବୁଧବାର ଗଣେଶଙ୍କ ମନ୍ଦିର ଯାଇ ପାନ ସହ ସୁପାରି ଏବଂ ଗୁଜୁରାତି ଚଢ଼ାଇବା ଦ୍ୱାରା ଗଣପତି ସବୁ ବାଧା ବିଘ୍ନ ଦୂର କରିଥାନ୍ତି। ଏହା ସହ ଆପଣଙ୍କ ଅଟକିଥିବା କାମ ମଧ୍ୟ ଶୀଘ୍ର ସମାପ୍ତ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe