Advertisment

ଗୃହପାଳିତ ପଶୁପକ୍ଷୀଙ୍କୁ କଷ୍ଟ ଦେଉଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଈଶ୍ୱରଙ୍କ ସମ୍ୱନ୍ଧ ସୃଷ୍ଟିର ପ୍ରତ୍ୟେକ ଜିନିଷ ସହିତ ରହିଛି। ଏଥିପାଇଁ ଆଖପାଖର ସମସ୍ତ ବସ୍ତୁ, ବ୍ୟକ୍ତିବିଶେଷ ଓ ପଶୁପକ୍ଷୀ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥା’ନ୍ତି। ଅନେକ ସମୟରେ ମଣିଷ ଏମାନଙ୍କ ସହିତ ଖରାପ ବ୍ୟବହାର କରିଥାଏ ଓ ଏହାର ପ୍ରଭାବରୁ ଖରାପ ଫଳ ପାଇଥାଏ। ଅନେକ ଲୋକ ଘରେ ଶୁଆ, ବିଲେଇ, କୁକୁର, ଗାଈ ଓ ଠେକୁଆ ଆଦି ରଖନ୍ତି। ସେମାନଙ୍କୁ ଖୁବ୍ ଆଦର ବି କରନ୍ତି। ତେବେ ସେମାନଙ୍କ […]

ଗୃହପାଳିତ ପଶୁପକ୍ଷୀଙ୍କୁ କଷ୍ଟ ଦେଉଛନ୍ତି କି ?

mitu

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଈଶ୍ୱରଙ୍କ ସମ୍ୱନ୍ଧ ସୃଷ୍ଟିର ପ୍ରତ୍ୟେକ ଜିନିଷ ସହିତ ରହିଛି। ଏଥିପାଇଁ ଆଖପାଖର ସମସ୍ତ ବସ୍ତୁ, ବ୍ୟକ୍ତିବିଶେଷ ଓ ପଶୁପକ୍ଷୀ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥା’ନ୍ତି। ଅନେକ ସମୟରେ ମଣିଷ ଏମାନଙ୍କ ସହିତ ଖରାପ ବ୍ୟବହାର କରିଥାଏ ଓ ଏହାର ପ୍ରଭାବରୁ ଖରାପ ଫଳ ପାଇଥାଏ।

Advertisment

ଅନେକ ଲୋକ ଘରେ ଶୁଆ, ବିଲେଇ, କୁକୁର, ଗାଈ ଓ ଠେକୁଆ ଆଦି ରଖନ୍ତି। ସେମାନଙ୍କୁ ଖୁବ୍ ଆଦର ବି କରନ୍ତି। ତେବେ ସେମାନଙ୍କ ସହିତ ଖରାପ ବ୍ୟବହାର କଲେ ଖରାପ ଫଳ ମଧ୍ୟ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା, ସେମାନଙ୍କର ଯତ୍ନ ନନେଲେ ବା ସେମାନଙ୍କୁ କଷ୍ଟ ଦେଲେ କେଉଁସବୁ ଅସୁବିଧା ହୋଇଥାଏ।

୧. ବିନା କୌଣସି କାରଣରେ ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ।

୨. ରୋଗ ମାଡ଼ି ବସେ।

୩. ଔଷଧ ଓ ରୋଗରେ ଅଧିକ ଟଙ୍କା ଖର୍ଚ୍ଚ ହୁଏ।

୪. ଲୋକେ ଋଣଗ୍ରସ୍ତ ହୁଅନ୍ତି।

୫. ମାନସିକ ଅଶାନ୍ତି ଦେଖାଦିଏ।

ପଶୁ କିପରି ଆପଣଙ୍କ ଜୀବନକୁ ସୁନ୍ଦର କରିଥା’ନ୍ତି, ଜାଣନ୍ତୁ...

୧. ପଶୁଙ୍କ ଯତ୍ନ ନେଲେ ଶନି ଦଶା କମ୍‌ ହୋଇଥାଏ।

୨. ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ମିଳେ।

୩. ସେମାନଙ୍କୁ ଖାଦ୍ୟ ଦେଲେ ଦେଲେ ଜୀବନରେ ଖାଦ୍ୟର ଅଭାବ ହୁଏ ନାହିଁ।

ପକ୍ଷୀ କିପରି ଆମ ଜୀବନକୁ ସୁନ୍ଦର କରିଥାଏ, ଜାଣନ୍ତୁ...

୧. ପକ୍ଷୀଙ୍କୁ ଦାନା ଦେଲେ ରାହୁର ପ୍ରଭାବ କମ୍ ହୋଇଥାଏ।

୨. ପକ୍ଷୀଙ୍କୁ ପିଞ୍ଜରାରୁ ମୁକ୍ତ କଲେ ଋଣ ଓ ମକଦ୍ଦମାରୁ ରକ୍ଷା ମିଳିଥାଏ। ଏହା ସହିତ ଘରୁ କଳହ ଦୂର ହୋଇଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe