Advertisment

ମହା ଶିବରାତ୍ରୀରେ ଘରକୁ ଆଣନ୍ତୁ ଏହି ଜିନିଷ, ବଦଳିଯିବ ଭାଗ୍ୟ

ଶିବଙ୍କ ବାହନ ବୃଷଭ ଅଟେ। କଠିନ ପରିଶ୍ରମ ସତ୍ତ୍ୱେ ଆପଣଙ୍କ ପାଖରେ ଟଙ୍କା ରହୁ ନ ଥିଲେ ରୂପାରେ ଏକ ବୃଷଭ ତିଆରି କରନ୍ତୁ। ଏହାକୁ ମହାଶିବ ରାତ୍ରୀ ଦିନ ଘରକୁ ଆଣନ୍ତୁ।

author-image
Niharika Rout
Maha Shiv Ratri

Maha Shiv Ratri

ପ୍ରତି ବର୍ଷ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀରେ ମହା ଶିବରାତ୍ରୀ ପାଳନ ହୋଇଥାଏ। ଏହି ଦିନ ଶ୍ରଦ୍ଧାଳୁମାନେ ଭଗବାନ ଶିବଙ୍କ ଆରାଧନା କରିଥାନ୍ତି । ଭଗବାନ ଶିବଙ୍କ ପ୍ରିୟ ଜିନିଷ ଏହି ଦିନ ଘରକୁ ଆଣିଲେ ବହୁ ସମସ୍ୟାର ସମାଧାନ ହୋଇଯାଏ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା କ’ଣ ଏହି ସବୁ ଜିନିଷ ।

Advertisment

ଶିବଙ୍କ ବାହନ ବୃଷଭ ଅଟେ। କଠିନ ପରିଶ୍ରମ ସତ୍ତ୍ୱେ ଆପଣଙ୍କ ପାଖରେ ଟଙ୍କା ରହୁ ନ ଥିଲେ ରୂପାରେ ଏକ ବୃଷଭ ତିଆରି କରନ୍ତୁ। ଏହାକୁ ମହାଶିବ ରାତ୍ରୀ ଦିନ ଘରକୁ ଆଣନ୍ତୁ।

ପୂଜା ପରେ ଏହି ବୃଷଭକୁ ଆପଣ ନିଜ ଘରର ଆଲମିରା ବା ଧନ ରହୁଥିବା ସ୍ଥାନରେ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିଥାଏ ।

Advertisment

ଶିବଙ୍କ ପ୍ରିୟ ଏକମୁଖି ରୁଦ୍ରାକ୍ଷକୁ ମନ୍ତ୍ର ଉଚ୍ଚାରଣ ପରେ ଧାରଣ କରନ୍ତୁ। ଏହାଦ୍ୱାରା ବଡ଼ ବଡ଼ ସଙ୍କଟ ଟଳି ଯିବ । ଏହାକୁ ଧନ ରଖୁଥିବା ସ୍ଥାନରେ ରଖିଲେ କେବେ ବି ଅର୍ଥାଭାବ ଦେଖାଯିବନି।

ମହାଶିବ ରାତ୍ରୀ ଦିନ ରତ୍ନରେ ପ୍ରସ୍ତୁତ ଏକ ଶିବଲିଙ୍ଗକୁ ଘରକୁ ଆଣନ୍ତୁ। ଏହାକୁ ଘରେ ରଖିବା ଦ୍ୱାରା ଗ୍ରହ ଦୋଷ କଟି ଯାଇଥାଏ।

ଏହାବାଦ ପାରଦ ଶିବଲିଙ୍ଗକୁ ଘରେ ରଖିବା ଦ୍ୱାରା ପିତୃ ଦୋଷ, କାଳସର୍ପ ଦୋଷ ଓ ବାସ୍ତୁ ଦୋଷ ଦୂର ହୋଇଥାଏ। ଏହାକୁ ମହା ଶିବ ରାତ୍ରୀରେ ଘରକୁ ଆଣିବା ସର୍ବୋତ୍ତମ ସମୟ।

ମହା ମୃତ୍ୟୁଞ୍ଜୟ ଯନ୍ତ୍ରକୁ ନିୟମିତ ପୂଜା କରିବା ଦ୍ୱାରା ବହୁ ରୋଗ, ଅଶାନ୍ତି, ପାରିବାରିକ କଳହକୁ ମୁକ୍ତି ମିଳିଥାଏ। ମହାଶିବ ରାତ୍ରୀରେ ଏହି ସବୁ ଜିନିଷକୁ ଘରକୁ ଆଣିଲେ ନିହାତି ଭାବେ ସୁଖସମୃଦ୍ଧି ବୃଦ୍ଧି ପାଇବ ।

Vastu Tips