Advertisment

ଧନ ତେରାସରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ;ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ସୁନାରୁପା ବ୍ୟତିତ ଏପରି କିଛି ଜିନିଷ ଅଛି ଧନ ତେରାସରେ କିଣିଲେ ଶୁଭ ହୋଇଥାଏ।

author-image
Tapaswini Nayak
maa laxmi

maa laxmi

ଧନ ତେରାସରେ ଭଗବାନ ଧନ୍ୱନ୍ତରୀ, ମା' ଲକ୍ଷ୍ମୀ ଏବଂ କୁବେରଙ୍କର ପୂଜାର୍ଚ୍ଚନା କରାଯାଏ। ଚଳିବ ବର୍ଷ ଧନ ତେରାସ୍ ୧୦ ନଭେମ୍ୱର ଶୁକ୍ରବାର ଦିନ ପଡୁଛି। ଏହି ଦିନ ଲୋକମାନେ ସୁନାରୁପା କିଣିଥାନ୍ତି। ସୁନାରୁପା ବ୍ୟତିତ ଏପରି କିଛି ଜିନିଷ ଅଛି ଧନ ତେରାସରେ କିଣିଲେ ଶୁଭ ହୋଇଥାଏ। ଘରେ ଅଭାବ ଅନଟ଼ନ ଦୂର ହୋଇଥାଏ। ତାହା ହେଲେ ଆସନ୍ତୁ ଜାଣିବା ଧନ ତେରାସରେ ସୁନାରୁପା ବ୍ୟତିତ କ’ଣ କିଣିଲେ ଶୁଭ ଫଳ ମିଳିଥାଏ।

Advertisment

ଝାଡୁ: ଝାଡୁ ହେଉଛି ମାଆ ଲକ୍ଷ୍ମୀଙ୍କ ପ୍ରତୀକ। ଶାସ୍ତ୍ର ଅନୁସାରେ, ଧନ ତେରାସ ଦିନ ଝାଡ଼ୁ କିଣି ବ୍ୟବହାର କରିବା ଦ୍ୱାରା ଘରେ ଥିବା ନକାରାତ୍ମ ଶକ୍ତି ଦୂର ହୋଇଥାଏ। ଏହାସହ ଘରକୁ ମାଆ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।

ବାସନ: ଧନ ତେରାସରେ ବାସନ କିଣିବାର ପରମ୍ପରା ରହିଛି। ଧନ ତେରାସରେ ପିତ୍ତଳ ବାସନ କିଣିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

Advertisment

ଲକ୍ଷ୍ମୀ ଗଣେଶଙ୍କ ମୂର୍ତ୍ତି: ଦୀପାବଳି ଦିନ ଲକ୍ଷ୍ମୀ-ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ଆପଣ ଯେକୌଣସି ଧାତୁରେ କିମ୍ବା ମାଟିରେ ତିଆରି ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି କିଣିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ଘରେ ଅଭାନ ଅନଟନ ଦୂର ହୋଇଥାଏ।

ସୁନା ରୂପା ମୁଦ୍ରା: ଧନତେରାସ ଦିନ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଥିବା ସୁନା କିମ୍ବା ରୂପା ମୁଦ୍ରା କିଣନ୍ତୁ। ଏହି ଦିନ ମୁଦ୍ରାକୁ ପୂଜାରେ ମଧ୍ୟ ବ୍ୟବହାର କରିପାରିବେ। ଏହା କିଣିବା ଦ୍ୱାରା ଶୁଭ ହୋଇଥାଏ।

ଗୋଟା ଧନିଆ : ଧନତେରାସରେ ଗୋଟା ଧନିଆ କିଣନ୍ତୁ। ଏହା କିଣିଲେ ଶୁଭ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

Astrology