Advertisment

କେବଳ ସୁନାଚାନ୍ଦି ନୁହେଁ, ଅକ୍ଷୟ ତୃତୀୟାରେ ଏହି ସବୁ ଜିନିଷ ଘରକୁ ଆଣିଲେ ମଧ୍ୟ ବଢ଼ିବ ଧନସମ୍ପତ୍ତି

ସୁନାଚାନ୍ଦି ପରି ଅକ୍ଷୟ ତୃତୀୟାରେ ଏହି ସବୁ ଜିନିଷ ଘରକୁ ଆଣିଲେ ମିଳିଥାଏ ଶୁଭଫଳ।

author-image
Tapaswini Nayak
ଅଦ୍ୟତନ ହୋଇଛି
Akshay tritiy

Akshay tritiy

ଆସନ୍ତାକାଲି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପଡେ ଅକ୍ଷୟ ତୃତୀୟା। ହିନ୍ଦୁ ଶାସ୍ତ୍ର ଅନୁସାରେ ଏକ ପବିତ୍ର ଦିନ। ଏହି ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟ ଉଚ୍ଚ ରାଶିରେ ଅବସ୍ଥାପିତ କରନ୍ତି। ତେଣୁ ପ୍ରତ୍ୟେକ ଶୁଭ କାମର ଅନୁକୂଳ ଏହି ଦିନ କରାଗଲେ ତାହା ଦୀର୍ଘସ୍ଥାୟୀ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରିବା ସହ ସୁନା,ଚାନ୍ଦି କିଣି ଘରକୁ ଆଣିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଅକ୍ଷୟ ତୃତୀୟା ଦିନ ସୁନା ଚାନ୍ଦି ବ୍ୟତିତ ଅନ୍ୟ କେଉଁ ଜିନିଷ କଣି ଘରକୁ ଆଣିଲେ ଶୁଭଫଳ ପ୍ରାପ୍ତି ହେବା ସହ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ, ଆସନ୍ତୁ ଜାଣିବା।

Advertisment

ମାଟି ପାତ୍ର: ଅକ୍ଷୟ ତୃତୀୟାରେ ମାଟି ପାତ୍ର କିଣି ଘରକୁ ଆଣନ୍ତୁ।  ସେହି ମାଟି ପାତ୍ରକୁ ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଏହା କରିବା ଦ୍ୱାରା ଶୁଭଫଳ ମିଳିଥାଏ।

କଉଡ଼ି: ଅକ୍ଷୟ ତୃତୀୟାରେ କଉଡ଼ି କିଣିଲେ ଶୁଭ ହୋଇଥାଏ। କଉଡ଼ି ମା’ ଲକ୍ଷ୍ମୀଙ୍କ ପ୍ରିୟ ଅଟେ। କଉଡ଼ିକୁ କିଣି ତାକୁ ଲାଲ କପଡ଼ାରେ ବାନ୍ଧି ତେଜୁରିରେ ରଖିଲେ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ। ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।

Advertisment

ଶିବ ଲିଙ୍ଗ: ଏହି ପବିତ୍ର ଦିନରେ ପାରଦରେ ତିଆରି ଶିବ ଲିଙ୍ଗକୁ ଘରକୁ ଆଣନ୍ତୁ। ତାହାକୁ ଘରେ ରଖି ପୂଜା କଲେ ଶୁଭ ହୋଇଥାଏ।

ମା’ ଲକ୍ଷ୍ମୀଙ୍କ ପାଦୁକା: ଅକ୍ଷୟ ତୃତୀୟାରେ ମା’ ଲକ୍ଷ୍ମୀଙ୍କ ପାଦୁକା ଘରକୁ ଆଣି ପୂଜା କରନ୍ତୁ। ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ଓ ଆର୍ଥିକ ସଙ୍କଟ ଦୂର ହେବ। 

Astrology Vastu Tips