Advertisment

ଘରେ ଠିକ୍ ଦିଗରେ ଲଗାଇଛନ୍ତି ତ କ୍ୟାଲେଣ୍ଡର, ନ ହେଲେ ଅଟକିଯିବ ଉନ୍ନତି

ନୂଆ ବର୍ଷରେ ସାଧାରଣତଃ ସମସ୍ତଙ୍କ ଘରକୁ ନୂଆ କ୍ୟାଲେଣ୍ଡର ଆସିଥାଏ। ପୁରୁଣା କ୍ୟାଲେଣ୍ଡରର ସ୍ଥାନ ନିଏ ନୂଆ କ୍ୟାଲେଣ୍ଡର। ଯେପରି ପୁରୁଣା କ୍ୟାଲେଣ୍ଡର ଘରେ ରହିଲେ ଅନେକ ସମସ୍ୟା ଦେଖାଯାଏ ବୋଲି କୁହାଯାଏ, ସେହିପରି ନୂଆ କ୍ୟାଲେଣ୍ଡରକୁ ଠିକଣା ସ୍ଥାନରେ ନ ରଖିଲେ ମଧ୍ୟ ଅଶୁଭ ଫଳ ପ୍ରାପ୍ତି ହୁଏ ବୋଲି କୁହାଯାଏ। ଏଣୁ କ୍ୟାଲେଣ୍ତରକୁ ବାସ୍ତୁ ଅନୁସାରେ ଠିକ୍ ଦିଗରେ ଲଗାନ୍ତୁ। କ୍ୟାଲେଣ୍ଡରକୁ ଘରର ଉତ୍ତର, ପଶ୍ଚିମ କିମ୍ବା ପୂର୍ବ କାନ୍ଥରେ ଲଗାନ୍ତୁ। କ୍ୟାଲେଣ୍ଡରରେ ହିଂସ୍ର […]

ଅଦ୍ୟତନ ହୋଇଛି
ଘରେ ଠିକ୍ ଦିଗରେ ଲଗାଇଛନ୍ତି ତ କ୍ୟାଲେଣ୍ଡର, ନ ହେଲେ ଅଟକିଯିବ ଉନ୍ନତି

calander

Advertisment

ନୂଆ ବର୍ଷରେ ସାଧାରଣତଃ ସମସ୍ତଙ୍କ ଘରକୁ ନୂଆ କ୍ୟାଲେଣ୍ଡର ଆସିଥାଏ। ପୁରୁଣା କ୍ୟାଲେଣ୍ଡରର ସ୍ଥାନ ନିଏ ନୂଆ କ୍ୟାଲେଣ୍ଡର। ଯେପରି ପୁରୁଣା କ୍ୟାଲେଣ୍ଡର ଘରେ ରହିଲେ ଅନେକ ସମସ୍ୟା ଦେଖାଯାଏ ବୋଲି କୁହାଯାଏ, ସେହିପରି ନୂଆ କ୍ୟାଲେଣ୍ଡରକୁ ଠିକଣା ସ୍ଥାନରେ ନ ରଖିଲେ ମଧ୍ୟ ଅଶୁଭ ଫଳ ପ୍ରାପ୍ତି ହୁଏ ବୋଲି କୁହାଯାଏ। ଏଣୁ କ୍ୟାଲେଣ୍ତରକୁ ବାସ୍ତୁ ଅନୁସାରେ ଠିକ୍ ଦିଗରେ ଲଗାନ୍ତୁ।

Advertisment

[caption id="attachment_712249" align="aligncenter" width="650"]calander Representational Image[/caption]

  • କ୍ୟାଲେଣ୍ଡରକୁ ଘରର ଉତ୍ତର, ପଶ୍ଚିମ କିମ୍ବା ପୂର୍ବ କାନ୍ଥରେ ଲଗାନ୍ତୁ। କ୍ୟାଲେଣ୍ଡରରେ ହିଂସ୍ର ପଶୁ କିମ୍ବା ଦୁଃଖୀ ଚେହେରା ଥିଲେ, ତାହାକୁ ତୁରନ୍ତ ହଟାଇବା ଦରକାର। ଏ ପ୍ରକାର ଚିତ୍ର ଘରେ ନକାରାତ୍ମକ ଶକ୍ତି ଭରିଥାଏ।
  • ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହେଉଥିବାରୁ ଏହି ଦିଗରେ କ୍ୟାଲେଣ୍ଡର ରଖିବା ଜୀବନର ଉନ୍ନତିକୁ ସୂଚାଇ ଥାଏ। ଲାଲ କିମ୍ବା ଗୋଲାପୀ ରଙ୍ଗର କାଗଜରେ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଚିତ୍ର ଓ ଭଗବାନଙ୍କ ଛବିଥିବା କ୍ୟାଲେଣ୍ଡର ଘରେ ଲଗାନ୍ତୁ।
  • ଉତ୍ତର ଦିଗ କୁବେରଙ୍କ ଦିଗ ବୋଲି ବିବେଚନା କରାଯାଏ। ଏହି ଦିଗରେ କ୍ୟାଲେଣ୍ଡର ଲଗାଉଥିଲେ ସବୁଜ, ନଦୀ, ସମୁଦ୍ର, ଝରଣା ଓ ବିବାହ ଆଦି ଚିତ୍ରରେ ଅଙ୍କିତ ହୋଇଥିବା କ୍ୟାଲେଣ୍ଡରକୁ ଲଗାଇ ପାରନ୍ତି। ଏପରି କ୍ୟାଲେଣ୍ଡରରେ ସବୁଜ କିମ୍ବା ଧଳା ରଙ୍ଗର ଉପଯୋଗ ଅଧିକ ହୋଇଥିଲେ ଭଲ।
Advertisment

[caption id="attachment_712251" align="aligncenter" width="650"]calander Representational image[/caption]

  • ପଶ୍ଚିମ ଦିଗକୁ ଗତିଶୀଳ ଦିଗ ବୋଲି ବିବେଚନା କରାଯାଏ। ଏହି ଦିଗରେ କ୍ୟାଲେଣ୍ଡର ଲଗାଇଲେ ଅଟକି ଥିବା କାର୍ଯ୍ୟ ବି ଖୁବ୍‌ ଜଲଦି ସମାପ୍ତ ହୋଇଯାଇଥାଏ। ଏପରିକି କାର୍ଯ୍ୟଦକ୍ଷତା ବି ବଢ଼ିଥାଏ।
  • ଘଣ୍ଟା ଓ କ୍ୟାଲେଣ୍ଡର ଉଭୟ ହିଁ ସମୟ ତଥା ଦିନ ସୂଚାଇ ଥାଏ । ଦକ୍ଷିଣ ଦିଗକୁ ସାଧାରଣତଃ ସ୍ଥିର ଭାବେ ବିବେଚନା କରାଯାଇଥାଏ। ତେଣୁ ଏହି ଦିଗରେ ସମୟ ସୂଚାଉଥିବା ବସ୍ତୁ ରଖିବା ଉଚିତ ନୁହେଁ। ଏହି ଦିଗରେ କ୍ୟାଲେଣ୍ଡର କିମ୍ବା ଘଣ୍ଟା ଲଗାଇଲେ ତାହା ଉନ୍ନତିର ପଥରେ ପ୍ରତିବନ୍ଧକ ସାଜିଥାଏ। ଏପରିକି ଘରର ମୁଖ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ।

[caption id="attachment_712252" align="aligncenter" width="650"]calander Representaional Image[/caption]

  • ଏହାବାଦ ମୁଖ୍ୟ ଦ୍ୱାର ସମ୍ମୁଖରେ କ୍ୟାଲେଣ୍ଡର ଲଗାଇବା ଉଚିତ ନୁହେଁ। ମୁଖ୍ୟଦ୍ୱାର ଦେଇ ଅତିକ୍ରମ କରୁଥିବା ଊର୍ଜା ଏହା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥାଏ। ପୁଣି ଏହାଦ୍ୱାରା ଅଧିକ ପବନ ଯୋଗୁ କ୍ୟାଲେଣ୍ଡର ସବୁବେଳେ ଓଲଟିବାର ଭୟ ଥାଏ। ଯାହାକୁ କି ଶୁଭ ବୋଲି ଧରା ଯାଇ ନ ଥାଏ।
  • କ୍ୟାଲେଣ୍ଡରରେ ସାଧୁସନ୍ଥ ତଥା ଭଗବାନଙ୍କ ଚିତ୍ର ଥିଲେ ତାହାକୁ ଅଧିକ ପୂଣ୍ୟଦାୟୀ ତଥା ଆନନ୍ଦଦାୟକ ବୋଲି ବିବେଚନା କରାଯାଏ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe