୧୦ ଅକ୍ଟୋବର,ଶନିବାର: ଅପମାନିତ ହୋଇପାରନ୍ତି

ମେଷ: ବିଦେଶରୁ ଶୁଭ ଖବର ମିଳିପାରେ। ଆଶା କରିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବଡ଼ଭାଇଙ୍କ ଠାରୁ ସ୍ନେହ ଆଦର ମିଳିବ। ବୃଷ: କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। ପରିବାରରେ ଖୁସିର ମାହୋଲ ଦେଖାଯିବ। ରାଜନେତାମାନେ ସୁନାମ ଅର୍ଜନ କରିବେ। ମିଥୁନ: କର୍ମଠାରୁ ଆଜି ଭାଗ୍ୟ ବଳବାନ ହେବ। ପିତାଙ୍କ ଠାରୁ ସ୍ନେହ ଶ୍ରଦ୍ଧା ମିଳିବ। ରାଜନୈତିକ ଚାଲ୍‌ ସଫଳ ହେବ। କର୍କଟ: ଅଚାନକ ବହୁ ପରିମାଣରେ ଅର୍ଥବ୍ୟୟ ହୋଇପାରେ। ଶରୀର ସାମାନ୍ୟ ଅସୁସ୍ଥ ରହିବ। ଗବେଷଣାତ୍ମକ କାର୍ଯ୍ୟ […]

hhhhhhh-1

hhhhhhh-1

Tapaswini Nayak
  • Published: Saturday, 10 October 2020
  • Updated: 10 October 2020, 07:57 AM IST

Sports

Latest News

ମେଷ: ବିଦେଶରୁ ଶୁଭ ଖବର ମିଳିପାରେ। ଆଶା କରିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବଡ଼ଭାଇଙ୍କ ଠାରୁ ସ୍ନେହ ଆଦର ମିଳିବ।

ବୃଷ: କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। ପରିବାରରେ ଖୁସିର ମାହୋଲ ଦେଖାଯିବ। ରାଜନେତାମାନେ ସୁନାମ ଅର୍ଜନ କରିବେ।

ମିଥୁନ: କର୍ମଠାରୁ ଆଜି ଭାଗ୍ୟ ବଳବାନ ହେବ। ପିତାଙ୍କ ଠାରୁ ସ୍ନେହ ଶ୍ରଦ୍ଧା ମିଳିବ। ରାଜନୈତିକ ଚାଲ୍‌ ସଫଳ ହେବ।

କର୍କଟ: ଅଚାନକ ବହୁ ପରିମାଣରେ ଅର୍ଥବ୍ୟୟ ହୋଇପାରେ। ଶରୀର ସାମାନ୍ୟ ଅସୁସ୍ଥ ରହିବ। ଗବେଷଣାତ୍ମକ କାର୍ଯ୍ୟ ପାଇଁ ଯୋଜନା କରିବେ।

ସିଂହ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ସଫଳତା ମିଳିବ। ଗୃହର ଛୋଟମୋଟ ସମସ୍ୟା ଦୂର ହେବ।

କନ୍ୟା: କଠିନ ପରିଶ୍ରମର ଫଳ ମିଳିବ। ବହୁ ଲୋକ ଆପଣଙ୍କୁ ଈର୍ଷା କରିପାରନ୍ତି। ସୁରକ୍ଷାକର୍ମୀମାନଙ୍କ କାମ ବଢ଼ିବ।

ତୁଳା: ସନ୍ତାନମାନଙ୍କୁ ନେଇ ଚିନ୍ତା ବଢ଼ିପାରେ। ପେଟରେ ସମସ୍ୟା ଦେଖା ଦେଇପାରେ। କେହି ନ ପଚାରିଲେ ନିଜ ଆଡ଼ୁ ଉପଦେଶ ଦିଅନ୍ତୁ ନାହିଁ।

ବିଛା: ଅପମାନିତ ହୋଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘନିଷ୍ଠ ବନ୍ଧୁଙ୍କ ସହ ମନାନ୍ତର ହେବ।

ଧନୁ: ଗଣମାଧ୍ୟମ ବ୍ୟକ୍ତିମାନେ ପ୍ରଶଂସିତ ହେବେ। ନିଜର ସାହସିକତା ଯୋଗୁଁ ସମସ୍ୟାର ସମାଧାନ କରିବେ। ଧର୍ମ କାର୍ଯ୍ୟ ପାଇଁ ମନ ବଳିବ।

ମକର: ଧନକ୍ଷୟ ହୋଇପାରେ। ଅନ୍ୟକୁ ଦେଇଥିବା କଥା ରଖି ନ ପାରନ୍ତି। ଖାଦ୍ୟ ଓ ପାନୀୟ ପ୍ରତି ସତର୍କ ରୁହନ୍ତୁ।

କୁମ୍ଭ: ଆତ୍ମ ନିର୍ଭରଶୀଳ ହେବେ। ଧର୍ମପତ୍ନୀଙ୍କ ସହ ବହୁ ସମୟ ଅତିବାହିତ କରିବେ। ନୂଆ ଯୋଜନା ସବୁ ମନକୁ ଆସିପାରେ।

ମୀନ: ଅଯଥା ଖର୍ଚ୍ଚ ବଢ଼ିପାରେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେବ। ଏକାନ୍ତରେ ରହିବାକୁ ଇଚ୍ଛା ପ୍ରକାଶ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos