୧୯ ଜୁନ୍‌, ରବିବାର: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ

RASI

RASI

Tapaswini Nayak
  • Published: Sunday, 19 June 2022
  • Updated: 19 June 2022, 08:55 AM IST

ମେଷ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ମନ ବିଚଳିତ ରହିପାରେ। ଘରକୁ ଅତିଥି ଆସିପାରନ୍ତି।

ବୃଷ: ସମସ୍ତ ଦିଗରୁ ଅର୍ଥ ଆଗମନର ଯୋଗ ରହିଛି। ବ୍ୟବସାୟ ବାଣିଜ୍ୟ ଆଶାରୁ ଅଧିକ ଲାଭ ହେବ। ଛାତ୍ରଛାତ୍ରୀମାନେ ପାଠ ପଢ଼ାକୁ ନେଇ ଚିନ୍ତିତ ରହିବେ

ମିଥୁନ: ଶତ୍ରୁ ଉପରେ ବିଜୟ ଲାଭ କରିବେ। ଦୈନିକ ରୋଜଗାରରେ ଲାଭବାନ ହେବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କର୍କଟ: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ଭଲ ହେବ। ମହିଳାମାନେ ଶରୀରିକ ସୁସ୍ଥତା ଅନୁଭବ କରିବେ।

ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିବେ । ଜଗି ରଖି ଯାନବାହନ ଚଲାନ୍ତୁ । ଶରୀରରେ  ଆଘାତ ଲାଗିପାରେ।

କନ୍ୟା: କୌଣସି କାମରେ ଦୂରଯାତ୍ରା କରିପାରନ୍ତି। ଶତ୍ରୁମାନେ ପରାଜିତ ହେବେ। ଘର ପାଇଁ କିଛି ଜିନିଷ କିଣିପାରନ୍ତି।

ତୁଳା: ଆଜି ଦିନଟି ଭଲରେ କଟିବ।  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବାଦ ବିବାଦରୁ ଦୂରେଇ ରୁହନ୍ତୁ।

ବିଛା: ଅସୁସ୍ଥ ହୋଇପାରନ୍ତି।  ବିଶେଷ କରି ଶ୍ୱାସଜନିତ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରୁ ଅଧିକ ଲାଭ ପାଇବେ।

ଧନୁ: ବିଭିନ୍ନ କାରଣରୁ ମନରେ ଅଶାନ୍ତି ଦେଖାଦେଇ ପାରେ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଶରୀର ଅସୁସ୍ଥ ହୋଇପାରେ।

ମକର:  କାର୍ଯ୍ୟକ୍ଷେତ୍ରରେ ମାନ-ସମ୍ମାନ ମିଳିବ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ହଜି ଯାଇଥିବା ଜିନିଷ ହଠାତ୍ ମିଳିପାଇପାରେ।

କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତିହେବ। ଆକସ୍ମିକ ଧନଲାଭ ହୋଇପାରେ। କିନ୍ତୁ ପାରିବାରିକ ଚିନ୍ତା ଲାଗିପାରେ ।

ମୀନ: କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରି ପାରନ୍ତି। ଦୂରସ୍ଥାନକୁ ଭ୍ରମଣ କରି ପାରନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos