୧୯ ଜୁନ୍‌, ରବିବାର: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ

ମେଷ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ମନ ବିଚଳିତ ରହିପାରେ। ଘରକୁ ଅତିଥି ଆସିପାରନ୍ତି। ବୃଷ: ସମସ୍ତ ଦିଗରୁ ଅର୍ଥ ଆଗମନର ଯୋଗ ରହିଛି। ବ୍ୟବସାୟ ବାଣିଜ୍ୟ ଆଶାରୁ ଅଧିକ ଲାଭ ହେବ। ଛାତ୍ରଛାତ୍ରୀମାନେ ପାଠ ପଢ଼ାକୁ ନେଇ ଚିନ୍ତିତ ରହିବେ ମିଥୁନ: ଶତ୍ରୁ ଉପରେ ବିଜୟ ଲାଭ କରିବେ। ଦୈନିକ ରୋଜଗାରରେ ଲାଭବାନ ହେବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍କଟ: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ଭଲ […]

RASI

Tapaswini Nayak
  • Published: Sunday, 19 June 2022
  • , Updated: 19 June 2022, 08:55 AM IST

ମେଷ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ମନ ବିଚଳିତ ରହିପାରେ। ଘରକୁ ଅତିଥି ଆସିପାରନ୍ତି।

ବୃଷ: ସମସ୍ତ ଦିଗରୁ ଅର୍ଥ ଆଗମନର ଯୋଗ ରହିଛି। ବ୍ୟବସାୟ ବାଣିଜ୍ୟ ଆଶାରୁ ଅଧିକ ଲାଭ ହେବ। ଛାତ୍ରଛାତ୍ରୀମାନେ ପାଠ ପଢ଼ାକୁ ନେଇ ଚିନ୍ତିତ ରହିବେ

ମିଥୁନ: ଶତ୍ରୁ ଉପରେ ବିଜୟ ଲାଭ କରିବେ। ଦୈନିକ ରୋଜଗାରରେ ଲାଭବାନ ହେବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କର୍କଟ: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ଭଲ ହେବ। ମହିଳାମାନେ ଶରୀରିକ ସୁସ୍ଥତା ଅନୁଭବ କରିବେ।

ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିବେ । ଜଗି ରଖି ଯାନବାହନ ଚଲାନ୍ତୁ । ଶରୀରରେ  ଆଘାତ ଲାଗିପାରେ।

କନ୍ୟା: କୌଣସି କାମରେ ଦୂରଯାତ୍ରା କରିପାରନ୍ତି। ଶତ୍ରୁମାନେ ପରାଜିତ ହେବେ। ଘର ପାଇଁ କିଛି ଜିନିଷ କିଣିପାରନ୍ତି।

ତୁଳା: ଆଜି ଦିନଟି ଭଲରେ କଟିବ।  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବାଦ ବିବାଦରୁ ଦୂରେଇ ରୁହନ୍ତୁ।

ବିଛା: ଅସୁସ୍ଥ ହୋଇପାରନ୍ତି।  ବିଶେଷ କରି ଶ୍ୱାସଜନିତ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରୁ ଅଧିକ ଲାଭ ପାଇବେ।

ଧନୁ: ବିଭିନ୍ନ କାରଣରୁ ମନରେ ଅଶାନ୍ତି ଦେଖାଦେଇ ପାରେ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଶରୀର ଅସୁସ୍ଥ ହୋଇପାରେ।

ମକର:  କାର୍ଯ୍ୟକ୍ଷେତ୍ରରେ ମାନ-ସମ୍ମାନ ମିଳିବ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ହଜି ଯାଇଥିବା ଜିନିଷ ହଠାତ୍ ମିଳିପାଇପାରେ।

କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତିହେବ। ଆକସ୍ମିକ ଧନଲାଭ ହୋଇପାରେ। କିନ୍ତୁ ପାରିବାରିକ ଚିନ୍ତା ଲାଗିପାରେ ।

ମୀନ: କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରି ପାରନ୍ତି। ଦୂରସ୍ଥାନକୁ ଭ୍ରମଣ କରି ପାରନ୍ତି।

 

Related story