୨୦ନଭେମ୍ବର, ଶୁକ୍ରବାର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ

ମେଷ: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ପରିବାରରେ ହସଖୁସିର ପରିବେଶ ରହିବ। ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ: ବନ୍ଧୁଙ୍କ ସହଯୋଗ ମିଳିବ। ଅଯଥା କାହାରି କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଯୋଜନା କରିବେ।

ମିଥୁନ: ସାମାଜିକ ପ୍ରତିଷ୍ଠା ଅକ୍ଷୂର୍ଣ୍ଣ ରହିବ। ନିଜର ବୁଦ୍ଧି ବଳରେ ସଫଳତାର ଶ୍ରେୟ ପ୍ରାପ୍ତି ହେବେ। ଉଚ୍ଚାଭିଳାସୀ ହେବେ।

କର୍କଟ: ପିଲାମାନେ ମନ ଦେଇ ପାଠ ପଢ଼ିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଆ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ।

ସିଂହ: କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

କନ୍ୟା:  ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।  ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ତୁଳା: ପୁରୁଣା ସମସ୍ୟା ସମାଧାନ ପାଇଁ ଯୋଜନା ପ୍ରସ୍ତୁତ କରି ପାରନ୍ତି। ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହେବ। କୁକୁରକୁ ଖାଇବାକୁ ଦିଅନ୍ତୁ।

ବିଛା: ବ୍ୟସ୍ତତା ଭିତରେ ଦିନଟି କଟିବ। ମାନ-ସମ୍ମାନ ମିଳିବ। ବନ୍ଧୁଙ୍କ ସହଯୋଗ ମିଳିବ।

ଧନୁ: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ ପିଲାଙ୍କ ପାଠପଢାକୁ ନେଇ ଚିନ୍ତିତ ରହିବେ। ଶରୀରରେ ଆଘାତ ଲାଗି ପାରେ।

ମକର: ମନ ବିଚଳିତ ରହିବ। ଅଳସୁଆ ଅନୁଭବ କରିବେ।  ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଅଧିକ ପରିଶ୍ରମ କରିବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

ମୀନ: ଆତ୍ମବିଶ୍ୱାସ ବଢ଼ିବ। ନୂତନ କାମ କରିବାକୁ ଯୋଜନା କରିପାରନ୍ତି। ମିଠା କଥା କହି ଲୋକଙ୍କ ମନ ଜିତିବେ।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।