୨୨ ସେପ୍ଟେମ୍ବର, ମଙ୍ଗଳବାର: ବନ୍ଧୁଙ୍କ ସହଯୋଗ ମିଳିବ

ମେଷ: କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଆଶା ମୁତାବକ ଲାଭ ହେବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ବୃଷ: ଧର୍ମକ୍ଷେତ୍ରରେ ରୁଚି ବଢ଼ିବ। ଅଳଙ୍କାର କିଣିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ। ମିତ୍ରମାନଙ୍କଠାରୁ ଅପମାନିତ ହୋଇପାରନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

କର୍କଟ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଜଳ ସମ୍ୱନ୍ଧୀୟ ବ୍ୟବସାୟରେ ଲାଭାନ୍ୱିତ ହେବେ। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ସିଂହ: ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ। କଠିନ ସମସ୍ୟାର ସମାଧାନ ହେବ। ଶତ୍ରୁମାନେ ପରାଜିତ ହେବେ।

କନ୍ୟା: ଅଟକିଥିବା କାମଟି ସମ୍ପୂର୍ଣ୍ଣ ହେବ। ସନ୍ତାନମାନଙ୍କ ପାଇଁ ଶୁଭ ଖବର ମିଳିବ। ତୁଳସୀ ବୃକ୍ଷ ମୂଳେ ଦୀପ ଜଳାନ୍ତୁ।

ତୁଳା: କୃଷି ଜାତୀୟ ବ୍ୟବସାୟରେ କ୍ଷତି ସହିବେ। ନିଜ ଲୋକ ବିଶ୍ୱାସଘାତ କରିବେ।

ବିଛା: କୌଣସି ଧାର୍ମିକ ବ୍ୟକ୍ତିଙ୍କ ସହ ମିତ୍ରତା କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ବଢ଼ିବ। ନୂତନ କାର୍ଯ୍ୟ ପାଇଁ ଦୃଢ଼ ପଦକ୍ଷେପ ନେବେ।

ଧନୁ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କାହାକୁ ଧନ ଉଧାର ଦେଲେ ଫେରିବା କଠିନ ହୋଇପାରେ। ଖାଦ୍ୟପାନୀୟ ପ୍ରତି ସତର୍କ ରୁହନ୍ତୁ।

ମକର: ସ୍ଥିର ଚିତ୍ତରେ କାମ କରି ସଫଳତା ଅର୍ଜନ କରିବେ। ଲୁହା ବ୍ୟବସାୟରେ ଲାଭ ମିଳିବ। ଗୃହରେ ସୁଖଶାନ୍ତି ବଜାୟ ରହିବ।  ଭିକ୍ଷୁକଙ୍କୁ ଅନ୍ନ ଦାନ କରନ୍ତୁ।

କୁମ୍ଭ: ଅଯଥା ଅପାନିତ ହୋଇପାରନ୍ତି। ପରିବାରଠାରୁ ଏକାନ୍ତରେ ରହିପାରନ୍ତି। ଖର୍ଚ୍ଚ ଦ୍ୱିଗୁଣିତ ହେବ।

ମୀନ: ଆଶାତିତ ଫଳ ମିଳିବ। ପ୍ରତିଯୋଗିତାରେ ସଫଳ ହେବେ। ବଡ଼ଭାଇଙ୍କଠାରୁ ସ୍ନେହ ଆଦର ପାଇବେ।