୨୫ ଅକ୍ଟୋବର,ରବିବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ଆପଣଙ୍କ ଉପସ୍ଥିତି ଅନ୍ୟମାନଙ୍କୁ ପ୍ରେରଣା ପ୍ରଦାନ କରିବ। ବାଦବିବାଦ କ୍ଷେତ୍ରରେ ଜୟଲାଭ କରିବେ। ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନେକ ଗୁଡିଏ କାର୍ଯ୍ୟ ସମ୍ପାଦନ କରିବେ। ବୃଷ: ନୂତନ କାର୍ଯ୍ୟ ଆରମ୍ଭ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିବ, ଯାହା ବିଳମ୍ବରେ ସଫଳତା ଆଡ଼କୁ ନେବ। ଧର୍ମଚର୍ଚ୍ଚା ସହ ପରୋପକାର ଚିନ୍ତା ମାନସିକ ଶାନ୍ତି ପ୍ରଦାନ କରିବ। ମିଥୁନ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ଯୋଗେ ଅନେକ ସମସ୍ୟାରୁ ମୁକ୍ତି ମିଳିବ। ଜଗିରଖି କଥାବର୍ତ୍ତା କଲେ ଭଲ। ମାଆବାପା ଓ ଗୁରୁଙ୍କୁ […]

hhhhhhh-1

hhhhhhh-1

Tapaswini Nayak
  • Published: Sunday, 25 October 2020
  • Updated: 25 October 2020, 08:01 AM IST

Sports

Latest News

ମେଷ: ଆପଣଙ୍କ ଉପସ୍ଥିତି ଅନ୍ୟମାନଙ୍କୁ ପ୍ରେରଣା ପ୍ରଦାନ କରିବ। ବାଦବିବାଦ କ୍ଷେତ୍ରରେ ଜୟଲାଭ କରିବେ। ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନେକ ଗୁଡିଏ କାର୍ଯ୍ୟ ସମ୍ପାଦନ କରିବେ।

ବୃଷ: ନୂତନ କାର୍ଯ୍ୟ ଆରମ୍ଭ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିବ, ଯାହା ବିଳମ୍ବରେ ସଫଳତା ଆଡ଼କୁ ନେବ। ଧର୍ମଚର୍ଚ୍ଚା ସହ ପରୋପକାର ଚିନ୍ତା ମାନସିକ ଶାନ୍ତି ପ୍ରଦାନ କରିବ।

ମିଥୁନ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ଯୋଗେ ଅନେକ ସମସ୍ୟାରୁ ମୁକ୍ତି ମିଳିବ। ଜଗିରଖି କଥାବର୍ତ୍ତା କଲେ ଭଲ। ମାଆବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ଯୋଜନାବଦ୍ଧ କାର୍ଯ୍ୟରେ ସଫଳତା ମିଳିବ। ପୁରାତନ ଶତ୍ରୁମାନେ ଦୂରେଇଯିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ।

ସିଂହ: ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ସାହସ ଓ ବୁଦ୍ଧିର ଉପଯୋଗ ଯୋଗୁଁ  ପ୍ରଶଂସା ପାଇବେ। ବିଦ୍ୟାର୍ଥୀଙ୍କ ପାଇଁ  ଶୁଭ ଖବର ମିଳିବ।

ତୁଳା: ବ୍ୟସ୍ତତା ଭିତରେ ଦିନଟି କଟିବ। ବିଦ୍ୟାକ୍ଷେତ୍ରରେ ସଫଳ ହେଲେ ମଧ୍ୟ ଅସ୍ଥିରତା ଦେଖାଦେବ।

ବିଛା: ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବ। ଅସହାୟ ଓ ଦୁର୍ବଳ ଲୋକଙ୍କୁ  ସାହାଯ୍ୟ କରିବାକୁ ମନ ବଳାଇବେ। ମାନ-ସମ୍ମାନ ମିଳିବ।

ଧନୁ:  ସେବାକାରୀମାନଙ୍କ ସହଯୋଗରେ ମାନସିକ  ଶାନ୍ତି ଦେଖାଦେବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ମକର: ଶତ୍ରୁଙ୍କ ସହିତ ମୁକାବିଲା କରିପାରିବେ। ବନ୍ଧୁଙ୍କ ସହଯୋଗରେ ବହୁ ଦିନର ଚିନ୍ତା ଦୂର ହେବ।

କୁମ୍ଭ: ସହଯୋଗୀମାନେ ସାହାଯ୍ୟ କରିବେ। ସମସ୍ୟାଗୁଡ଼ିକର ସମାଧାନ ଶାନ୍ତିପୂର୍ବକ ଢଙ୍ଗରେ ହେବ। ପରୋପକାର କାମରେ ବ୍ୟସ୍ତ ରହିବେ।

ମୀନ: ପୁରୁଣା ରୋଗରୁ ଉପଶମ ମିଳିବ। ଅଚାନକ ଧନ ଲାଭ ହେବ। ନୂତନ ଦ୍ରବ୍ୟ କ୍ରୟ କରି ଆଶାତୀତ ଲାଭ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos