ମେଷ: କଠିନ ପରିଶ୍ରମ କରିବା ଫଳରେ ଉପରିସ୍ଥ କର୍ମଚାରୀ ଖୁସି ହେବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପିଲାମାନେ ପାଠପଢ଼ାରେ ସଫଳତା ପାଇବେ।
ବୃଷ: ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଅପରାହ୍ନରୁ ଚିନ୍ତିତ ରହିବେ।
ମିଥୁନ: ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।
କର୍କଟ: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସଂପର୍କ ଭଲ ରହିବ।
ସିଂହ: ଆର୍ଥିକ ସ୍ଥିତି ଭଲ ରହିବ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦିଅନ୍ତୁ ନାହିଁ।
କନ୍ୟା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭ ଖବର ଶୁଣି ପାରନ୍ତି। ଘର ପାଇଁ ଜିନିଷ କିଣି ପାରନ୍ତି।
ତୁଳା: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପଦୋନ୍ନତିର ଯୋଗ ରହିଛି।
ବିଚ୍ଛା: ଯାନବାହନ ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ଚିନ୍ତିତ ରହିବେ।
ଧନୁ: ବ୍ୟସ୍ତତା ଭିତରେ ରହିବେ। ଉପହାର ମିଳିବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଖର୍ଚ୍ଚ ବଢ଼ିବ।
ମକର: ବିବାହ ସ୍ଥିର ହୋଇପାରେ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ବ୍ୟବସାୟରେ ଲାଭ ମିଳିବ।
କୁମ୍ଭ: ମାନ-ସମ୍ମାନ ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ। ଧନପ୍ରାପ୍ତି ଯୋଗ ରହିଛି।
ମୀନ: ଦିନଟି ଭଲରେ କଟିବ। ଶରୀର ସୁସ୍ଥ ରହିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।