୨୭ ଅକ୍ଟୋବର,ମଙ୍ଗଳବାର:ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ

ମେଷ: ସମସ୍ୟା ଥିଲେ ମଧ୍ୟ କାମ ଅଟକିବ ନାହିଁ। ସନ୍ତାନମାନ ଆଜ୍ଞାକାରୀ ହେବେ। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ। ବୃଷ:  ପାରିବାରିକ ସ୍ଥିତି ପୂର୍ବ ପରି ରହିବ। ସୁଖ ଓ ସମ୍ମାନର ଅଭାବ ରହିବ ନାହିଁ। ଦିନର ପ୍ରଥମାର୍ଦ୍ଧରେ ଶ୍ରମ ସାର୍ଥକ ହେବ। ମିଥୁନ: ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ପରିବାର ପାଇଁ ଔଷଧ କିଣି ପାରନ୍ତି। ଅନ୍ୟର ଉପକାର ଚିନ୍ତା କରିବେ। କର୍କଟ: ହାତକୁ ନେଇଥିବା କାମଗୁଡ଼ିକ ସହଜରେ ହୋଇଯିବ। ପିଲାମାନଙ୍କ ପଢ଼ାକୁ ନେଇ ସମସ୍ୟା ଦେଖାଯିବ। […]

hhhhhhh-1

Tapaswini Nayak
  • Published: Tuesday, 27 October 2020
  • , Updated: 27 October 2020, 08:04 AM IST

ମେଷ: ସମସ୍ୟା ଥିଲେ ମଧ୍ୟ କାମ ଅଟକିବ ନାହିଁ। ସନ୍ତାନମାନ ଆଜ୍ଞାକାରୀ ହେବେ। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ବୃଷ:  ପାରିବାରିକ ସ୍ଥିତି ପୂର୍ବ ପରି ରହିବ। ସୁଖ ଓ ସମ୍ମାନର ଅଭାବ ରହିବ ନାହିଁ। ଦିନର ପ୍ରଥମାର୍ଦ୍ଧରେ ଶ୍ରମ ସାର୍ଥକ ହେବ।

ମିଥୁନ: ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ପରିବାର ପାଇଁ ଔଷଧ କିଣି ପାରନ୍ତି। ଅନ୍ୟର ଉପକାର ଚିନ୍ତା କରିବେ।

କର୍କଟ: ହାତକୁ ନେଇଥିବା କାମଗୁଡ଼ିକ ସହଜରେ ହୋଇଯିବ। ପିଲାମାନଙ୍କ ପଢ଼ାକୁ ନେଇ ସମସ୍ୟା ଦେଖାଯିବ। ଆତ୍ମୀୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ।

ସିଂହ:  ଦିନର ପ୍ରଥମାର୍ଦ୍ଧରେ ଆଧ୍ୟାତ୍ମିକ ଚିନ୍ତା ବଢ଼ିବ। ନିଜର କର୍ମ ପ୍ରତି ସଜାଗ ରହିବେ। ପିତାଙ୍କଠାରୁ ସୁସମ୍ବାଦ ମିଳିବ।

କନ୍ୟା:   ପରିବାରରେ ଅଶାନ୍ତି ଦେଖାଦେଇପାରେ। ସନ୍ଧ୍ୟା ସୁଦ୍ଧା ଅସମ୍ପୂର୍ଣ୍ଣ କାମଟି ସମ୍ପୂର୍ଣ୍ଣ ହେବ। ସମାଜିକ ସ୍ତରରେ ସମ୍ମାନିତ ହେବେ।

ତୁଳା:  ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ। ସୁସ୍ୱାଦୁ ଭୋଜନ କରିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଛା: ଆଶା ଓ ଆଶଙ୍କା ମଧ୍ୟରେ ସମୟ କଟିବ। ଶାରୀରିକ ଦୁର୍ବାଳତା ମନକୁ ଭାରାକ୍ରାନ୍ତ କରିବ। କୁକୁରକୁ ଖାଇବାକୁ ଦିଅନ୍ତୁ।

ଧନୁ: ମନ ପ୍ରସନ୍ନ ରହିବ। ପୁରାତନ ଗୃହରେ ପୁନଃନିର୍ମାଣ ପାଇଁ ଯୋଜନା କରିବେ। ଆକସ୍ମିକ ଧନ କ୍ଷୟ ହୋଇପାରେ।

ମକର: ଖର୍ଚ୍ଚାନ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବଢ଼ିବ। ଶରୀର ପାଇଁ କିଛି ସମୟ ଦେବାକୁ ପଡ଼ିପାରେ।

କୁମ୍ଭ: ଆଜି ଦିନଟି ବହୁ ଶୁଭରେ କଟିବ। କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। ସାମାଜିକ ପ୍ରତିଷ୍ଠା ବଢ଼ିବ।

ମୀନ: ଦିନର ପ୍ରଥମାର୍ଦ୍ଧରେ ସଫଳତା ମିଳିବ। ଏକାନ୍ତରେ ରହିବାକୁ ଇଚ୍ଛାପ୍ରକାଶ କରିବେ। ଧନ ବ୍ୟୟର ଯୋଗ ରହିଛି।

 

Related story