୨୭ ନଭେମ୍ବର,ଶୁକ୍ରବାର:ମାଙ୍ଗଳିକ କାମରେ ବ୍ୟୟ କରିବାର ସୁଯୋଗ ମିଳିବ

ମେଷ: ଖର୍ଚ୍ଚାନ୍ତ ହୋଇପାରନ୍ତି। ପାଖପଡୋଶୀମାନେ ଦୂରେଇ ଯିବା ସହ ଭାତ୍ରୁ ସମ୍ପର୍କରେ ମନାନ୍ତର ଦେଖାଦେବ। ଜମିଜମା ସଂକ୍ରାନ୍ତୀୟ କାମରେ ଦ୍ୱନ୍ଦ ବୃଦ୍ଧି ହେବା ସହ ମାଆଙ୍କ ସହ ମନମାଳିନ୍ୟ ମନ ବଳକୁ ଦୁର୍ବଳ କରିବ। ବୃଷ:ଅର୍ଥ ସମ୍ପର୍କୀତ କାର୍ଯ୍ୟରେ ଉଚ୍ଚ ସଫଳତା ମନକୁ ପ୍ରସନ୍ନ ରଖିବ। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବାରେ ସଫଳ ହେବେ ।ପାରିବାରିକ ସମ୍ପର୍କ ଦୃଢ଼ ହେବା ସହ ସନ୍ତାନ ସୁଖ ମିଳିବ ଏବଂ କଳ୍ପନା ବିଳାସୀ ହେବେ। ମିଥୁନ: ଆଦର […]

hhhhhhh-1

Tapaswini Nayak
  • Published: Friday, 27 November 2020
  • , Updated: 27 November 2020, 08:20 AM IST

ମେଷ: ଖର୍ଚ୍ଚାନ୍ତ ହୋଇପାରନ୍ତି। ପାଖପଡୋଶୀମାନେ ଦୂରେଇ ଯିବା ସହ ଭାତ୍ରୁ ସମ୍ପର୍କରେ ମନାନ୍ତର ଦେଖାଦେବ। ଜମିଜମା ସଂକ୍ରାନ୍ତୀୟ କାମରେ ଦ୍ୱନ୍ଦ ବୃଦ୍ଧି ହେବା ସହ ମାଆଙ୍କ ସହ ମନମାଳିନ୍ୟ ମନ ବଳକୁ ଦୁର୍ବଳ କରିବ।

ବୃଷ:ଅର୍ଥ ସମ୍ପର୍କୀତ କାର୍ଯ୍ୟରେ ଉଚ୍ଚ ସଫଳତା ମନକୁ ପ୍ରସନ୍ନ ରଖିବ। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବାରେ ସଫଳ ହେବେ ।ପାରିବାରିକ ସମ୍ପର୍କ ଦୃଢ଼ ହେବା ସହ ସନ୍ତାନ ସୁଖ ମିଳିବ ଏବଂ କଳ୍ପନା ବିଳାସୀ ହେବେ।

ମିଥୁନ: ଆଦର ସମ୍ମାନର ଅଭାବ ରହିବ ନାହିଁ। ବନ୍ଧୁ ଗହଣରେ ରହି ଜୀବନକୁ ଉପଭୋଗ କରିବା ସହ ପ୍ରତିଯୋଗିତାରେ ସଫଳ ହେବେ। ପିତାଙ୍କର ଆଶିର୍ବାଦ ନିଅନ୍ତୁ।

କର୍କଟ:ଧାର୍ମିକ କାର୍ଯ୍ୟରେ ହାତ ଖୋଲା ଖର୍ଚ୍ଚ କରିବେ। ତ୍ୟାଗ ଓ ନିସ୍ଵ।ର୍ଥପର ଭାବରେ ସବୁ କିଛି କଲେ ମଧ୍ୟ ପ୍ରତି ବଦଳରେ କିଛି ପାଇବେ ନାହିଁ।

ସିଂହ:ଶାରୀରିକ ସୁସ୍ଥତା ଧୀରେ ଧୀରେ ଫେରି ଆସିବ। ଘରକୁ ଅର୍ଥର ଆଗମନର ସୂଚନା ପାଇ ଖୁସି ହେବେ। ମିଠା ଖାଇ କାମ ଆରମ୍ଭ କରନ୍ତୁ।

ତୁଳା:ଶତ୍ରୁମାନେ ମିତ୍ରତାର ଭାବ ଦେଖାଇ ନିକଟତର ହେବେ। ନୀତିନିୟମ ଓ ନିଷ୍ଠାରେ ଜୀବନ ଆଗେଇ ଚାଲିବ। ସନ୍ତାନ ସୁଖ ମିଳିବା ସହ ଅନ୍ୟମାନଙ୍କୁ କ୍ଷମା କରି ଶାନ୍ତି ଲାଭ କରିବେ।

ବିଛା:ଉଚ୍ଚ ଚିନ୍ତାଧାରା ସୃଷ୍ଟି ହୋଇ ବିଭିନ୍ନ ଅଭିଳାଷ ଯୁକ୍ତ ହେବେ। ପାରିବାରିକ ସୁଖରେ ସୁଖୀ ରହିବେ। ନିରୋଗ ରହିବା ସହ ଦାନ ଧର୍ମ ଓ ଉଦାରତା ଗୁଣ ପାଈଁ ପ୍ରଶଂସିତ ହେବେ।

ଧନୁ:ସମସ୍ତଙ୍କୁ ଉତ୍ତମ ଉପଦେଶ ଦେଇ ସମ୍ମାନିତ ହେବେ।ପାଖପଡୋଶୀ ଓ ଭାତୃ ସମ୍ପର୍କ ମନକୁ ପ୍ରସନ୍ନ ରଖିବ। ଆସ୍ତିକତା ଭଳି ଦିବ୍ୟ ଗୁଣ ଗୁଡ଼ିକ ବିକାଶ ଲାଭ କରିବ।

ମକର:ବିଳାଶବ୍ୟସନ ପ୍ରତି ଅନୁରାଗ ବୃଦ୍ଧି ପାଇବ। ଆର୍ଥିକ ଦିଗଟି ସ୍ଵଚ୍ଛଳ ରହିବ। ପରିବାର ପ୍ରତି ସ୍ନେହଶ୍ରଦ୍ଧା ବୃଦ୍ଧି ପାଇବା ସହ କିଛି ଦ୍ରବ୍ୟ କ୍ରୟ କରିବାର ସୁଯୋଗ ମିଳିବ।

କୁମ୍ଭ:ମନୋରଞ୍ଜନ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୌଣସି କାମରେ ପୂରା ମନ ଲଗାଇବା କଷ୍ଟକର ହେବ। ଅପରାହ୍ନରେ ଆର୍ଥିକ ପ୍ରଗତି ହେବା ସହ ପାରିବାରିକ ସୁଖ ପ୍ରାପ୍ତି ହେବ।

ମୀନ:ଅଯଥା ଶତ୍ରୁ ଭୟ ମନରେ ଦେଖାଦେଇପାରେ। ମାଙ୍ଗଳିକ କାମରେ ବ୍ୟୟ କରିବାର ସୁଯୋଗ ମିଳିବ। ମାତୃସୁଖରେ ବାଧା ହେବା ସହ ଚକ୍ଷୁର ସମସ୍ୟା ଆସିପାରେ।

Related story