୨୮ ସେପ୍ଟେମ୍ବର, ସୋମବାର: ବନ୍ଧୁଙ୍କ ସହ ସମୟ ବିତାଇବେ

ମେଷ: ଭାଗ୍ୟ ବୃଦ୍ଧି ହେବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବୃଷ:  ଦ୍ୱନ୍ଦ୍ୱ ଭିତରେ ରହିବେ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମିଥୁନ:  ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ନୂତନ ପୋଷାକ କିଣିପାରନ୍ତି। ବନ୍ଧୁଙ୍କ ସହ ସମୟ ବିତାଇବେ। କର୍କଟ: ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଶତ୍ରୁଙ୍କଠାରୁ […]

hhhhhhh-1

Tapaswini Nayak
  • Published: Monday, 28 September 2020
  • , Updated: 28 September 2020, 10:27 AM IST

ମେଷ: ଭାଗ୍ୟ ବୃଦ୍ଧି ହେବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ବୃଷ:  ଦ୍ୱନ୍ଦ୍ୱ ଭିତରେ ରହିବେ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମିଥୁନ:  ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ନୂତନ ପୋଷାକ କିଣିପାରନ୍ତି। ବନ୍ଧୁଙ୍କ ସହ ସମୟ ବିତାଇବେ।

କର୍କଟ: ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

କନ୍ୟା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ଶରୀର ଫୂର୍ତ୍ତି ରହିବ।

ତୁଳା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀଙ୍କମାନେ ପରୀକ୍ଷାରେ ସଫଳତା ପାଇବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ବିଚ୍ଛା: କୌଣସି ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମାନ-ସମ୍ମାନ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ଧନୁ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅସୁସ୍ଥ ଅନୁଭବ କରିବେ।

ମକର: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ଋଣ ଦିଅନ୍ତୁ ନାହିଁ।

କୁମ୍ଭ:  ମିଠା କଥା କହି ଲୋକଙ୍କ ମନ ଜିତିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଖର୍ଚ୍ଚ ବଢ଼ିବ।

ମୀନ:  ବିବାହ ସ୍ଥିର ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବ।

Related story