୩୧ଅକ୍ଟୋବର, ଶନିବାର: ବହୁ ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ

ମେଷ: କୌଣସି କଥାକୁ ହଠାତ୍ ବୁଝି ନପାରି ବିରକ୍ତ ପ୍ରକାଶ କରିପାରନ୍ତି।ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପତିପତ୍ନୀଙ୍କ ମଧ୍ୟରେ ମାନ ଅଭିମାନ ଦେଖାଦେବ। ଗଣେଶଙ୍କୁ ରକ୍ତବର୍ଣ୍ଣର ପୁଷ୍ପ ଅର୍ପଣ କରନ୍ତୁ। ବୃଷ: ନକରାତ୍ମକ ଚିନ୍ତାଧାରକୁ ପଡୋଶୀଙ୍କ କଟାକ୍ଷ ଆହୁରି ତୀବ୍ର କରିପାରେ।ବାଣିଜ୍ୟ ବ୍ୟବସାୟ ସଂକ୍ରାନ୍ତୀୟ ଭୁଲ୍ ସମ୍ବାଦ ପାଇ ଅନ୍ୟମନଷ୍କ ହୋଇପାରନ୍ତି। ପଛ କଥା ମନକୁ ଆସି ଭାବପ୍ରବଣତା ସୃଷ୍ଟି କରିବ। ଯାହା ମନକୁ ହାଲକା କରିଦେବ। ମିଥୁନ: ଦୀର୍ଘଦିନରୁ ଅପେକ୍ଷା କରିଥିବା କାର୍ଯ୍ୟଟି ସମ୍ପୂର୍ଣ୍ଣ […]

hhhhhh

hhhhhh

Tapaswini Nayak
  • Published: Saturday, 31 October 2020
  • Updated: 31 October 2020, 07:57 AM IST

Sports

Latest News

ମେଷ: କୌଣସି କଥାକୁ ହଠାତ୍ ବୁଝି ନପାରି ବିରକ୍ତ ପ୍ରକାଶ କରିପାରନ୍ତି।ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପତିପତ୍ନୀଙ୍କ ମଧ୍ୟରେ ମାନ ଅଭିମାନ ଦେଖାଦେବ। ଗଣେଶଙ୍କୁ ରକ୍ତବର୍ଣ୍ଣର ପୁଷ୍ପ ଅର୍ପଣ କରନ୍ତୁ।

ବୃଷ: ନକରାତ୍ମକ ଚିନ୍ତାଧାରକୁ ପଡୋଶୀଙ୍କ କଟାକ୍ଷ ଆହୁରି ତୀବ୍ର କରିପାରେ।ବାଣିଜ୍ୟ ବ୍ୟବସାୟ ସଂକ୍ରାନ୍ତୀୟ ଭୁଲ୍ ସମ୍ବାଦ ପାଇ ଅନ୍ୟମନଷ୍କ ହୋଇପାରନ୍ତି। ପଛ କଥା ମନକୁ ଆସି ଭାବପ୍ରବଣତା ସୃଷ୍ଟି କରିବ। ଯାହା ମନକୁ ହାଲକା କରିଦେବ।

ମିଥୁନ: ଦୀର୍ଘଦିନରୁ ଅପେକ୍ଷା କରିଥିବା କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବ। ବିଭିନ୍ନ ସୂତ୍ରରୁ ଆୟରେ ବୃଦ୍ଧି ଘଟିବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ।

କର୍କଟ: ଭୁଲ୍ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ। ଜମିଜମା ସଂକ୍ରାନ୍ତୀୟ ମାଲିମକଦ୍ଦମାରେ ଜଡ଼ିତ ହୋଇପାରନ୍ତି। ପ୍ରତ୍ୟେକଟି କାର୍ଯ୍ୟରେ ବାଧା ଉପୁଜିବ।

ସିଂହ: ଶରୀର ସୁସ୍ଥ ରହିବ। ମନ ପ୍ରଫୁଲ୍ଲ ରହିବ। ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସେଥିରେ ସଫଳତା ପାଇବେ।

କନ୍ୟା: କର୍ମକ୍ଷେତ୍ରରେ କାହା ସହିତ ଯୁକ୍ତିତର୍କ ଦେଖାଦେଇପାରେ। ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ।

ତୁଳା: ବହୁ ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଜୀବନ ସାଥୀଙ୍କ ଠାରୁ ପ୍ରେରଣା ପାଇଁ ଅନେକାଂଶରେ ଉପକୃତ ହେବେ। କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି।

ବିଛା: ଶତ୍ରୁମାନେ ପରାଜିତ ହେବେ। ଫଳରେ ଶାନ୍ତି ଲାଭ କରିବେ। ଜନକଲ୍ୟାଣ କାର୍ଯ୍ୟ କରି ପ୍ରଶଂସିତ ହେବେ। କମ୍ ପରିଶ୍ରମରେ ଅଧିକ ଉପାର୍ଜନ କରିବେ।

ଧନୁ: ନିଜର ବୁଦ୍ଧି ଓ ବିବେକ ପ୍ରୟୋଗ କରି ସମସ୍ତ ସମସ୍ୟାର ସମାଧାନ କରିବେ। ଗୃହକୁ କୌଣସି ନୂତନ ଦ୍ରବ୍ୟ କ୍ରୟ କରି ଆଣିବେ। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭ ମିଳିବ।

ମକର: ପୈତୃକ ସମ୍ପତିକୁ ନେଇ ଭାଇମାନଙ୍କ ସହିତ ବିବାଦ ଦେଖା ଦେଇପାରେ। କର୍ମକ୍ଷେତ୍ରରେ କାହା ସହିତ ମତଭେଦ ହୋଇପାରେ। କୌଣସି କାର୍ଯ୍ୟ ପାଇଁ ସମାଲୋଚନାର ଶିକାର ହୋଇପାରନ୍ତି।

କୁମ୍ଭ: କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ବିଶ୍ୱାସଭାଜନ ହେବେ। ସନ୍ତାନସନ୍ତତି ମାନେ ଆଜ୍ଞାଧୀନ ହେବେ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ମୀନ: ଘରକୁ ବନ୍ଧୁ ଆସିପାରନ୍ତି। ନିଜ ପରିବାର ଓ ଆତ୍ମୀୟଙ୍କ ସାହାଯ୍ୟ ପାଇବେ। ପ୍ରତ୍ୟେକଟି କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos