୪ ଅକ୍ଟୋବର,ରବିବାର: ଋଣ ଦିଅନ୍ତୁ ନାହିଁ

ମେଷ:  ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

ବୃଷ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଖର୍ଚ୍ଚ ବଢ଼ିବ। ଅସୁସ୍ଥ ଅନୁଭବ କରିବେ।

ମିଥୁନ: ମନ ପ୍ରଫୁଲ୍ଲିତ ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

କର୍କଟ: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟସ୍ତତା ଭିତରେ ଦିନଟି କଟିବ।

ସିଂହ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

କନ୍ୟା: କାଉକୁ ଖାଇବାକୁ ଦିଅନ୍ତୁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। କୌଣସି କଥାକୁ ନେଇ ଚିନ୍ତିତ ରହିବେ।

ତୁଳା: ମାନ-ସମ୍ମାନ ମିଳିବ। ମନ ଫୂର୍ତ୍ତି ରହିବ। ଋଣ ଦିଅନ୍ତୁ ନାହିଁ।

ବିଚ୍ଛା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ।

ଧନୁ:  କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଅଧିକ ପରିଶ୍ରମ କରିପାରନ୍ତି। ବାପାଙ୍କ ଆଶୀର୍ବାଦ ମିଳିବ।

ମକର: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କୁମ୍ଭ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମୀନ: ଦିନଟି ଭଲରେ କଟିବ। ଅଧିକ ପରିଶ୍ରମ କରିପାରନ୍ତି। ଅଳସୁଆ ଅନୁଭବ କରିପାରନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।