୧୦ ଏପ୍ରିଲ, ରବିବାର: କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି

ମେଷ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। କର୍ମ କ୍ଷେତ୍ରରେ ଉନ୍ନତି ହେବ। ଆକସ୍ମିକ ଅର୍ଥ ଲାଭ ହେବ। ବୃଷ: ପିଲାମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ମନଭାରାକ୍ରାନ୍ତ ହୋଇପାରେ। ନିଜର ନେତୃତ୍ୱ ଦକ୍ଷତା ପାଇଁ ପ୍ରଶଂସିତ ହେବେ। ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ କରିବେ। ମିଥୁନ: ଶାରୀରିକ ପୀଡ଼ା ଦେଖାଦେଇପାରେ। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। କର୍କଟ: ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ […]

Horoscope

Jitendra Garnayak
  • Published: Sunday, 10 April 2022
  • , Updated: 10 April 2022, 07:31 AM IST

ମେଷ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। କର୍ମ କ୍ଷେତ୍ରରେ ଉନ୍ନତି ହେବ। ଆକସ୍ମିକ ଅର୍ଥ ଲାଭ ହେବ।

ବୃଷ: ପିଲାମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ମନଭାରାକ୍ରାନ୍ତ ହୋଇପାରେ। ନିଜର ନେତୃତ୍ୱ ଦକ୍ଷତା ପାଇଁ ପ୍ରଶଂସିତ ହେବେ। ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ କରିବେ।

ମିଥୁନ: ଶାରୀରିକ ପୀଡ଼ା ଦେଖାଦେଇପାରେ। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି।

କର୍କଟ: ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ଦେଖା ଦେଇପାରେ। ଠକାମିରେ ପଡ଼ିପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ।

ସିଂହ: ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ। ପାରିବାରିକ ସମସ୍ୟାର ସମାଧାନ ଘଟିବ। ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେବ।

କନ୍ୟା: ପରିବାରରେ ସମସ୍ୟା ବଢ଼ିପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ହୋଇପଡ଼ିବେ। ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।

ତୁଳା: କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍ ବ୍ୟବହାର କରିବା କଷ୍ଟକର ହେବ।

ବିଛା: କେହି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଉଚ୍ଚ ସମ୍ମାନ ସହିତ ବସ୍ତ୍ର ଓ ଆଭୂଷଣ ପ୍ରାପ୍ତି ଯୋଗ ରହିଛି। ଅସାବଧାନତା କାରଣରୁ କୌଣସି ଜିନିଷ ହଜିଯିବାର ସମ୍ଭାବନା ରହିଛି।

ଧନୁ: ବନ୍ଧୁମାନଙ୍କ ସହ ଦୂର ସ୍ଥାନକୁ ଯାଇପାରନ୍ତି। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍ ରହିବ।

ମକର: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ଭାଇମାନଙ୍କ ସହ ମତଭେଦ ଦେଖାଦେଇପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ।

କୁମ୍ଭ: କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।

ମୀନ: ପାରିବାରିକ ଜୀବନରେ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ଚୋରି ହୋଇଯାଇଥିବା ଜିନିଷ ପାଇପାରନ୍ତି।

Related story