୧୦ ଫେବ୍ରୁଆରୀ, ବୁଧବାର: ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ଘଟିବ

ମେଷ: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ଆଧ୍ୟାତ୍ମିକ ଦିଗରେ ରୁଚି ବଢ଼ିବ। ତେଣୁ ସତ୍‌ସଙ୍ଗରେ ଯୋଗଦାନ କରିପାରନ୍ତି। ବ୍ୟବସାୟରେ ଭଲ ଲାଭ ମିଳିବ। ପ୍ରତିକାର– ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ ଓ ଘିଅ ଦୀପଟିଏ ପ୍ରଦାନ କରନ୍ତୁ। ବୃଷ: ଦାମ୍ପତ୍ୟ ଜୀବନରେ ମତାନ୍ତର ଦେଖା ଦେବ। ବାଦବିବାଦ ଦେଖା ଦେବାର ସମ୍ଭାବନା ରହିଛି।କୌଣସି ଦ୍ରବ୍ୟ ଚୋରି ହୋଇ ଯାଇପାରେ କିମ୍ବା ହଜି ଯାଇପାରେ। ତେଣୁ ସାବଧାନ ରୁହନ୍ତୁ। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ ମନରେ ଆଘାତ ସୃଷ୍ଟି କରିବ। ପ୍ରତିକାର– ୫ଟି […]

Daily Horoscope

Daily Horoscope

Jitendra Garnayak
  • Published: Wednesday, 10 February 2021
  • Updated: 10 February 2021, 08:37 AM IST

ମେଷ: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ଆଧ୍ୟାତ୍ମିକ ଦିଗରେ ରୁଚି ବଢ଼ିବ। ତେଣୁ ସତ୍‌ସଙ୍ଗରେ ଯୋଗଦାନ କରିପାରନ୍ତି। ବ୍ୟବସାୟରେ ଭଲ ଲାଭ ମିଳିବ। ପ୍ରତିକାର- ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ ଓ ଘିଅ ଦୀପଟିଏ ପ୍ରଦାନ କରନ୍ତୁ।

ବୃଷ: ଦାମ୍ପତ୍ୟ ଜୀବନରେ ମତାନ୍ତର ଦେଖା ଦେବ। ବାଦବିବାଦ ଦେଖା ଦେବାର ସମ୍ଭାବନା ରହିଛି।କୌଣସି ଦ୍ରବ୍ୟ ଚୋରି ହୋଇ ଯାଇପାରେ କିମ୍ବା ହଜି ଯାଇପାରେ। ତେଣୁ ସାବଧାନ ରୁହନ୍ତୁ। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ ମନରେ ଆଘାତ ସୃଷ୍ଟି କରିବ। ପ୍ରତିକାର- ୫ଟି ତ୍ରିଶାଖା ବେଲପତ୍ର ଓ କିଛି କଞ୍ଚାକ୍ଷୀର ମହାଦେବଙ୍କୁ ଅର୍ପଣ କରନ୍ତୁ।

ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ଘଟିବ। ଦୁର୍ଘଟଣା ଘଟିପାରେ। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ ନାହିଁ। ପ୍ରତିକାର- ସାତଟି ପାନପତ୍ର ଶ୍ରୀ ଗଣେଶଙ୍କୁ ଚଢ଼ାନ୍ତୁ।

କର୍କଟ: କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ମହିଳାମାନଙ୍କ କାର୍ଯ୍ୟ ସହଜ ଓ ସରଳ ଭାବରେ ସମ୍ପାଦିତ ହେବ। ପ୍ରତିକାର- ଧଳାରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ସିଂହ: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ଗୁପ୍ତଶତ୍ରୁମାନେ ପରାଜିତ ହେବେ ଓ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ସନ୍ତାନମାନେ ଆଜ୍ଞାଧୀନ ହେବେ।

କନ୍ୟା: ଅଜଣା, ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ନିଜ ଲୋକମାନେ ପରୋକ୍ଷରେ ଶତ୍ରୁ ଭଳି ଆଚରଣ କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ନାହିଁ। ପ୍ରତିକାର- କିଛି ଦୁବଘାସରେ କଳା ବିରି ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା: ପରିବାରରୁ ସ୍ନେହଶ୍ରଦ୍ଧା ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇ ଉପକୃତ ହେବେ। ବହୁଦିନରୁ ଲାଗି ରହିଥିବା ସମସ୍ୟା ଗୁଡ଼ିକର ସମାଧାନ ହୋଇଯିବ। ପ୍ରତିକାର- ‘ଓଁ ନମଃ ଶିବାୟ’ ଏହି ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

ବିଛା: ଦୀର୍ଘଦିନର ଅଭିଳାଷ ପୂର୍ଣ୍ଣ ହେବ ଓ ମନ ପ୍ରଫୁଲ୍ଲ ରହିବ। କୌଣସି ଜରୁରୀ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟଟିକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ। ପ୍ରତିକାର- ୩ଟି ଡାଳିମ୍ବ ହନୁମାନଙ୍କୁ ଚଢ଼ାନ୍ତୁ ଓ ରାଶି ତେଲର ଦୀପଟିଏ ଜାଳନ୍ତୁ।

ଧନୁ: ପରିବାରରେ ଗୁରୁଜନମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ମାନସିକ ଅଶାନ୍ତି ଦୁଃଶ୍ଚିନ୍ତା ଦେଇ ଗତି କରିବେ। ବ୍ୟବସାୟରେ ବାଧାବିଘ୍ନ ମାନ ସୃଷ୍ଟି ହେବ। ପ୍ରତିକାର- କିଛି ହଳଦୀପାଣି କଦଳୀ ଗଛ ମୂଳରେ ଢାଳନ୍ତୁ।

ମକର: ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ। ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ପ୍ରତ୍ୟେକଟି ପ୍ରତିଯୋଗିତାରେ ସଫଳତା ଲାଭ କରିବେ। କୌଣସି ସଙ୍ଗଠନ ତରଫରୁ ସମ୍ମାନିତ ହୋଇପାରନ୍ତି। ପ୍ରତିକାର- କିଛି କଳାରାଶି କଞ୍ଚାକ୍ଷୀରରେ ମିଶାଇ ଅଶ୍ୱତ୍‌ଥ ଗଛ ମୂଳରେ ଢାଳନ୍ତୁ।

କୁମ୍ଭ: ଅର୍ଥପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସାହାଯ୍ୟ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ବ୍ୟବସାୟରେ ପ୍ରତିଯୋଗିତା ମନୋଭାବ ଦେଖାଦେବ। ପ୍ରତିକାର- ୨୧ଟି ରାଶି ଲଡୁ ମା କାଳୀଙ୍କ ପାଖରେ ଭୋଗ କରି ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

ମୀନ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ହସଖୁସିର ଆସର ଦେଖାଦେବ। ନୂତନ କାର୍ଯ୍ୟ ଆରମ୍ଭ କରି ସଫଳତା ଲାଭ କରିବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କଟାଇବେ। ପ୍ରତିକାର- ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ଓ ଘିଅ ଦୀପଟିଏ ପ୍ରଦାନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos