୧୦ ଅକ୍ଟୋବର, ରବିବାର: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ

ମେଷ: ସାଧାରଣ କଥାକୁ ବଡ଼ କରି ନିକଟସ୍ଥ କେହି ଜଣେ ବ୍ୟକ୍ତି କଳହ ସୃଷ୍ଟି କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେଇପାରେ। ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।

ବୃଷ: ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ବନ୍ଧୁମାନେ ସହାୟତାର ହାତ ବଢ଼ାଇବେ।

ମିଥୁନ: ଯେତେ ପ୍ରକାର ସୁବିଧା ସୁଯୋଗ କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ। ଘରକୁ ଅତିଥି ଆସିପାରନ୍ତି। ଜମିଜମା ସମସ୍ୟାର ସମାଧାନ ହୋଇଯିବ।

କର୍କଟ: ଭୁଲ୍ ବୁଝାମଣା ହେତୁ ପରିବାରରେ ସମସ୍ୟା ବଢ଼ିପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

ସିଂହ: ଖର୍ଚ୍ଚ ବଢ଼ିବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। କୌଣସି କାର୍ଯ୍ୟରେ ବାରମ୍ବାର ଚେଷ୍ଟା କରି ବିଫଳ ହେବା ପରେ ଚିନ୍ତିତ ରହିବେ।

କନ୍ୟା: ବନ୍ଧୁଙ୍କ ସହିତ ଝଗଡ଼ା ହେତୁ ମନ ଭାରାକ୍ରାନ୍ତ ରହିବ। କୌଣସି କାମରେ ମନ ଲାଗିବ ନାହିଁ। ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ବନ୍ଧୁ ଓ ପରିବାର ଲୋକଙ୍କ ସହଯୋଗରେ ଅଧାରେ ଅଟକିଥିବା କାର୍ଯ୍ୟକୁ ପୂରା କରିବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ବିଛା: ବ୍ୟବସାୟରେ ସଫଳତା ପାଇବେ। ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। କଳା, ପ୍ରଶାସନ ଓ ରାଜନୀତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

ଧନୁ: ବନ୍ଧୁଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବକେୟା ଅର୍ଥ ପ୍ରାପ୍ତି ହେବ। ଅଫିସ୍‌ରେ କୌଣସି କାମରେ ଯୁକ୍ତିଯୁକ୍ତ କଥା କହି ବିବାଦରେ ପଡ଼ିପାରନ୍ତି।

ମକର: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। ଯେକୌଣସି କାମ କରିବେ ସେଥିରେ ସଫଳତା ମିଳିବ।

କୁମ୍ଭ: ଅର୍ଥ, ମାନସମ୍ମାନ ଓ ପ୍ରତିଷ୍ଠା ମିଳିବ। ବିଳାସବ୍ୟସନରେ ଦିନଟି କାଟିବେ। ବହୁ ଦିନର ବକେୟା ଅର୍ଥ ପ୍ରାପ୍ତି ହେବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ।

ମୀନ: ମନ ଖୁସି ରହିବ। ହେଲେ କାର୍ଯ୍ୟବ୍ୟସ୍ତ ରହିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହେବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।