୧୧ ଫେବ୍ରୁଆରୀ, ଗୁରୁବାର: ସୁସମ୍ବାଦ ପାଇବେ

ମେଷ: ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭରେ ରହିବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ବଢ଼ିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଏବଂ ମାନ ସମ୍ମାନ ପ୍ରାପ୍ତିହେବ। ପ୍ରତିକାର– ଲକ୍ଷ୍ମୀ ନୃସିଂହକୁ ଦର୍ଶନ କରନ୍ତୁ। ବୃଷ: ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିପାରନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଭ୍ରମଣ ଯୋଗ ରହିଛି। ପ୍ରତିକାର– ମିଶିରି ଖାଇ ଯାତ୍ରା ଆରମ୍ଭ କରନ୍ତୁ। ମିଥୁନ: ମାନସିକ ଅଶାନ୍ତି ଓ ପାରିବାରିକ ବିବାଦ […]

Daily Horoscope

Jitendra Garnayak
  • Published: Thursday, 11 February 2021
  • , Updated: 11 February 2021, 07:54 AM IST

ମେଷ: ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭରେ ରହିବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ବଢ଼ିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଏବଂ ମାନ ସମ୍ମାନ ପ୍ରାପ୍ତିହେବ। ପ୍ରତିକାର- ଲକ୍ଷ୍ମୀ ନୃସିଂହକୁ ଦର୍ଶନ କରନ୍ତୁ।

ବୃଷ: ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିପାରନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଭ୍ରମଣ ଯୋଗ ରହିଛି। ପ୍ରତିକାର- ମିଶିରି ଖାଇ ଯାତ୍ରା ଆରମ୍ଭ କରନ୍ତୁ।

ମିଥୁନ: ମାନସିକ ଅଶାନ୍ତି ଓ ପାରିବାରିକ ବିବାଦ ଦେଖାଦେବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଛାତ୍ରଛାତ୍ରୀମାନେ ପାଠପଢ଼ା ପ୍ରତି ମନବଳାଇବେ ଓ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପ୍ରତିକାର- ଛୋଟପିଲାଙ୍କୁ ଚକୋଲେଟ ଦିଅନ୍ତୁ।

କର୍କଟ: ଆଜି ଆପଣ କର୍ମକ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ କରିପାରନ୍ତି। ରାଜନୀତି କରୁଥିବା ବ୍ୟକ୍ତିମାନେ ମାନସମ୍ମାନ ପାଇବେ। ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ପ୍ରତିକାର- ଇଷ୍ଟ ଦେବୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ।

ସିଂହ: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ। ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ। ମିଡିଆ ସେକ୍ଟରରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କୁ ଶୁଭଫଳ ମିଳିବ। ପ୍ରତିକାର- ଜଳ ଏବଂ ମହୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ।

କନ୍ୟା: ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରା କରିବେ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ଯେକୌଣସି କାର୍ଯ୍ୟ କରିବେ, ସଫଳତା ପାଇବେ। ପ୍ରତିକାର- ଶ୍ରୀଗଣେଶ ମହାପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ।

ତୁଳା: ଦାମ୍ପତ୍ୟ ଜୀବନ ଭଲ ରହିବ। ପାରିବାରିକ ବୁଝାମଣା ଠିକ୍ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ। ସରକାରୀ ଚାକିରୀ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଶଂସା ମିଳିବ। ପ୍ରତିକାର- ମା’ଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ବିଛା: ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତିମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇବେ। ସୁସମ୍ବାଦ ପାଇବେ। ଗରିବ ଲୋକଙ୍କୁ ଖାଦ୍ୟ ଦିଅନ୍ତୁ।

ଧନୁ: ବନ୍ଧୁଙ୍କ ସହିତ ବାହାରକୁ ବୁଲିବାକୁ ଯିବେ। ଗାଡ଼ିରେ ଗଲାବେଳେ ସାବଧାନତାର ସହିତ ଯା’ନ୍ତୁ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପ୍ରତିକାର- ଅଶ୍ୱତ୍‌ଥ ଗଛମୂଳେ ଘିଅଦ୍ୱୀପ ଜାଳନ୍ତୁ।

ମକର: ବ୍ୟବସାୟ କାମରେ ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରେମ ପ୍ରଣୟ ଦିଗରୁ ଦିନଟି ଶୁଭ ରହିବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ। ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।

କୁମ୍ଭ: ପିଲାମାନଙ୍କର ସଫଳତା ଦେଖି ବାପାମା ଖୁସି ଅନୁଭବ କରିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଘରକୁ ନୂଆ ଅତିଥି ଆସିପାରନ୍ତି। ସୁସ୍ୱାଦୁ ଭୋଜନ କରିବେ।

ମୀନ: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ମିଳିବ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବ।

Related story