୧୧ ଏପ୍ରିଲ, ରବିବାର: ସମସ୍ତ ବାଧାବିଘ୍ନ ଦୂର ହେବ

ମେଷ: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କଠିନ ପରିଶ୍ରମ ଦ୍ୱାରା ଲାଭବାନ ହୋଇପାରନ୍ତି। ଅସୁସ୍ଥ ଅନୁଭବ କରିବେ। ବୃଷ: ପାରିବାରିକ ସମସ୍ୟା ଯୋଗୁଁ ମାନସିକ ଅଶାନ୍ତି ବୃଦ୍ଧି ପାଇବ। ବନ୍ଧୁଙ୍କ ସହଯୋଗ ପାଇବେ। ମହିଳାମାନେ ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ମିଥୁନ: ବ୍ୟବସାୟରେ ଭଲ ଲାଭ ପାଇବେ। ପାରିବାରିକ ସୁଖ ବୃଦ୍ଧ ହେବ। ମହିଳାମାନେ ସୁଖୀ ହେବେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ। କର୍କଟ: ସମସ୍ତ ବାଧାବିଘ୍ନ ଦୂର ହେବ। ବ୍ୟବସାୟରେ ଉନ୍ନତି […]

Horoscope

Jitendra Garnayak
  • Published: Sunday, 11 April 2021
  • , Updated: 11 April 2021, 07:34 AM IST

ମେଷ: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କଠିନ ପରିଶ୍ରମ ଦ୍ୱାରା ଲାଭବାନ ହୋଇପାରନ୍ତି। ଅସୁସ୍ଥ ଅନୁଭବ କରିବେ।

ବୃଷ: ପାରିବାରିକ ସମସ୍ୟା ଯୋଗୁଁ ମାନସିକ ଅଶାନ୍ତି ବୃଦ୍ଧି ପାଇବ। ବନ୍ଧୁଙ୍କ ସହଯୋଗ ପାଇବେ। ମହିଳାମାନେ ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।

ମିଥୁନ: ବ୍ୟବସାୟରେ ଭଲ ଲାଭ ପାଇବେ। ପାରିବାରିକ ସୁଖ ବୃଦ୍ଧ ହେବ। ମହିଳାମାନେ ସୁଖୀ ହେବେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: ସମସ୍ତ ବାଧାବିଘ୍ନ ଦୂର ହେବ। ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ଶାନ୍ତି ବଜାୟ ରହିବ। ମହିଳା ଓ ଛାତ୍ରଛାତ୍ରୀମାନେ ଆନନ୍ଦରେ ଦିନଟିକୁ ଅତିବାହିତ କରିବେ।

ସିଂହ: ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଧୈର୍ଯ୍ୟ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ପିତାମାତାଙ୍କ ସେବା କରନ୍ତୁ।

କନ୍ୟା: ଅର୍ଥଲାଭର ସୁଯୋଗ ରହିଛି। ଶତ୍ରୁମାନେ ପରାଜିତ ହେବେ। କିନ୍ତୁ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ।

ତୁଳା: ବ୍ୟବସାୟରେ ଲାଭ ଓ କ୍ଷତି ସମାନ ରହିବ। ଶରୀରରେ ଆଘାତ ଲାଗିପାରେ। ଗାଡ଼ି ଚଲାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ବିଛା: ଭ୍ରମଣ ସୁଖ ପ୍ରାପ୍ତି ହେବ। ଆନନ୍ଦର ସହିତ ମହିଳାମାନେ ଦିନଟିକୁ ଅତିବାହିତ କରିବେ। ଘରକୁ ଅତିଥି ଆସିପାରନ୍ତି।

ଧନୁ: ପରିବାରରେ ଭାତୃବିବାଦ ଦେଖାଦେଇପାରେ। ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିବ। ପ୍ରତିକାର- ଶୁଦ୍ଧ କେଶରର ତିଳକ ମଥାରେ ଲଗାନ୍ତୁ।

ମକର: ସମସ୍ତ ଦିଗରୁ ଶୁଭ ଫଳ ପାଇବେ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। କାହା ଉପରେ ରାଗନ୍ତୁ ନାହିଁ।

କୁମ୍ଭ: ଅଧା ହୋଇଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ପରିଶ୍ରମ କରି ଭଲ ଆୟ କରିବେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ସାମାନ୍ୟ ଶାରିରୀକ ପୀଡ଼ା ଅନୁଭବ କରିପାରନ୍ତି।

ମୀନ: ପରିବାର ସହିତ ନିକଟସ୍ଥ କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ବିଭିନ୍ନ ଦିଗରୁ ଆର୍ଥିକ ଲାଭ ମିଳିବ। ବନ୍ଧୁଙ୍କ ସହିତ ସଂପର୍କ ଦୃଢ଼ ହେବ। ହନୁମାନ ଚାଳିଶା ପାଠ କରନ୍ତୁ।

Related story