୧୨ ସେପ୍ଟେମ୍ବର, ରବିବାର: ଅପରାହ୍ନ ପରେ ମାନସିକ ଅଶାନ୍ତି ଦେଖାଦେବ

ମେଷ: ବହୁ ଦିନର ଆଶା ପୂରଣ ହେବ। ସୁସମ୍ବାଦ ପ୍ରାପ୍ତିହେବ। ବ୍ୟବସାୟରେ ଉନ୍ନତି ଆସିବ। ବୃଷ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ବୃତ୍ତିଗତ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ମିଥୁନ: ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହ କରିବେ। ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ। କର୍କଟ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପିଲାମାନଙ୍କର […]

Horoscope

Horoscope

Jitendra Garnayak
  • Published: Sunday, 12 September 2021
  • Updated: 12 September 2021, 08:05 AM IST

Sports

Latest News

ମେଷ: ବହୁ ଦିନର ଆଶା ପୂରଣ ହେବ। ସୁସମ୍ବାଦ ପ୍ରାପ୍ତିହେବ। ବ୍ୟବସାୟରେ ଉନ୍ନତି ଆସିବ।

ବୃଷ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ବୃତ୍ତିଗତ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହେବ।

ମିଥୁନ: ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହ କରିବେ। ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ।

କର୍କଟ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପିଲାମାନଙ୍କର ପାଠପଢ଼ାକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ହେବେ।

ସିଂହ: ପାରିବାରିକ ସମସ୍ୟାକୁ ନେଇ ବଦନାମ ହୋଇପାରନ୍ତି। ବ୍ୟବସାୟୀମାନେ କ୍ଷତି ସହିବେ। ଗୁପ୍ତ ଶତୃ ବୃଦ୍ଧି ହେବେ।

କନ୍ୟା: ଯାତାୟାତ ସମୟରେ ସାବଧାନତା ଅବଳମ୍ବନ କରନ୍ତୁ। ସମାଜରେ ମାନସମ୍ମାନ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: ଖୁସିଖବର ପ୍ରାପ୍ତି ହେବ। ସନ୍ତାନମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଅପରାହ୍ନରେ କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ।

ବିଛା: ସହକର୍ମୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ।

ଧନୁ: କୌଣସି କଥାକୁ ନେଇ ମନରେ ଭୟ ସଞ୍ଚାର ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ଅପରାହ୍ନ ପରେ ମାନସିକ ଅଶାନ୍ତି ଦେଖାଦେବ।

ମକର: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ। ପ୍ରତିଟି କାର୍ଯ୍ୟକୁ ଅତି ସହଜରେ କରିବେ। ବ୍ୟବସାୟରେ ଆୟ ଅଧିକ ହେବାରୁ ମନ ଖୁସି ରହିବ।

କୁମ୍ଭ: କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବନ୍ଧୁବାନ୍ଧବଙ୍କର ପରାମର୍ଶ ନେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ।

ମୀନ: ମିଡିଆରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କୁ ଶୁଭଫଳ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ସୁସ୍ୱାଦୁ ଭୋଜନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos