ମେଷ: ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ଅର୍ଥ ବ୍ୟୟ ହେବ। ଦୂରସ୍ଥାନକୁ ଯାତ୍ରା କରିବେ। ଯାତ୍ରା ଲାଭପ୍ରଦ ହେବ ନାହିଁ।
ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ମାନସମ୍ମାନ ବୃଦ୍ଧି ହେବ।
ମିଥୁନ: କର୍ମକ୍ଷେତ୍ରରେ ଖୁସିରେ ସମୟ ଅତିବାହିତ କରିବେ। ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କ ପରାମର୍ଶ ନେବେ।
କର୍କଟ: ପରିବାରରେ କୌଣସି ଏକ ସମସ୍ୟା ଦେଖା ଦେଇପାରେ। ଅର୍ଥହାନି ଯୋଗ ରହିଛି। ମହିଳାମାନଙ୍କୁ କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ।
ସିଂହ: ଚାକିରି କ୍ଷେତ୍ରରୁ ଶୁଭଫଳ ପାଇବେ ନାହିଁ। ନୂତନ ଘର ତିଆରି କରିବା ପାଇଁ ବନ୍ଧୁ ସାହାଯ୍ୟ କରିବେ। ଶତ୍ରୁମାନେ ପରାଜିତ ହେବେ।
କନ୍ୟା: ଦିନଟି ଭଲ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଶାରୀରିକ ଅସୁସ୍ଥତା ଦୂର ହେବ।
ତୁଳା: ପାରିବାରିକ ସମସ୍ୟାକୁ ନେଇ କଳହ ଦେଖାଯିବ। କୌଣସି ଜରୁରୀକାଳୀନ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ମନ ଭଲ ରହିବ ନାହିଁ।
ବିଛା: ପିଲାମାନଙ୍କର କ୍ୟାରିୟରକୁ ନେଇ ବାପାମା’ ବନ୍ଧୁଙ୍କର ପରାମର୍ଶ ନେବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ବାଦବିବାଦ ଦେଖାଦେବ।
ଧନୁ: ମାନସିକ ଅଶାନ୍ତି ଦେଖାଦେବ। ଧାରକରଜ ଭାବିଚିନ୍ତି କରନ୍ତୁ, ନଚେତ୍ ଅସୁବିଧାରେ ପଡ଼ିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମକର: ବହୁଦିନରୁ ଲାଗି ରହିଥିବା ଜମିବାଡ଼ି ସମସ୍ୟାର ସମାଧାନ ହୋଇଯିବ। ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ନୂଆ ବନ୍ଧୁଙ୍କ ସହିତ ଭେଟ ହେବ।
କୁମ୍ଭ: ଶୁଭକାର୍ଯ୍ୟ କିମ୍ବା ଜମିବାଡ଼ି କିଣିବା ପାଇଁ ଅର୍ଥବ୍ୟୟ କରିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରି ଖୁସି ହେବେ। ସୁସ୍ୱାଦୁ ଭୋଜନ କରିବେ।
ମୀନ: ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାରୁ ମନ ଖୁସି ରହିବ। ଗୁରୁଜନଙ୍କ ପରାମର୍ଶରେ କୌଣସି ବଡ଼ ପଦକ୍ଷେପ ନେବେ।