୧୩ ସେପ୍ଟେମ୍ବର, ସୋମବାର: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ। ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବୃଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଅଧିକ ଲାଭ ହେବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ମିଥୁନ: ମନ ଖୁସି ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

କର୍କଟ: ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ପାରିବାରିକ ଅଶାନ୍ତି ଦେଖାଦେବ।

ସିଂହ: ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ନୂତନ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଲାଭବାନ ହେବେ।

କନ୍ୟା: ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ପାଇପାରିବେ। ପାରିବାରିକ ଜୀବନ ସୁଖମୟ ହେବ। ଘରକୁ ଅତିଥି ଆଗମନ କରିବେ।

ତୁଳା: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସୁସମ୍ବାଦ ପ୍ରାପ୍ତିହେବ। ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକ ଲାଗିବା ଫଳରେ ମନ ଅଶାନ୍ତି ରହିବ।

ବିଛା: ପାରିବାରିକ କଳହ ଲାଗି ରହିବ। ଶରୀରରେ ଆଘାତ ଲାଗିବ। ଅପରାହ୍ନରେ ଖୁସି ଖବର ମିଳିବା ସହିତ ସବୁ ସମସ୍ୟାର ସମାଧାନ ହେବ।

ଧନୁ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସୁସ୍ୱାଦୁ ଭୋଜନ କରିବେ।

ମକର: ଛାତ୍ରଛାତ୍ରୀମାନେ ପାଠ ପଢାକୁ ନେଇ ଚିନ୍ତିତ ରହିବେ। ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ

କୁମ୍ଭ: ବନ୍ଧୁ ସହଯୋଗ ମିଳିବ। ସମାଜରେ ମାନସମ୍ମାନ ବଢ଼ିବ। ଘର ପାଇଁ କିଛି ଜିନିଷ କିଣିପାରନ୍ତି।

ମୀନ:  ପରିବାରସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ରହିବେ। ଆର୍ଥିକ ସମସ୍ୟା ଲାଗି ରହିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।