୧୩ ସେପ୍ଟେମ୍ବର, ମଙ୍ଗଳବାର: ବାକି ପଡ଼ିଥିବା ଅର୍ଥ ଆଦାୟ ହେବ

ମେଷ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିଲେ ମଧ୍ୟ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ବ୍ୟବସାୟ ପାଇଁ ଅର୍ଥ ଅଭାବରୁ ମନ ବ୍ୟସ୍ତବିବ୍ରତ ରହିବ। ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ଦୂରସ୍ଥାନକୁ ଗଲାବେଳେ ସାବଧାନ ସହିତ ଯାଆନ୍ତୁ।

 ବୃଷ: ବ୍ୟବସାୟରେ ଲାଭ ପାଇବେ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ। ସଭାସମିତିରେ ଯୋଗ ଦେବେ।

 ମିଥୁନ: କଳାସଂସ୍କୃତିରେ ଯୋଗ ଦେବାରୁ ମାନସମ୍ମାନ ମିଳିବ। ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ। ଦୂରସ୍ଥାନକୁ କୌଣସି କାର୍ଯ୍ୟ ପାଇଁ ଯାତ୍ରା କରିବାରୁ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ।ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବାରୁ ମନ ଖୁସି ରହିବ।

କର୍କଟ: କୌଣସି ମନ୍ଦିର ବୁଲିବାକୁ ଯିବା ପାଇଁ ସୁଯୋଗ ମିଳିବାରୁ ମନ ଖୁସି ରହିବ। ସନ୍ତାନମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରିର ଲାଭ ଉଠାଇବେ। ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

 ସିଂହ: କର୍ମକ୍ଷେତ୍ରରେ ସଫଳତା ପାଇବା ସହିତ ବନ୍ଧୁ ସହଯୋଗ କରିବେ। ବ୍ୟବସାୟରେ ଉନ୍ନତି ପଥରେ ଅଗ୍ରସର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳିବ। କାହାରି ସହିତ ଆଜି କଳହ କରନ୍ତୁ ନାହିଁ, ଅସୁବିଧାରେ ପଡିପାରନ୍ତି।

 କନ୍ୟା: କର୍ମକ୍ଷେତ୍ରରେ ଅପଦସ୍ତ ହେବାର ଯୋଗ ରହିଛି। ଗୁପ୍ତଶତ୍ରୁ ବୃଦ୍ଧି ହେବେ। ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ ନାହିଁ । ସନ୍ତାନମାନଙ୍କର ସ୍ୱଭାବ ଆଚରଣ ବାପାମାଙ୍କ ମନରେ କଷ୍ଟ ଦେବ।

ତୁଳା: ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ରହିବେ । ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ କିନ୍ତୁ ସଫଳତା ପାଇବେ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜସେବାରେ ମନ ବଳାଇବେ ।

ବିଚ୍ଛା: କୌଣସି କଥାକୁ ନେଇ ନିଜ ସମ୍ପର୍କୀୟଙ୍କ ସହିତ ମନୋମାଳିନ୍ୟ ହେବ ।  ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ଗୁପ୍ତଶତ୍ରୁ ବୃଦ୍ଧି ପାଇବେ।  ଅପରାହ୍ନ ପରେ ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସମ୍ମାନ ମିଳିବ ।

ଧନୁ: କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗିରଖି ରହିବାକୁ ପଡିବ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ, ଦୂରସ୍ଥାନକୁ ଯାତ୍ରା କଲାବେଳେ  ସତର୍କତାର ସହ  ଯାଆନ୍ତୁ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ମକର: ପିଲାମାନଙ୍କର ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ । ଦୂରସ୍ଥାନକୁ ଯାତ୍ରା କରିବେ ଓ ବ୍ୟବସାୟରେ ଉନ୍ନତି କରିବେ । ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ।

କୁମ୍ଭ : ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ଭ୍ରମଣ ଯୋଗ ରହିଛି । ବ୍ୟବସାୟରେ ଲାଭ ସହ କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ ।  ଘରକୁ ଅତିଥିଙ୍କର ଆଗମନ ହେବ ଓ ସୁସ୍ୱାଦୁ ଭୋଜନ କରିବେ । ପ୍ରିୟଜନଙ୍କ ସହଯୋଗରେ ବ୍ୟବସାୟରେ ଆର୍ଥିକ ଲାଭ ପାଇବେ ।

ମୀନ: ଦୂରସ୍ଥାନକୁ ଯାତ୍ରା କଲେ ମଧ୍ୟ ସଫଳତା ପାଇବେ ନାହିଁ । କୌଣସି କଥାକୁ ନେଇ ମନସ୍ତାପ କରିବେ।  ସନ୍ତାନମାନଙ୍କ  ସ୍ୱଭାବ ଠିକ ରହିବ ନାହିଁ, ଯାହାଫଳରେ ବାପାମା’ଙ୍କ ମନ କଷ୍ଟ ହେବ। ପଡୋଶୀଙ୍କ କଥାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ ।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।