୧୩ ନଭେମ୍ବର, ରବିବାର: ନୂତନ କର୍ମ ପ୍ରାପ୍ତିର ସୁଯୋଗ ଆସିପାରେ

ମେଷ: ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ଭଲ ଲାଭ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହ ମନାନ୍ତର ହୋଇପାରେ।

ବୃଷ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ବ୍ୟବସାୟରେ ବାଧା ସୃଷ୍ଟି ହୋଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ।

ମିଥୁନ: ବ୍ୟବସାୟରେ ସଫଳତା ପାଇବେ। ପରିବାରରେ ସାମାନ୍ୟ ବାଦବିବାଦ ଯୋଗୁଁ ମନରେ ଅଶାନ୍ତି ଆସିବ।

କର୍କଟ: କର୍ମକ୍ଷେତ୍ରରେ ଉନ୍ନତି ହେବ। କୌଣସି ଶୁଭ ସମ୍ବାଦ ପାଇପାରନ୍ତି। ପରିବାରରେ ଶାନ୍ତି ବଜାୟ ରହିବ।

ସିଂହ: ବ୍ୟବସାୟରେ ସଫଳ ହେବେ। କର୍ମକ୍ଷେତ୍ରରେ ଗୁପ୍ତ ଶତୃଭୟ ଆସିପାରେ। ମହିଳା ଓ ପିଲାମାନେ ଖୁସିରେ ରହିବେ।

କନ୍ୟା: ଶାରୀରିକ ଅସୁସ୍ଥତା ଯୋଗୁଁ ମନରେ ଅଶାନ୍ତି ଲାଗି ରହିବ। ଅଧିକ ପରିଶ୍ରମ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। ବନ୍ଧୁଙ୍କ ସାହାଯ୍ୟ ପାଇ ଖୁସି ହେବେ।

ତୁଳା: କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ। ବ୍ୟବସାୟରେ ଲାଭ ହେବ। ଶତୃମାନେ ପରାଜିତ ହେବେ। ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ।

ବିଛା: କାର୍ଯ୍ୟକ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ କର୍ମ ପ୍ରାପ୍ତିର ସୁଯୋଗ ଆସିପାରେ। ଭାତୃ ବିବାଦ ଦେଖାଦେଇପାରେ। ମହିଳାମାନେ ଚିନ୍ତିତ ରହିବେ।

ଧନୁ: ନୂତନ କର୍ମ ସଂସ୍ଥାନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ସାମାନ୍ୟ ବାଦବିବାଦ ଯୋଗୁଁ ମନ ଅଶାନ୍ତି ରହିବ।

ମକର: କର୍ମକ୍ଷେତ୍ରରେ ବିବାଦ ଯୋଗୁଁ ମନ ଅଶାନ୍ତ ରହିବ। ଆର୍ଥିକ କ୍ଷତି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ।

କୁମ୍ଭ: ବ୍ୟବସାୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ।

ମୀନ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବା ଯୋଗୁ ମାନସିକ ଅସ୍ଥିରତା ଦେଖାଦେବ। ପରିବାରରେ ଅଶାନ୍ତି ବୃଦ୍ଧି ପାଇବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।