୧୫ ମେ’, ରବିବାର: ଆର୍ଥିକ ସମସ୍ୟା ଲାଗି ରହିବ

ମେଷ: ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ। ଘରକୁ ଅତିଥି ଆସିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶତ୍ରୁମାନେ କ୍ଷତି କରି ପାରିବେ ନାହିଁ। ବୃଷ: ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବେ। ଜରୁରୀ କାର୍ଯ୍ୟରେ ବନ୍ଧୁ ସହଯୋଗର ହାତ ବଢ଼ାଇବେ। ମିଥୁନ: ମାନସିକ ଅଶାନ୍ତି ଦେଖାଦେବ। ପାରିବାରିକ ବିବାଦ ବଢ଼ିବ। ଅପମାନିତ ହୋଇପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। କର୍କଟ: କର୍ମକ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ହେବ। ରାଜନୀତିରେ ମାନସମ୍ମାନ […]

Horoscope

Horoscope

Jitendra Garnayak
  • Published: Sunday, 15 May 2022
  • Updated: 15 May 2022, 12:39 PM IST

Sports

Latest News

ମେଷ: ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ। ଘରକୁ ଅତିଥି ଆସିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶତ୍ରୁମାନେ କ୍ଷତି କରି ପାରିବେ ନାହିଁ।

ବୃଷ: ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବେ। ଜରୁରୀ କାର୍ଯ୍ୟରେ ବନ୍ଧୁ ସହଯୋଗର ହାତ ବଢ଼ାଇବେ।

ମିଥୁନ: ମାନସିକ ଅଶାନ୍ତି ଦେଖାଦେବ। ପାରିବାରିକ ବିବାଦ ବଢ଼ିବ। ଅପମାନିତ ହୋଇପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ।

କର୍କଟ: କର୍ମକ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ହେବ। ରାଜନୀତିରେ ମାନସମ୍ମାନ ମିଳିବ। ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଭଲ ଲାଭ ପାଇବେ। ବକେୟା ଅର୍ଥ ପ୍ରାପ୍ତିହେବ।

ସିଂହ: ଛାତ୍ରଛାତ୍ରୀମାନେ କଳା କ୍ଷେତ୍ରରେ ସମ୍ମାନିତ ହେବେ। ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।

କନ୍ୟା: ଆୟ ଅନୁସାରେ ବ୍ୟୟ ଅଧିକ ହେବ। ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରା କଲାବେଳେ କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।

ତୁଳା: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସୁସମ୍ବାଦ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। କିଛି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବା ଯୋଗୁ ମନ ଅଶାନ୍ତ ରହିବ।
ବିଛା: ପାରିବାରିକ କଳହ ଲାଗି ରହିବ। ଶରୀରରେ ଆଘାତ ଲାଗିବ। ଅପରାହ୍ଣରେ ଖୁସି ଖବର ମିଳିବା ସହିତ ସବୁ ସମସ୍ୟାର ସମାଧାନ ହେବ।

ଧନୁ: କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଦେବ। ମିଡିଆରେ କାର୍ଯ୍ୟରତ ବ୍ୟକ୍ତି ଶୁଭଫଳ ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

ମକର: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ।

କୁମ୍ଭ: ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦ୍ୱରେ ରହିବେ। ସମସ୍ୟାର ସମାଧାନରେ ବନ୍ଧୁଙ୍କ ସହଯୋଗ ପାଇବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ।

ମୀନ: ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ରହିବେ।
ଆର୍ଥିକ ସମସ୍ୟା ଲାଗି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos