୧୬ ଜାନୁଆରୀ, ରବିବାର: କର୍ମକ୍ଷେତ୍ରରେ ଅପମାନିତ ହେବାର ସମ୍ଭାବନା ରହିଛି

ମେଷ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ। ମନରେ ଭୟ ସୃଷ୍ଟି ହେବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି। ବୃଷ: ଖୁସି ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ। ମିଥୁନ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ଗୁପ୍ତଶତ୍ରୁ ଅସୁବିଧାରେ ପକାଇ ପାରନ୍ତି। କର୍କଟ: ଘରକୁ ଅତିଥି ଆସିପାରନ୍ତି। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଭବିଷ୍ୟତ […]

Horoscope

Jitendra Garnayak
  • Published: Sunday, 16 January 2022
  • , Updated: 16 January 2022, 09:05 AM IST

ମେଷ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ। ମନରେ ଭୟ ସୃଷ୍ଟି ହେବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି।

ବୃଷ: ଖୁସି ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ।

ମିଥୁନ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ଗୁପ୍ତଶତ୍ରୁ ଅସୁବିଧାରେ ପକାଇ ପାରନ୍ତି।

କର୍କଟ: ଘରକୁ ଅତିଥି ଆସିପାରନ୍ତି। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିବେ।

ସିଂହ: ଘରୋଇ କମ୍ପାନୀରେ ଚାକିରି କରୁଥିବା ଲୋକେ ଶୁଭ ଖବର ପାଇବେ। ଆର୍ଥିକ ସମସ୍ୟା ଯୋଗୁ ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ହେବ।

କନ୍ୟା: ଆପଣା ଲୋକେ ବିରୋଧ କରିବେ। କର୍ମକ୍ଷେତ୍ରରେ ଅପମାନିତ ହେବାର ସମ୍ଭାବନା ରହିଛି। ଆଳସ୍ୟ ଗ୍ରାସ କରିପାରେ।

ତୁଳା: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଶତ୍ରୁମାନେ କ୍ଷତି ପହଞ୍ଚାଇପାରନ୍ତି, ତେଣୁ ସତର୍କ ରୁହନ୍ତୁ। ଧାର ଦେଇଥିବା ଅର୍ଥ ଫେରି ପାଇବେ।

ବିଛା: ପରିବାରରେ ହସଖୁସିର ବାତାବରଣ ରହିବ। ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କଲେ ମଧ୍ୟ ମନରେ ଦୁଃଶ୍ଚିନ୍ତା ଲାଗି ରହିବ। ଘରକୁ ଅତିଥି ଆସିବେ।

ଧନୁ: ପୂଜାପାଠରେ ସମୟ ବିତିବ। କିଛି ନୂଆ ଜିନିଷ ପ୍ରାପ୍ତି ହେବ। ଭାତୃ ବିବାଦ ଦୂର ହୋଇଯିବ।

ମକର: ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ଦେଖି ବାପାମା’ ଚିନ୍ତାଗ୍ରସ୍ତ ହେବେ। ଅଫିସ୍ କାମରେ ସହକର୍ମୀଙ୍କ ସହଯୋଗ ମିଳିବ। ଯାନବାହନ କ୍ରୟ କରିବାର ସୁଯୋଗ ମିଳିବ।

କୁମ୍ଭ: କର୍ମକ୍ଷେତ୍ର ହେଉ କିମ୍ବା ପରିବାରରେ ସାମାନ୍ୟ ଅସନ୍ତୋଷ ଦେଖାଯିବ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ।

ମୀନ: ଅଫିସ୍‌ରେ ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇପାରିବେ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

Related story