୧୬ ସେପ୍ଟେମ୍ବର, ଗୁରୁବାର: ଶରୀରରେ ଆଘାତ ଲାଗିପାରେ

ମେଷ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେବ। ଆୟଠାରୁ ବ୍ୟୟ ଅଧିକ ହେବ। ଶତ୍ରୁମାନଙ୍କ ଚକ୍ରାନ୍ତରେ ପଡ଼ିପାରନ୍ତି, ତେଣୁ ସଜାଗ ରୁହନ୍ତୁ। ବୃଷ: ବ୍ୟବସାୟରେ ଭଲ ଲାଭ ହେବ। ନିଜ କାମ ପାଇଁ ପ୍ରଶଂସିତ ହେବେ। ଶରୀରରେ ଆଘାତ ଲାଗିପାରେ। ଯାନବାହାନ ଚଳାଚଳ ବେଳେ ସାବଧାନ ରୁହନ୍ତୁ। ମିଥୁନ: କର୍ମକ୍ଷେତ୍ରରେ ଆୟ ଭଲ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳାମାନେ ଚିନ୍ତିତ ରହିବେ। କର୍କଟ: କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ଆର୍ଥିକ ଲାଭ ହୋଇପାରେ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ […]

Horoscope

Jitendra Garnayak
  • Published: Thursday, 16 September 2021
  • , Updated: 16 September 2021, 08:43 AM IST

ମେଷ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେବ। ଆୟଠାରୁ ବ୍ୟୟ ଅଧିକ ହେବ। ଶତ୍ରୁମାନଙ୍କ ଚକ୍ରାନ୍ତରେ ପଡ଼ିପାରନ୍ତି, ତେଣୁ ସଜାଗ ରୁହନ୍ତୁ।

ବୃଷ: ବ୍ୟବସାୟରେ ଭଲ ଲାଭ ହେବ। ନିଜ କାମ ପାଇଁ ପ୍ରଶଂସିତ ହେବେ। ଶରୀରରେ ଆଘାତ ଲାଗିପାରେ। ଯାନବାହାନ ଚଳାଚଳ ବେଳେ ସାବଧାନ ରୁହନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ଆୟ ଭଲ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳାମାନେ ଚିନ୍ତିତ ରହିବେ।

କର୍କଟ: କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ଆର୍ଥିକ ଲାଭ ହୋଇପାରେ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।

ସିଂହ: ଆର୍ଥିକ ଚିନ୍ତା ଲାଗି ରହିବ। ସାମାନ୍ୟ ବାଦବିବାଦ ଦେଖା ଦେଇପାରେ। ଶତ୍ରୁ ଉପରେ ବିଜୟୀ ହେବେ।

କନ୍ୟା: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅସୁସ୍ଥ ଅନୁଭବ କରିବେ। ବନ୍ଧୁଙ୍କ ସାହାଯ୍ୟ ପାଇବେ।

ତୁଳା: ବ୍ୟବସାୟରେ ସଫଳତା ପାଇବେ। ଚାକିରି କ୍ଷେତ୍ରରେ ମାନସମ୍ମାନ ବଢ଼ିବ। ମହିଳାମାନେ ଅଳଙ୍କାର କ୍ରୟ କରିପାରନ୍ତି।

ବିଛା: ବ୍ୟବସାୟରେ ଲାଗିରହିଥିବା ବାଧାବିଘ୍ନ ଦୂର ହେବ। ଦୁଃସମ୍ବାଦ ପାଇବେ। ଚିନ୍ତାଗ୍ରସ୍ତ ହେବେ।

ଧନୁ: ବନ୍ଧୁଙ୍କ ସହଯୋଗ ପାଇବେ। ସୁସମ୍ବାଦ ଏବଂ ସୁଖାଦ୍ୟ ପ୍ରାପ୍ତି ହେବ।

ମକର: ପଦୋନ୍ନତି ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳାମାନେ ଧର୍ମ ପରାୟଣ ହେବେ।

କୁମ୍ଭ: କର୍ମକ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ମୀନ: ଆଶା ପୂରଣ ହେବ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇ ମନ ଖୁସି ରହିବ। ମାନସିକ ଶାନ୍ତି ପାଇବେ।

Related story