ମେଷ: କର୍ମ କ୍ଷେତ୍ରରେ ସଫଳତା ପାଇବେ। ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟରେ ଆଶାରୁ ଅଧିକ ଲାଭ ପାଇବେ । ପରିବାରରେ ଶାନ୍ତି ବଜାୟ ରହିବ ।
ବୃଷ: କର୍ମଜୀବୀମାନଙ୍କ ପାଇଁ ଦିନଟି ଶୁଭ ନାହିଁ । ଏଣୁ ସମସ୍ତ କାର୍ଯ୍ୟରେ ସତର୍କ ରହି କାର୍ଯ୍ୟ କରନ୍ତୁ । ବ୍ୟବସାୟ ବାଣିଜ୍ୟରେ କ୍ଷତି ହେବାର ସମ୍ଭାବନା ବେଶି । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।
ମିଥୁନ: ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ସୁସମ୍ବାଦ ପ୍ରାପ୍ତି ସହ ସୁଖାଦ୍ୟ ଭୋଜନ କରିବେ । ବନ୍ଧୁଙ୍କ ସହ ଦେଖା ହୋଇପାରେ । ପରିବାରରେ ଶାନ୍ତି ବଜାୟ ରହିବ।
କର୍କଟ: ଅତ୍ୟଧିକ ବ୍ୟୟ ଯୋଗୁଁ ଚିନ୍ତାଗ୍ରସ୍ତ ରହିବେ। ନିଜର କୌଣସି ମନ ପସନ୍ଦର ଦ୍ରବ୍ୟହାନୀ ହେଇପାରେ । ସତର୍କ ରହିବେ । କାର୍ଯ୍ୟକ୍ଷେତ୍ରରେ ବିଶୃଙ୍ଖଳ ପରିସ୍ଥିତି ମଧ୍ୟ ଉପୁଜିପାରେ ।
ସିଂହ: ପୂର୍ବରୁ ଅଟକିଥିବା କାର୍ଯ୍ୟ ସବୁ ପୁନର୍ବାର ଆରମ୍ଭ ହୋଇପାରେ । ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ ଏବଂ ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ମିଳିବ । ଗୃହରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।
କନ୍ୟା: କର୍ମକ୍ଷେତ୍ରରେ ସଫଳତା ପାଇବେ । ନୂତନ ଯାନବାହନ ମଧ୍ୟ କ୍ରୟ କରିପାରନ୍ତି । ଶାରିରୀକ ସୁସ୍ଥତା ଅନୁଭବ କରିବେ ।
ତୁଳା: ଆଗରୁ ଚାଲିଥିବା ବାଦବିବାଦର ଅବସାନ ଘଟିବ । କର୍ମରେ ଉନ୍ନତି ହେବ, ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ । ସ୍ୱାସ୍ଥ୍ୟକୁ ନେଇ କିଛି ମାତ୍ରାରେ ଚିନ୍ତିତ ରହିପାରନ୍ତି ।
ବିଛା: ବିଭିନ୍ନ କାରଣରୁ ମାନସିକ ଅଶାନ୍ତି ଦେଖାଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ବିବାଦର ସମ୍ମୁଖୀନ ହେବେ । ପରିବାରରେ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖାଦେଇପାରେ, ସତର୍କ ରୁହନ୍ତୁ ।
ଧନୁ: ସମସ୍ତଙ୍କର ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭବାନ ହେବେ । ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ପାଇବେ ।
ମକର: ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଶରୀରରେ ଆଘାତ ଲାଗିପାରେ । ସତର୍କ ରହି ଯାନବାହନ ଚଳାଚଳ କରନ୍ତୁ ।
କୁମ୍ଭ: କର୍ମକ୍ଷେତ୍ରରେ ବାଦ ବିବାଦ ଉପୁଜିପାରେ । ସହଯୋଗୀମାନେ ଅସହଯୋଗ କରିବା ଦ୍ୱାରା ବିରକ୍ତିଭାବ ପ୍ରକାଶ ପାଇବ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରି ପାରନ୍ତି ।
ମୀନ: ଶତୃମାନଙ୍କ ଚକ୍ରାନ୍ତରେ ପଡିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ ।ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।