୧୭ ଜୁଲାଇ, ରବିବାର: ଶୁଭ ଖବର ପାଇବେ

ମେଷ: କାର୍ଯ୍ୟକ୍ଷେତ୍ରରେ ବାଦବିବାଦ ଦେଖାଯିବ। ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥା ଭ୍ରମଣ ଯୋଗୁ କ୍ଳାନ୍ତ ଅନୁଭବ କରିବେ। ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। ମାନସମ୍ମାନ ପାଇବେ। ଦୂରଯାତ୍ରାରୁ ଲାଭ ପାଇବେ। ବନ୍ଧୁଙ୍କ ସହଯୋଗ ପାଇ ମନ ଖୁସି ରହିବ। ମିଥୁନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରରେ ଅଶାନ୍ତି ଦେଖାଦେଇପାରେ। କାହା ଦେହ ମଧ୍ୟ ଅସୁସ୍ଥ ହୋଇପାରେ। କର୍କଟ: ଅସୁସ୍ଥ ଅନୁଭବ କରିବେ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ନିଜର […]

Daily Horoscope

Daily Horoscope

Jitendra Garnayak
  • Published: Sunday, 17 July 2022
  • Updated: 17 July 2022, 07:41 AM IST

ମେଷ: କାର୍ଯ୍ୟକ୍ଷେତ୍ରରେ ବାଦବିବାଦ ଦେଖାଯିବ। ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥା ଭ୍ରମଣ ଯୋଗୁ କ୍ଳାନ୍ତ ଅନୁଭବ କରିବେ।

ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। ମାନସମ୍ମାନ ପାଇବେ। ଦୂରଯାତ୍ରାରୁ ଲାଭ ପାଇବେ। ବନ୍ଧୁଙ୍କ ସହଯୋଗ ପାଇ ମନ ଖୁସି ରହିବ।

ମିଥୁନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରରେ ଅଶାନ୍ତି ଦେଖାଦେଇପାରେ। କାହା ଦେହ ମଧ୍ୟ ଅସୁସ୍ଥ ହୋଇପାରେ।

କର୍କଟ: ଅସୁସ୍ଥ ଅନୁଭବ କରିବେ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ନିଜର ମନ ପସନ୍ଦର ଦ୍ରବ୍ୟ ନଷ୍ଟ ହୋଇପାରେ।

ସିଂହ: ମନ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ ଦିନଟି ଭଲ ରହି ନପାରେ। ଗାଡ଼ିରେ ଯା’ଆସ କଲା ବେଳେ ସତର୍କ ରୁହନ୍ତୁ, ନହେଲେ ଆଘାତ ଲାଗିପାରେ।

କନ୍ୟା: ଆୟର ନୂଆ ପନ୍ଥା ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ମହିଳାମାନେ ଅଳଙ୍କାର କ୍ରୟ କରିବାର ସୁଯୋଗ ପାଇବେ।

ତୁଳା: ଶରୀର ଓ ମନ ସଂପୂର୍ଣ୍ଣ ସୁସ୍ଥ ରହିବ। ମହିଳାମାନେ ଘରେ ଆନନ୍ଦରେ ଦିନଟିକୁ ଅତିବାହିତ କରିବେ।

ବିଛା: ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ମନ ଅଶାନ୍ତ ରହିବ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଘରେ ବାଦବିବାଦ ଦେଖା ଦେଇପାରେ।

ଧନୁ: ଅସୁସ୍ଥ ଅନୁଭବ କରିପାରନ୍ତି। ରାସ୍ତାରେ ଯା’ଆସ କଲା ବେଳେ ସତର୍କ ରୁହନ୍ତୁ। ଘରକୁ ଅତିଥି ଆସିପାରନ୍ତି।

ମକର: ଶୁଭ ଖବର ପାଇବେ। ପରିବାରର ଅନ୍ୟ ସଦସ୍ୟ ଓ ବନ୍ଧୁ ମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ।

କୁମ୍ଭ: ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ। ସୁସ୍ୱାଦୁ ଖାଦ୍ୟ ଖାଇବେ।

ମୀନ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos