୧୭ ସେପ୍ଟେମ୍ବର, ଶୁକ୍ରବାର: ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି

ମେଷ: ନୂତନ କର୍ମ ସଂସ୍ଥାନ ମିଳିପାରେ। ବ୍ୟବସାୟରେ ଆୟ ଭଲ ହେବ। ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ।

ବୃଷ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂର ହେବ। ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ପାରିବାରିକ ସମସ୍ୟାର ସମାଧାନ ହେବ।

ମିଥୁନ: ଅଧିକ ପରିଶ୍ରମ କରିପାରନ୍ତି। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଶାରିରୀକ ଅସୁସ୍ଥତା ଅନୁଭବ କରିବେ।

କର୍କଟ: କର୍ମକ୍ଷେତ୍ରରେ ସଫଳତା ପାଇବେ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ।

ସିଂହ: ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

କନ୍ୟା: କର୍ମକ୍ଷେତ୍ରରେ ମାନ-ସମ୍ମାନ ପାଇବେ। ବ୍ୟବସାୟରେ ଭଲ ଲାଭ ହେବ। ବିଭିନ୍ନ ସମସ୍ୟାର ସମାଧାନ ହେବ।

ତୁଳା: ନିଜ ଉଦ୍ୟମ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ସୁସମ୍ବାଦ ପାଇବେ। ମହିଳାମାନେ ଧର୍ମପରାୟଣ ହେବେ।

ବିଛା: ମନ ଅଶାନ୍ତ ରହିବ, ନୀରବ ରୁହନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଭଲ ଅଛି। ଅଗ୍ନି, ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରୁହନ୍ତୁ।

ଧନୁ: ନୂତନ କାର୍ଯ୍ୟଭାର ହାତକୁ ନେବେ। ଶାରିରୀକ କଷ୍ଟ ଦେଖାଦେଇପାରେ, ସତର୍କ ରୁହନ୍ତୁ।ମିତ୍ରମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।

ମକର: ଅଟକି ରହିଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହେବ। ଭୂମିକ୍ରୟ କରିବାର ସୁଯୋଗ ଆସିପାରେ।

କୁମ୍ଭ: ବ୍ୟବସାୟରେ କ୍ଷତି ହୋଇପାରେ। କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ବନ୍ଧୁଙ୍କ ସହଯୋଗ ପାଇବେ।

ମୀନ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।