ମେଷ: କର୍ମକ୍ଷେତ୍ରରେ ଅତ୍ୟଧିକ ମାନସିକ ଚାପ ଅନୁଭବ କରିବେ। ନୂତନ କାର୍ଯ୍ୟଭାର ହାତକୁ ନେବେ। ବାଦବିବାଦରେ ବିଜୟ ଲାଭ କରିବେ।
ବୃଷ: କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ। କିନ୍ତୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ଲାଭ ହେବାର ସୂଚନା ରହିଛି।
ମିଥୁନ: ପିଲାମାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ରହିବେ। ପରିବାରରେ ଅଶାନ୍ତି ଦେଖା ଦେଇପାରେ। ମହିଳାମାନେ ପୂଜାପାଠରେ ସମୟ ବିତାଇବେ।
କର୍କଟ: ବ୍ୟବସାୟରେ ଉନ୍ନତି ହେବ। ବନ୍ଧୁବାନ୍ଧବଙ୍କର ସାହାଯ୍ୟ ମିଳିବ। ହଜିଯାଇଥିବା ଦ୍ରବ୍ୟ ଅଚାନକ ହସ୍ତଗତ ହେବ।
ସିଂହ: ଆର୍ଥିକସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଦୂରଯାତ୍ରା କରିବାକୁ ପଡ଼ିପାରେ।
କନ୍ୟା: ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ। ଦୀର୍ଘଦିନ ଧରି ଚାଲିଥିବା ବିବାଦର ଅବସାନ ଘଟିବ। ପରିବାରରେ ଶାନ୍ତିଶୃଙ୍ଖଳା ବଜାୟ ରହିବ।
ତୁଳା:ବ୍ୟବସାୟରେ କ୍ଷତି ହୋଇପାରେ, ଏଣୁ ସତର୍କ ରହିବେ। ବନ୍ଧୁବାନ୍ଧବଙ୍କ ସହ ବାଦବିବାଦ ହୋଇପାରେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ।
ବିଛା:ବ୍ୟବସାୟରେ ବ୍ୟୟ ଅଧିକ ହେବାଦ୍ୱାରା ମାନସିକ ଅଶାନ୍ତି ଦେଖାଦେଇପାରେ। ପିଲାମାନଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିପାରେ, ସେଥିପାଇଁ ଯତ୍ନବାନ ହୁଅନ୍ତୁ।
ଧନୁ: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସାହାଯ୍ୟ ପାଇ ମନ ଖୁସି ରହିବ। ପତ୍ନୀଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ। ପିଲାମାନେ ଶାନ୍ତିରେ ଦିନଟିକୁ ଅତିବାହିତ କରିବେ।
ମକର: ଦୈନିକ ରୋଜଗାର ଭଲ ହେବ। ସନ୍ତାନଙ୍କୁ ନେଇ ଚିନ୍ତିତ ରହିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
କୁମ୍ଭ: ବ୍ୟବସାୟରେ ସଫଳତା ଅର୍ଜନ କରିବେ। ଦୂରଯାତ୍ରା କରିପାରନ୍ତି। ପରିବାରରେ ସାମାନ୍ୟ ଅଶାନ୍ତି ଉପୁଜିପାରେ।
ମୀନ: କର୍ମକ୍ଷେତ୍ରରେ ଚାଲିଥିବା ବାଦବିବାଦର ଅବସାନ ଘଟିବ। ବନ୍ଧୁମାନେ ସାହାଯ୍ୟ କରିବେ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।