୧୮ଫେବ୍ରୁଆରୀ, ଗୁରୁବାର: କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ

ମେଷ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ଯୋଗୁଁ ମନ ଖୁସି ରହିବ। ସାଙ୍ଗସାଥୀଙ୍କ ସହିତ କଥାବାର୍ତ୍ତା କଲା ବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ଭ୍ରମଣ ଯୋଗ ରହିଛି। ବୃଷ:  ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବେ। କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘରକୁ ଅତିଥିଙ୍କ ଆଗମନ ହେବ। ମିଥୁନ: କୌଣସି ଶୁଭ ତଥା ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି। କର୍ମକ୍ଷେତ୍ରରେ ନୂତନ ପଦ-ପଦବୀ ପାଇବା ପାଇଁ […]

RASI

RASI

Niharika Rout
  • Published: Thursday, 18 February 2021
  • Updated: 18 February 2021, 10:40 AM IST

Sports

Latest News

ମେଷ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ଯୋଗୁଁ ମନ ଖୁସି ରହିବ। ସାଙ୍ଗସାଥୀଙ୍କ ସହିତ କଥାବାର୍ତ୍ତା କଲା ବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ଭ୍ରମଣ ଯୋଗ ରହିଛି।

ବୃଷ:  ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବେ। କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘରକୁ ଅତିଥିଙ୍କ ଆଗମନ ହେବ।

ମିଥୁନ: କୌଣସି ଶୁଭ ତଥା ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି। କର୍ମକ୍ଷେତ୍ରରେ ନୂତନ ପଦ-ପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ: ବୃଥା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି ତେଣୁ ଜଗି ରଖି ଚଳନ୍ତୁ। ଛୋଟ ଛୋଟ କଥାରେ ମିତ୍ରମାନଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବା କଷ୍ଟକର ହୋଇପାରେ।

ସିଂହ: କୌଣସି ନୂତନ ସ୍ଥାନ ଭ୍ରମଣ ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ।

କନ୍ୟା: ଗୃହକୁ ବନ୍ଧୁଙ୍କ ଆଗମନ ହେବେ, ଯାହା ଫଳରେ ମନ ପ୍ରଫୁଲ୍ଲିତ ରହିବ। ମହିଳାମାନେ ଘରେ ତଥା ବାହାରେ ପ୍ରଶଂସନୀୟ ହେବେ। ଯଦି ଯାନବାହନ ଚଳାଉଛନ୍ତି ତେବେ ସତର୍କତା ଅବଲମ୍ବନ କରନ୍ତୁ, ଯାନ୍ତ୍ରିକ ତ୍ରୁଟି ଦେଖା ଦେଇପାରେ।

ତୁଳା: କୌଣସି ଜରୁରୀ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅସମ୍ପୂର୍ଣ୍ଣ ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହୋଇପାରନ୍ତି।

ବିଛା: ନୃତ୍ୟ, ସଙ୍ଗୀତ, ଅଭିନୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ଜନକଲ୍ୟାଣ ମୂଳକ କାର୍ଯ୍ୟ କରି ପ୍ରଶଂସିତ ହେବେ। ନିଜ ଜୀବନସାଥୀର ପ୍ରେରଣା ପାଇ ଉପକୃତ ହେବେ।

ଧନୁ: ଗୁପ୍ତଶତ୍ରୁ ଭୟ ମନରେ ଆଶା ଆଶଙ୍କା ସୃଷ୍ଟି କରିବ। ଭୁଲ ନ କରିବି ଦୋଷୀ ହୋଇପାରନ୍ତି । ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିବେ ସେମାନେ ଶତ୍ରୁତା ଆଚରଣ କରିବେ।

ମକର: ଶରୀରର କୌଣସି ଅଙ୍ଗରେ ପୀଡା ଅନୁଭବ କରିପାରନ୍ତି। ପ୍ରତ୍ୟେକଟି ଦିଗରେ ନିନ୍ଦା ଅପନିନ୍ଦାର ଶିକାର ହୋଇପାରନ୍ତି। ଆର୍ଥିକ ସମସ୍ୟା ଓ ପାରିବାରିକ ଅଶାନ୍ତି ମନକୁ ବ୍ୟଥିତ କରାଇବ।

କୁମ୍ଭ: ନିଜସ୍ୱ ଯୋଜନା ଅନୁସାରେ କାମ କରି ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିବେ। ବୃତ୍ତିଗତ ବ୍ୟବସାୟରେ ଉନ୍ନତି ଦେଖାଦେବ।

ମୀନ: ଗୁପ୍ତ ଶତ୍ରୁମାନଙ୍କର ଷଡଯନ୍ତ୍ର ବିଫଳ ହେବ ଓ ମନ ଖୁସି ରହିବ। ବିଳମ୍ବ ହେଲେ ମଧ୍ୟ ଅଟକିଥିବା କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବ। ସନ୍ତାନ ସନ୍ତତି ମାନେ ଆଜ୍ଞାଧୀନ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos