୧୮ମେ’, ବୁଧବାର: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ

ମେଷ: ଆକସ୍ମିକ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ଅପରାହ୍ନ ପରେ ଖୁସି ଖବର ପ୍ରାପ୍ତି ହେବାରୁ ମନ ଖୁସି ରହିବ। ବୃଷ: ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଭ୍ରମଣ ଯୋଗ ମଧ୍ୟ ରହିଛି। ମିଥୁନ: ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବା ସହିତ ପାରିବାରିକ ଜୀବନ ସୁଖମୟ ରହିବ। ମାଙ୍ଗଳିକ […]

RASI

RASI

Tapaswini Nayak
  • Published: Wednesday, 18 May 2022
  • Updated: 18 May 2022, 08:01 AM IST

ମେଷ: ଆକସ୍ମିକ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ଅପରାହ୍ନ ପରେ ଖୁସି ଖବର ପ୍ରାପ୍ତି ହେବାରୁ ମନ ଖୁସି ରହିବ।

ବୃଷ: ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଭ୍ରମଣ ଯୋଗ ମଧ୍ୟ ରହିଛି।

ମିଥୁନ: ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବା ସହିତ ପାରିବାରିକ ଜୀବନ ସୁଖମୟ ରହିବ। ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ।

କର୍କଟ:  କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ।  ଅସୁସ୍ଥତା ଅନୁଭବ କରିବେ। ବହୁଦିନର ଦୂରବନ୍ଧୁଙ୍କ ସହିତ ମିଳନ ହେବ।

ସିଂହ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିବେ।  ମାନସମ୍ମାନ ପାଇବେ। ଶତ୍ରୁମାନେ ପରାଜିତ ହୋଇ ମିତ୍ରତାର ହାତ ବଢାଇବେ। ଜମି, ଗୃହ, ଯାନବାହନ କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି।

କନ୍ୟା: ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ବହୁଦିନରୁ ଚିନ୍ତା କରୁଥବା କାର୍ଯ୍ୟକୁ ପୂରଣ କରିବେ। ଘରକୁ ବନ୍ଧୁଙ୍କର ଆଗମନ ହେବ।

ତୁଳା: ଆଜି ପୂର୍ବର ସମସ୍ୟା ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବା  କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ। କର୍ମକ୍ଷେତ୍ରରେ  ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।

ବିଛା: ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ର୍ନିମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଉପରିସ୍ଥଙ୍କ କର୍ମଚାରୀଙ୍କ ଆଦେଶାନୁସାରେ କାର୍ଯ୍ୟ କରିବା ପାଇଁ  ବାଧ୍ୟ ହେବେ।  ପିତା ମାତାଙ୍କ ଆର୍ଶ୍ରିବାଦ ଆପଣଙ୍କୁ ସହାୟ ହେବ।

ଧନୁ: କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ  ପ୍ରଶଂସନୀୟ ହେବେ। ମନ ଭାରାକ୍ରାନ୍ତ ରହିବ। କୋର୍ଟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା  ଆଜି ଯଗିରଖି ଚଳନ୍ତୁ କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ।

ମକର: ଆଜି ଆକସ୍ମିକ ଭାବେ ଧନ ଲାଭ କରିବେ । ଦେହ ମନ ସୁସ୍ଥ ରହିବ । କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସମସ୍ତ ଦିଗରେ ବିଜୟୀ ହେବେ।   ମହିଳାମାନେ ଆଜି ଜଗିରଖି ଚଳନ୍ତୁ, ଦାମ୍ପତ୍ୟ ଜୀବନରେ ମନାନ୍ତର, ମତାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିପାରେ । ବ୍ୟବସାୟରେ ମିଶ୍ରିତ ଫଳଭୋଗ ହେବ । ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ ।

କୁମ୍ଭ : ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ କାରଣରୁ ଚିନ୍ତିତ ରହିବେ। ଉପସ୍ଥିତ ବୁଦ୍ଧି ଓ ଉପରିସ୍ଥ ଅଧିକାରୀଙ୍କ ସହଯୋଗ କାରଣରୁ କାର୍ଯ୍ୟ ହାସଲ କରିବେ  । ଛାତ୍ରଛାତ୍ରୀ ପଢାପଢିରେ ମଧ୍ୟମ ଫଳ ଭୋଗ କରିବେ । ନିଜର ଲୋକ ବିରୁଦ୍ଧାଚରଣ କରିବେ, ସତର୍କ ରୁହନ୍ତୁ ।

ମୀନ: ଆଜି ଆକସ୍ମିକ ଭାବରେ ବକେୟା ଦରମା ହସ୍ତଗତ ହେବ । ପାରିବାରିକ ଭୁଲ ବୁଝାମଣା କାରଣରୁ ଚିନ୍ତିତ ରହିବେ । ଗୁପ୍ତ ଶତ୍ରୁଙ୍କ କାରଣରୁ କାର୍ଯ୍ୟରୁ ନିଲମ୍ବିତ ହେବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।  ଆୟ ବୃଦ୍ଧି ଘଟିବ, ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos