୧୯ ମାର୍ଚ୍ଚ, ମଙ୍ଗଳବାର: ଧନପ୍ରାପ୍ତି ଯୋଗ ରହିଛି

ମେଷ: କ୍ଲାନ୍ତ ଅନୁଭବ କରିବେ। ଆଜି କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଆପଣଙ୍କ ବ୍ୟବହାର ଯେମିତି କାହାକୁ କଷ୍ଟ ନଦେବ ସେଥିପ୍ରତି ଧ୍ୟାନ ରଖନ୍ତୁ। ବୃଷ: କାର୍ଯ୍ୟରେ ସଫଳତା ମିଳିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। କଳାକାର ଓ ଖେଳାଳିମାନେ ସେମାନଙ୍କର ପ୍ରତିଭା ଦେଖାଇବାର ଆଜି ହେଉଛି ଭଲ ଦିନ। ମିଥୁନ: କୌଣସି ନୂଆ ଯୋଜନା ଆରମ୍ଭ କରିବେ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ବହୁତ ଭଲ ଅଛି। ସ୍ୱାସ୍ଥ୍ୟ ଭଲ […]

rasifala

Rajalaxmi Sahu
  • Published: Tuesday, 19 March 2019
  • , Updated: 19 March 2019, 08:14 AM IST

ମେଷ: କ୍ଲାନ୍ତ ଅନୁଭବ କରିବେ। ଆଜି କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଆପଣଙ୍କ ବ୍ୟବହାର ଯେମିତି କାହାକୁ କଷ୍ଟ ନଦେବ ସେଥିପ୍ରତି ଧ୍ୟାନ ରଖନ୍ତୁ।

ବୃଷ: କାର୍ଯ୍ୟରେ ସଫଳତା ମିଳିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। କଳାକାର ଓ ଖେଳାଳିମାନେ ସେମାନଙ୍କର ପ୍ରତିଭା ଦେଖାଇବାର ଆଜି ହେଉଛି ଭଲ ଦିନ।

ମିଥୁନ: କୌଣସି ନୂଆ ଯୋଜନା ଆରମ୍ଭ କରିବେ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ବହୁତ ଭଲ ଅଛି। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ଅସୁସ୍ଥ ଅନୁଭବ କରିବେ। ମନରେ ନକାରାତ୍ମକ ଭାବନା ସୃଷ୍ଟି ହେବ। ଖର୍ଚ୍ଚ ବଢ଼ିବ।

ସିଂହ: ଦୃଢ଼ ଆତ୍ମବିଶ୍ୱାସ ଓ ସଠିକ୍‌ ନିଷ୍ପତ୍ତି ଯୋଗୁ ଆଜି ଆପଣଙ୍କର ସବୁ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସମାଜରେ ସମ୍ମାନ ଓ ପ୍ରତିଷ୍ଠା ମିଳିବ।

କନ୍ୟା: ଅସୁସ୍ଥ ଅନୁଭବ କରିବେ। ହଠାତ୍‌ ଖର୍ଚ୍ଚାନ୍ତରେ ପଡ଼ିବେ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ।

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି। ଆୟ ବଢ଼ିବ। କୌଣସି ପର୍ଯ୍ୟଟନସ୍ଥଳୀକୁ ଯାତ୍ରା କରିବେ। ସୁସ୍ୱାଦୁ ଭୋଜନ ଖାଇବେ।

ବିଛା: ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ସମ୍ମାନ-ପ୍ରତିଷ୍ଠା ମିଳିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ପରିବାରରେ ଭଲ ବାତାବରଣ ରହିବ।

ଧନୁ: କ୍ୟାରିଅର୍‌ରେ ପରିବର୍ତ୍ତନ କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମକର: ଦ୍ୱନ୍ଦ୍ୱ ଭିତରେ ରହିବେ। ପିଲାଙ୍କ ଭବିଷ୍ୟତକୁ ନେଇ ଚନ୍ତିତ ରହିପାରନ୍ତି। ଈଶ୍ୱରଙ୍କୁ ଆରାଧନା କରନ୍ତୁ।

କୁମ୍ଭ: ଧନପ୍ରାପ୍ତି ଯୋଗ ରହିଛି। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ।

ମୀନ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

Related story