ମେଷ: ପାରିବାରିକ ଜୀବନ ଭଲ ରହିବ। ପୂର୍ବରୁ ଥିବା ମତାନ୍ତର ଦୂର ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।
ବୃଷ: ସମ୍ମାନ ପ୍ରାପ୍ତି ଯୋଗ ରହିଛି। ଅର୍ଥ କିମ୍ବା ଦ୍ରବ୍ୟହାନି ହୋଇପାରେ। ସ୍ତ୍ରୀଙ୍କ ସହ ମତାନ୍ତର ହୋଇପାରେ।
ମିଥୁନ: ଦିନଟି ଭଲରେ କଟିବ। ଶତ୍ରୁମାନେ ପରାଜିତ ହେବେ। ସହକର୍ମୀ ଓ ଭାଇଭଉଣୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।
କର୍କଟ: ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି।
ସିଂହ: ମନ ଅସ୍ଥିର ରହିବ। ତେବେ କର୍ମକ୍ଷେତ୍ରରେ ସଫଳତା ମିଳିବ। ସମ୍ମାନିତ ହୋଇପାରନ୍ତି। ଆଜି ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।
କନ୍ୟା: ଆଜି ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।
ତୁଳା: ଅର୍ଥଲାଭ ହେବ। କୌଣସି ସମସ୍ୟାର ସମାଧାନ ହୋଇଯାଇପାରେ। ସନ୍ତାନସନ୍ତତିଙ୍କ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।
ବିଛା: କୌଣସି ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ପରିବାରରେ ଅଶାନ୍ତି ଦେଖାଦେଇପାରେ। ଅଧିକ କଥା ନ କହି ଚୁପ୍ ରହିଲେ ଭଲ ହେବ।
ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିବ। କିନ୍ତୁ ଚତୁରତାର ସହ ତା’ର ସାମ୍ନା କରିପାରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମକର: ଆତ୍ମୀୟଙ୍କ ଗହଣରେ ଦିନଟିକୁ ହସଖୁସିରେ ଅତିବାହିତ କରିବେ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। ଅଗ୍ନି, ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରୁହନ୍ତୁ।
କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହେବା ଯୋଗୁ ମନ ଉଦାସ ରହିବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।
ମୀନ: ଆତ୍ମୀୟଙ୍କ ସାହାଯ୍ୟ ସହଯୋଗ ପାଇ ଆନନ୍ଦିତ ହେବେ। ବସ୍ତ୍ର ଓ ସୁନା ଅଳଙ୍କାର ପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।