ଇଂରାଜୀ ନବବର୍ଷ ୨୦୨୩ର ପ୍ରଥମ ଦିନଟି ଆପଣଙ୍କର କେମିତି କଟିବ ଜାଣନ୍ତୁ

ମେଷ ରାଶି ଅଶ୍ୱିନୀ ମେଷ ୧/୧- କର୍ମକ୍ଷେତ୍ରରେ ସଫଳତା, ବ୍ୟବସାୟରେ ଉନ୍ନତି ଏବଂ ରାଜନୀତିରେ ଅଗ୍ରଗତି ଲାଭ କରିବେ। ଦ୍ୱିଜା ମେଷ୨/୧- ବହୁଦିନର ଆଶା ପୂରଣ ହେବା ସହ ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମରେ ସଫଳତା ମିଳିବ ଓ ବିବାହ ବନ୍ଧନରେ ଆବଦ୍ଧ ହେବେ। କୃତ୍ତିକା ମେଷ ୩/୧- ବ୍ୟବସାୟରେ ସଫଳତା ମିଳିବ। ସନ୍ତାନମାନଙ୍କ ପାଇଁ ଚିନ୍ତିତ ହେବେ। ଦାମ୍ପତ୍ୟ ଜୀବନରେ ମନାନ୍ତର ଯୋଗୁ ମନ ବିଚଳିତ ରହିବ। ବୃଷ ରାଶି କୃତ୍ତିକା ବୃଷ ୩/୨- […]

Rashi

  • Published: Sunday, 01 January 2023
  • , Updated: 01 January 2023, 08:41 AM IST

ମେଷ ରାଶି

  • ଅଶ୍ୱିନୀ ମେଷ ୧/୧- କର୍ମକ୍ଷେତ୍ରରେ ସଫଳତା, ବ୍ୟବସାୟରେ ଉନ୍ନତି ଏବଂ ରାଜନୀତିରେ ଅଗ୍ରଗତି ଲାଭ କରିବେ।
  • ଦ୍ୱିଜା ମେଷ୨/୧- ବହୁଦିନର ଆଶା ପୂରଣ ହେବା ସହ ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମରେ ସଫଳତା ମିଳିବ ଓ ବିବାହ ବନ୍ଧନରେ ଆବଦ୍ଧ ହେବେ।
  • କୃତ୍ତିକା ମେଷ ୩/୧- ବ୍ୟବସାୟରେ ସଫଳତା ମିଳିବ। ସନ୍ତାନମାନଙ୍କ ପାଇଁ ଚିନ୍ତିତ ହେବେ। ଦାମ୍ପତ୍ୟ ଜୀବନରେ ମନାନ୍ତର ଯୋଗୁ ମନ ବିଚଳିତ ରହିବ।

ବୃଷ ରାଶି

  • କୃତ୍ତିକା ବୃଷ ୩/୨- ଶାରୀରିକ, ମାନସିକ ଓ ପାରିବାରିକ ଅଭିବୃଦ୍ଧି ସହ ଆୟ ବୃଦ୍ଧି ହେବ। ଦୂରଯାତ୍ରା କରିବେ।
  • ରୋହିଣୀ ବୃଷ ୪/୨- ବ୍ୟବସାୟରେ ଉନ୍ନତି ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ସ୍ଥାୟୀ କର୍ମ ନିଯୁକ୍ତି ମଧ୍ୟ ମିଳିବ।
  • ମୃଗଶିରା ବୃଷ ୫/୨-ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ। ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେବ।

ମିଥୁନ ରାଶି

  • ମୃଗଶିରା ମିଥୁନ ୫/୩- ମନୋବଳ ଦୃଢ଼ ହେବ। ଇଚ୍ଛା ଶକ୍ତି ବଳରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସମାପନ ହେବ।
  • ଆଦ୍ରା ମିଥୁନ ୬/୩- ଶାରୀରିକ ପୀଡ଼ା ଓ ମାନସିକ ଦୁଶ୍ଚିନ୍ତା ଦେଖାଦେବ। କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କିନ୍ତୁ ଆର୍ଥିକ ଉନ୍ନତି ଓ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ।
  • ପୁନର୍ବସୁ ମିଥୁନ ୭/୩- ପାରିବାରିକ ସମସ୍ୟା ଦେଖାଦେବ। କ୍ୟାରିୟରରେ ଅବଶ୍ୟ ଉନ୍ନତି କରିବେ। ଗୁପ୍ତ ଶତୃ ଭୟ ଦେଖାଦେଇପାରେ। ଏଣୁ ସତର୍କ ରହି କାର୍ଯ୍ୟ କରନ୍ତୁ।

କର୍କଟ ରାଶି

  • ପୁନର୍ବସୁ କର୍କଟ ୭/୪ କର୍କଟ- ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଦୂର ଯାତ୍ରା କରିବାକୁ ପଡ଼ିପାରେ।
  • ପୂଷ୍ୟା ୮/୪ କର୍କଟ- ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବେ। ବହୁଦିନ ଆଶା ଆଶଙ୍କାର ଅବସାନ ଘଟିବ।
  • ଅଶ୍ଳେଷା ୯/୪ କର୍କଟ - ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆର୍ଥିକ ଅବସ୍ଥା ଭଲ ରହିବ।

ସିଂହ ରାଶି

  • ମଘା ସିଂହ ୧୦/୫ - ଆର୍ଥିକ ସମୃଦ୍ଧି ସହ ଦୂରଯାତ୍ରାର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି କରିବେ।
  • ପୂର୍ବାଫାଲଗୁନୀ ସିଂହ ୧୧/୫ - ଭାତୃ ବିବାଦ ଦେଖାଦେବ। ପ୍ରେମ କ୍ଷେତ୍ରରେ ବିଫଳତା ମିଳିବ। ଆର୍ଥିକ ସମୃଦ୍ଧି ଦେଖାଦେବ।
  • ଉତ୍ତରାଫାଲଗୁନୀ ସିଂହ ୧୨/୫ - ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଉନ୍ନତି ଏବଂ ରାଜନୀତିରେ ଅଗ୍ରଗତି କରିବେ।

କନ୍ୟା ରାଶି

  • ଉତ୍ତରାଫାଲଗୁନୀ କନ୍ୟା୧୨/୬ - ସ୍ଥାୟୀ କର୍ମ ନିଯୁକ୍ତି ମିଳିବ। କିନ୍ତୁ ଶାରୀରିକ ପୀଡ଼ା ଓ ମାନସିକ ଦୁଶ୍ଚିନ୍ତା ଦେଖାଦେବ।
  • ହସ୍ତା କନ୍ୟା ୧୩/୬ - ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଆୟ-ବ୍ୟୟ ପ୍ରାୟ ସମାନ ରହିବ।
  • ଚିତ୍ରା କନ୍ୟା ୧୪/୬ - କ୍ୟାରିୟରରେ ଅବଶ୍ୟ ଉନ୍ନତି କରିବେ। ପ୍ରେମ କ୍ଷେତ୍ରରେ ବିଫଳତା ମିଳିବ। ଆର୍ଥିକ ଅବନ୍ନତି ଦେଖାଦେବ।

ତୁଳା ରାଶି

  • ଚିତ୍ରା ତୁଳା ୧୪/୭ - ପାରିବାରିକ ସମସ୍ୟା, ଶାରୀରିକ ପୀଡ଼ା ଓ ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ।
  • ସ୍ୱାତୀ ତୁଳା ୧୫/୭ - ବକେୟା ଅର୍ଥ ଆଦାୟ ହେବ। ଶାରୀରିକ ଓ ମାନସିକ ଅଭିବୃଦ୍ଧି ହେବା ସହିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ।
  • ବିଶାଖା ତୁଳା ୧୬/୭ - ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟରେ ଉନ୍ନତି ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।

ବିଛା ରାଶି

  • ବିଶାଖା ବିଛା ୧୬/୮ - ନୂତନ ଗୃହ ନିର୍ମାଣ କରିବାକୁ ଯୋଜନା କରିବେ। ସ୍ଥାୟୀ କର୍ମ ନିଯୁକ୍ତି ମିଳିବ। ବ୍ୟବସାୟରେ ଉନ୍ନତି କରିବେ।
  • ଅନୁରାଧା ବିଛା ୧୭/୮ - ନିଜର ଦକ୍ଷତା ପ୍ରତିପାଦନ ସହିତ ନୂତନ ପଦ ପଦବୀ ଲାଭ କରିବେ। ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ।
  • ଜ୍ୟେଷ୍ଠା ବିଛା ୧୮/୮ - ସନ୍ତାନମାନେ ଆଶାନୁରୂପ ସଫଳତା ହାସଲ କରିବେ। କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିବ। ଶାରୀରିକ, ମାନସିକ ଓ ପାରିବାରିକ ଜୀବନ ସୁଖମୟ ହେବ।

ଧନୁ ରାଶି

  • ମୂଳା ଧନୁ ୧୯/୯ - ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନରେ ମନାନ୍ତର ଯୋଗୁ ମନ ବିଚଳିତ ରହିବ।
  • ପୂର୍ବାଷାଢା ଧନୁ ୨୦/୯ - ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ଓ ଦୁଃଖିତ ହେବେ। ଆୟ ବୃଦ୍ଧି ହେବ। ଦୂର ଯାତ୍ରା କରିବେ।
  • ଉତ୍ତରାଷାଢା ଧନୁ ୨୧/୯ - ଗୃହରେ ମାଙ୍ଗଳିକ କାର୍ଯ୍ୟ ସମାପନ କରିବେ। ଦାମ୍ପତ୍ୟ ଓ ପାରିବାରିକ ଜୀବନ ସୁଖମୟ ହେବ। କିନ୍ତୁ ମାଲି ମକୋଦ୍ଦମାର ଭୟ ଦେଖାଦେଇପାରେ।

ମକର ରାଶି

  • ଉତ୍ତରାଷାଢା ମକର ୨୧/୧୦ - ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ଯୋଗଦାନ କରିବା ସହିତ ନୂତନ ଯୋଜନା ହାତକୁ ନେବେ।
  • ଶ୍ରବଣା ମକର ୨୨/୧୦ - ଧନ, ମାନ, ଯଶ, ସମ୍ମାନ ଓ ପ୍ରତିଷ୍ଠା ମିଳିବ। ନୂତନ ଗୃହ ନିର୍ମାଣ କରିବା କ୍ଷେତ୍ରରେ ଆଗେଇବେ।
  • ଧନିଷ୍ଠା ମକର ୨୩/୧୦ - ଶାରୀରିକ, ମାନସିକ ଓ ପାରିବାରିକ ଅଭିବୃଦ୍ଧି ହେବ।  ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କୁମ୍ଭ ରାଶି

  • ଧନିଷ୍ଠା କୁମ୍ଭ ୨୩/୧୧- ବହୁଦିନ ଧରି ଲାଗି ରହିଥିବା ବିବାଦରେ ବିଜୟୀ ହେବେ। ଧାର କରଜ କରି କାମ ହାସଲ କରିବେ। ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ଓ ଦୁଃଖିତ ହେବେ।
  • ଶତଭିଷା କୁମ୍ଭ ୨୪/୧୧- ଜଗିରଖି ଚଳନ୍ତୁ। ନିଜ ଲୋକମାନେ ବିରୋଧ କରିବେ। ବ୍ୟବସାୟରେ ବାଧାବିଘ୍ନ ଦେଖାଦେବ।
  • ପୂର୍ବଭାଦ୍ର କୁମ୍ଭ ୨୫/୧୧- କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଜୀବନରେ ମନାନ୍ତର ଯୋଗୁ ମନ ବିଚଳିତ ରହିବ।

ମୀନ ରାଶି

  • ପୂର୍ବଭାଦ୍ର ମୀନ ୨୫/୧୨- ଆର୍ଥିକ ସମୃଦ୍ଧି ହେବ। ବ୍ୟବସାୟରେ ଉନ୍ନତି ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ।
  • ଉତ୍ତର ଭାଦ୍ରପଦ ମୀନ ୨୬/୧୨- ଶାରୀରିକ, ମାନସିକ ଓ ପାରିବାରିକ ଅଭିବୃଦ୍ଧି ହେବା ସହିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ।
  • ରେବତୀ ମୀନ ୨୭/୧୨- ବହୁଦିନର ଆଶା ପୂରଣ ହେବ। ଦୂର ଯାତ୍ରାର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି କରିବେ।

Related story