୨୦ ଫେବ୍ରୁଆରୀ, ଶନିବାର: ପୁରୁଣା ରୋଗ ନୂଆ ରୂପରେ ଦେଖା ଦେଇପାରେ

ମେଷ: ଅନେକ ସମସ୍ୟା ସମାଧାନ ହୋଇଯିବା ଫଳରେ ଅର୍ଥଲାଭର ସୁଯୋଗ ପାଇବେ। ଶତ୍ରୁମାନେ ଦୂରେଇ ଯିବା ଫଳରେ ଭାତ୍ରୁ ବିବାଦ, ପଡୋଶୀ କଳହର ସମାଧାନ ହେବ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ୱାରା ସହଜ ସୁବିଧାରେ ହୋଇଯିବ।  ବୃଷ: ଭୁଲ୍ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣିପାରିବେ। ଅଧ୍ୟୟନ, ଅଧ୍ୟାପନା, ତଥା ସାମାଜିକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ରାସ୍ତାଘାଟରେ ଅତ୍ୟନ୍ତ ସତର୍କତାର ସହ ଯାତାୟତ କରିବା ଉଚିତ୍। ମିଥୁନ:ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ […]

RASI

RASI

Niharika Rout
  • Published: Saturday, 20 February 2021
  • Updated: 20 February 2021, 08:33 AM IST

Sports

Latest News

ମେଷ: ଅନେକ ସମସ୍ୟା ସମାଧାନ ହୋଇଯିବା ଫଳରେ ଅର୍ଥଲାଭର ସୁଯୋଗ ପାଇବେ। ଶତ୍ରୁମାନେ ଦୂରେଇ ଯିବା ଫଳରେ ଭାତ୍ରୁ ବିବାଦ, ପଡୋଶୀ କଳହର ସମାଧାନ ହେବ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ୱାରା ସହଜ ସୁବିଧାରେ ହୋଇଯିବ।

 ବୃଷ: ଭୁଲ୍ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣିପାରିବେ। ଅଧ୍ୟୟନ, ଅଧ୍ୟାପନା, ତଥା ସାମାଜିକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ରାସ୍ତାଘାଟରେ ଅତ୍ୟନ୍ତ ସତର୍କତାର ସହ ଯାତାୟତ କରିବା ଉଚିତ୍।

ମିଥୁନ:ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନ ପନ୍ଥା ଅନୁସରଣ କରିବେ। ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇପାରେ। ଅଯଥା ଧାଁ ଦୌଡ ଯୋଗୁଁ ଧନ, ସମୟ ଓ ଶକ୍ତିର ଅପଚୟ ହୋଇପାରେ।

 କର୍କଟ: ଶତ୍ରୁମାନେ ଦୂରେଇ ଯିବା ଫଳରେ ମାନସିକ ଶାନ୍ତି ମିଳିବ। ଯଦି କୌଣସ ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା ହେଲେ ଆଗେଇ ନେବା ଉଚିତ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ମାମଲାର ଶୀଘ୍ର ସମାଧାନ ହୋଇଯିବ।

 ସିଂହ: ବ୍ୟବସାୟୀମାନେ ସ୍ଥଳ ବିଶେଷରେ ଅଧିକ ପରିଶ୍ରମ କରି ଲାଭବାନ ହେବେ। ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବା ଫଳରେ ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରିବେ। ପାରିବାରିକ ଜୀବନରେ ଶାନ୍ତି ପାଇପାରନ୍ତି।

 କନ୍ୟା: ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ସାମାଜିକ କାର୍ଯ୍ୟରେ ଯୋଗ ଦେଇ ଆନନ୍ଦିତ ହେବେ। ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବା ସହ ପୁରୁଣା ରୋଗ ନୂଆ ରୂପରେ ଦେଖା ଦେଇପାରେ।

 ତୁଳା: ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବ ସେତେ ଅଧିକ ଲାଭ ହେବ। ପରିବାରର କେତେକ ଅକୁହା କଥା ଚିନ୍ତା କରି ଅନ୍ୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ତୀର୍ଥଯାତ୍ରା ବା ଦୂରଯାତ୍ରା କରିବା ଦ୍ୱାରା ଅସୁସ୍ଥତା ଅନୁଭବ କରିପାରନ୍ତି।

 ବିଛା: ସରକାରୀ ଚାପ ପଡିଲେ ମଧ୍ୟ କେତେକ କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ।

 ଧନୁ: ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗଯୋଗ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା କାଏମ୍ ରହିବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତ ହେବ ।

 ମକର: ସାମାନ୍ୟ ଚେଷ୍ଟା କଲେ ଜମି, ଜମା ବିବାଦ ମେଣ୍ଟିଯିବ। ସନ୍ତାନମାନଙ୍କ ଉନ୍ନତି ପାଇଁ ଆନନ୍ଦିତ ହେବେ। ସମସ୍ତ ଦୁଃଶ୍ଚିନ୍ତା ଦୂର କରି ବରିଷ୍ଠ ଅଧିକାରୀଙ୍କ ସହ ଦୂରଯାତ୍ରା କରିବାକୁ ପଡିପାରେ।

କୁମ୍ଭ: ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହୋଇ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ। ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ। ଆୟ ଉପାର୍ଜନ କ୍ଷେତ୍ର ପ୍ରତି ସଙ୍କଟ ସୃଷ୍ଟି ହେବନାହିଁ।

 ମୀନ: ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଜାଗା, ଜମି, ଉଚ୍ଚସ୍ତରୀୟ ବାହାନ ଆଦି କ୍ରୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos