୨୦ ଅକ୍ଟୋବର, ବୁଧବାର: ଆର୍ଥିକ ଅବସ୍ଥା ଭଲ ରହିବ

ମେଷ: କର୍ମକ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହୋଇପାରେ। ତେଣୁ ସତର୍କ ରୁହନ୍ତୁ। ବାଦବିବାଦରେ ପଡ଼ି ହଇରାଣ ହୋଇପାରନ୍ତି।

ବୃଷ: କର୍ମକ୍ଷେତ୍ରରେ ଉନ୍ନତି ଯୋଗ ରହିଛି। ବ୍ୟବସାୟରେ ଭଲ ଆୟ ହେବ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।

ମିଥୁନ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବଢ଼ିବ। ଅସୁସ୍ଥତ ଥିବା ଲୋକେ ଆଜି ସୁସ୍ଥ ଅନୁଭବ କରିବେ।

କର୍କଟ: ଆୟର ନୂତନ ପନ୍ଥା ମିଳିପାରେ। ଭୂମି, ବାହନ କ୍ରୟର ସୁଯୋଗ ଆସିବ। ପରିବାରରେ ଅଶାନ୍ତି ଦେଖାଦେବ।

ସିଂହ: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ଭଲ ଫଳ ପାଇବେ। ଅଟକି ରହିଥିବା ଧନ ପ୍ରାପ୍ତିହେବ। ଦୁର୍ଘଟଣା ଭୟ ରହିଛି।

କନ୍ୟା: ଦିନଟି ଭଲ ରହିବ। ଆକସ୍ମିକ ଅର୍ଥଲାଭର ସୁଯୋଗ ଆସିବ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ।

ତୁଳା: ଅଭିଳାଷ ପୂରଣ ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ବନ୍ଧୁବାନ୍ଧବଙ୍କ ସହଯୋଗ ପ୍ରାପ୍ତି ହେବ।

ବିଛା: ଆର୍ଥିକ ଅବସ୍ଥା ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ଧନୁ: କର୍ମକ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ।

ମକର: କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି। ଆକସ୍ମିକ ଧନଲାଭ ହେବ। ପରିବାରରେ ସମସ୍ତଙ୍କ ସହିତ ସୁସଂପର୍କ ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ପରିବାରରେ ଅଶାନ୍ତି ଦେଖାଦେବ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ମିଳିବ।

ମୀନ: ବ୍ୟବସାୟରେ ଉନ୍ନତି ଦେଖାଦେବ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।