୨୧ ଅଗଷ୍ଟ, ରବିବାର: ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ସଂପନ୍ନ ହେବ

ମେଷ: କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ଅନେକ ସମସ୍ୟାର ସମାଧାନ ହୋଇଯିବ। ପରିବାରରେ ହସଖୁସିରେ ବାତାବରଣ ରହିବ।

ବୃଷ: ଧନପ୍ରାପ୍ତିର ଯୋଗ ଅଛି। ଦୂର ସ୍ଥାନକୁ ଯାତ୍ରାରୁ ଲାଭବାନ୍ ହେବେ। ଜମିବାଡ଼ି ନେଇ କେତେକ ସମସ୍ୟାର ସମାଧାନ ହେବ।

ମିଥୁନ: ସନ୍ତାନଙ୍କ ସଂପର୍କରେ କୌଣସି ଶୁଭ ସମାଚାର ଶୁଣିବେ। କାର୍ଯ୍ୟକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ। ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ଆୟର ନୂତନ ପନ୍ଥା ଖୋଜିବେ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ସଂପନ୍ନ ହୋଇଯିବ।

ସିଂହ: ଋଣରୁ ମୁକ୍ତି ମିଳିବାର ରାସ୍ତା ଫିଟିବ। ଶତ୍ରୁମାନେ ଦୂରେଇ ଯିବେ। ବାଦବିବାଦ, ପ୍ରତିଯୋଗିତାମୂଳକ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।

କନ୍ୟା: ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେବ। ଆର୍ଥିକ ଉନ୍ନତି ଘଟିବ। ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସେଥିରେ କିଛି ପରିବର୍ତ୍ତନ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରି ପାରନ୍ତି।

ତୁଳା: ଆର୍ଥିକ କ୍ଷେତ୍ରଟି ଭଲ ରହିବ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକ ଓ ବନ୍ଧୁମାନଙ୍କ ସହିତ ବିଚାରବିମର୍ଶ କରନ୍ତୁ।

ବିଚ୍ଛା: ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ସାମଗ୍ରୀ କିଣିପାରନ୍ତି। ବିରୋଧୀମାନେ ସାମ୍ନାକୁ ଆସିବାକୁ ଭୟ କରିବେ। କଳା ଓ ସଂସ୍କୃତି ସହିତ ଜଡ଼ିତ ବ୍ୟକ୍ତିମାନଙ୍କର ଉନ୍ନତି ହେବ।

ମକର: ବନ୍ଧୁଙ୍କର କୌଣସି କାର୍ଯ୍ୟରେ ଯୋଗଦେଇ ଆନନ୍ଦ ଅନୁଭବ କରିବେ। ପୈତୃକ ସମ୍ପତ୍ତି ପାଇଁ ପରିବାରରେ ଲାଗି ରହିଥିବା କଳହର ସମାଧାନ ହେବ। କଠିନ ପରିଶ୍ରମ ହେତୁ ବ୍ୟବସାୟରେ ଭଲ ଲାଭ ମିଳିବ।

କୁମ୍ଭ: ସ୍ୱାସ୍ଥ୍ୟ ଠିକ୍ ରହିବ। ଦୂରଯାତ୍ରାରୁ ସଫଳତା ପ୍ରାପ୍ତି ହେବ। ବନ୍ଧୁଙ୍କ ଦ୍ୱାରା ଲାଭବାନ ହେବେ। ଉଚ୍ଚସମ୍ମାନ ପାଇବେ।

ମୀନ: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ, ଆଜି ଦିନଟି ଭଲ ରହିଛି। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।