୨୨ ଅକ୍ଟୋବର, ଶୁକ୍ରବାର: ଅନେକ ସମସ୍ୟାର ସମାଧାନ ହୋଇଯିବ

ମେଷ: କୌଣସି କାମ ଅଟକିବ ନାହିଁ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ବୃଷ: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। କିଛି ନୂଆ ଅନୁଭୂତି ମିଳିପାରେ। ବନ୍ଧୁଙ୍କ ସହଯୋଗ ଦ୍ୱାରା ଆଗକୁ ବଢ଼ିବେ। ମିଥୁନ: ଉଚ୍ଚପ୍ରଶଂସା ମିଳିବ। ଶତ୍ରୁଙ୍କୁ କ୍ଷମା କରି ଦେବେ। ସମାଜସେବା ପ୍ରତି ମନ ବଳାଇବେ। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରିବେ। କର୍କଟ: ମନ ପ୍ରସନ୍ନ ରହିବ। ଅନେକ ସମସ୍ୟାର ସମାଧାନ ହୋଇଯିବ। ଉଚ୍ଚ ଆଶା ନେଇ […]

Horoscope

Jitendra Garnayak
  • Published: Friday, 22 October 2021
  • , Updated: 22 October 2021, 12:46 PM IST

ମେଷ: କୌଣସି କାମ ଅଟକିବ ନାହିଁ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ବୃଷ: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। କିଛି ନୂଆ ଅନୁଭୂତି ମିଳିପାରେ। ବନ୍ଧୁଙ୍କ ସହଯୋଗ ଦ୍ୱାରା ଆଗକୁ ବଢ଼ିବେ।

ମିଥୁନ: ଉଚ୍ଚପ୍ରଶଂସା ମିଳିବ। ଶତ୍ରୁଙ୍କୁ କ୍ଷମା କରି ଦେବେ। ସମାଜସେବା ପ୍ରତି ମନ ବଳାଇବେ। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରିବେ।

କର୍କଟ: ମନ ପ୍ରସନ୍ନ ରହିବ। ଅନେକ ସମସ୍ୟାର ସମାଧାନ ହୋଇଯିବ। ଉଚ୍ଚ ଆଶା ନେଇ ଆଗେଇବେ।

ସିଂହ: ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। କଳା, ସାହିତ୍ୟ, କ୍ରୀଡ଼ା ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ।

କନ୍ୟା: ସରକାରୀ ଚାପ ପଡ଼ିଲେ ମଧ୍ୟ ଅନେକ କ୍ଷେତ୍ରରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ।

ତୁଳା: ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ। ଅଫିସରେ କରିଥିବା କାମରୁ ଶୁଭ ଫଳ ପାଇବେ।

ବିଛା: ମାନସମ୍ମାନ ବୃଦ୍ଧି ପାଇବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ଧନୁ: ସାମ୍ବାଦିକତା, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ରାସ୍ତାରେ ଯା’ଆସ କଲା ବେଳେ ସତର୍କ ରୁହନ୍ତୁ।

ମକର: କର୍ମକ୍ଷେତ୍ରରେ ପଦୋନ୍ନତି ହେବ। ଶତ୍ରୁଙ୍କ ସହିତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବେ। ନିଜର ଯୋଗ୍ୟତା ଓ କ୍ଷମତାରୁ ବହୁତ ଲାଭ ମିଳିବ।

କୁମ୍ଭ: ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଧନପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ପାଇବେ।

ମୀନ: ପତିପତ୍ନୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଭଲ ଲାଭ ପାଇବେ।

Related story