୨୨ ମେ’, ଶନିବାର: ମିତ୍ରମାନଙ୍କ ପରାମର୍ଶରୁ ଫାଇଦା ମିଳିବ

ମେଷ: ଶରୀର ସୁସ୍ଥ ରହିବ। ଆର୍ଥିକ ସ୍ଥିତି ଠିକ୍ ରହିବ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ପାଇବେ। ପରିବାରରେ ହସଖୁସିର ପରିବେଶ ରହିବ। ବୃଷ: ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ପାଇଁ ଆଜି ପ୍ରଶଂସା ପାଇବେ। ଅନ୍ୟମାନଙ୍କ ସମସ୍ୟା ଦୂର କରିବାକୁ ପ୍ରୟାସ କରିବେ। ଯାତ୍ରା କରନ୍ତୁ ନାହିଁ। ମିଥୁନ: ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ। ମାନସମ୍ମାନ ବଢ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ନଦେଇ ଅଯଥାରେ ସମୟ ନଷ୍ଟ କରିବେ। କର୍କଟ: ପାରିବାରିକ ଅଶାନ୍ତି […]

Horoscope

Jitendra Garnayak
  • Published: Saturday, 22 May 2021
  • , Updated: 22 May 2021, 08:03 AM IST

ମେଷ: ଶରୀର ସୁସ୍ଥ ରହିବ। ଆର୍ଥିକ ସ୍ଥିତି ଠିକ୍ ରହିବ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ପାଇବେ। ପରିବାରରେ ହସଖୁସିର ପରିବେଶ ରହିବ।

ବୃଷ: ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ପାଇଁ ଆଜି ପ୍ରଶଂସା ପାଇବେ। ଅନ୍ୟମାନଙ୍କ ସମସ୍ୟା ଦୂର କରିବାକୁ ପ୍ରୟାସ କରିବେ। ଯାତ୍ରା କରନ୍ତୁ ନାହିଁ।

ମିଥୁନ: ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ। ମାନସମ୍ମାନ ବଢ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ନଦେଇ ଅଯଥାରେ ସମୟ ନଷ୍ଟ କରିବେ।

କର୍କଟ: ପାରିବାରିକ ଅଶାନ୍ତି ଦୂରେଇ ଯିବ। ସୁସ୍ୱାଦୁ ଭୋଜନ କରିବେ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।

ସିଂହ: ମିତ୍ରମାନଙ୍କ ପରାମର୍ଶରୁ ଫାଇଦା ମିଳିବ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ, ଶୁଭ ଫଳ ପ୍ରାପ୍ତି ହେବ।

କନ୍ୟା: ସମ୍ପର୍କୀୟଙ୍କ ସଂପର୍କରେ ଶୁଭ ସୂଚନା ଶୁଣି ଖୁସି ହେବେ। ପରିବାରରେ ଶାନ୍ତିର ବାତାବରଣ ରହିବ। ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ।

ତୁଳା: ମିତ୍ରଙ୍କଠାରୁ ସାହାଯ୍ୟ ପାଇବେ। ସୁସ୍ଥ ରହିବେ। ଘରେ ରହି ପଢ଼ାପଢ଼ିରେ ମନ ଦେବେ।

ବିଛା: ମାନସିକ ଦୁଶ୍ଚିନ୍ତା ଦୂର ହେବ। ସୁଖସମୃଦ୍ଧି ଓ ମାନସମ୍ମାନ ବୃଦ୍ଧିହେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ।

ଧନୁ: ଆୟର ବିକଳ୍ପ ପନ୍ଥା ଖୋଜିବେ। ନିର୍ମାଣାଧୀନ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବ।

ମକର: ଧନପ୍ରାପ୍ତି ହେବ। ମାନସମ୍ମାନ ବୃଦ୍ଧି ହେବ। ଭାଇ, ବନ୍ଧୁ ଓ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇବେ।

କୁମ୍ଭ: କୌଣସି ପ୍ରକାର ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ମୀନ: ଶାରୀରିକ ଅସୁସ୍ଥତା ଦୂର ହେବ। ସାମାଜିକ ପତିଆରା ବଜାୟ ରହିବ। କୌଣସି ନୂଆ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିବେ।

Related story