୨୨ ମେ’, ରବିବାର: ଆଶା ପୂରଣ ହେବ

ମେଷ: ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ କରି ପାରିବେ। ବକେୟା ଅର୍ଥ ମିଳିପାରେ।

ବୃଷ: ମାନସମ୍ମାନ ବଢ଼ିବ। ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ।

ମିଥୁନ: ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ଶତୃମାନଙ୍କୁ ମୁକାବିଲା କରିପାରିବେ।

କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ପଦନ୍ନୋତି ମିଳିପାରେ। ବ୍ୟବସାୟରେ କିଛି ନୂଆ କଥା କରିବାକୁ ପ୍ରୟାସ କରିବେ।

ସିଂହ: ସହନଶୀଳତା ଗୁଣ ପାଇଁ ପ୍ରଶଂସିତ ହେବେ। ଆଶା ପୂରଣ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ।

କନ୍ୟା: ସନ୍ତାନସନ୍ତତିଙ୍କ ଇଚ୍ଛା ରକ୍ଷାକରି ପରିବାରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବେ। ବ୍ୟବସାୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ। ଅର୍ଥ ଲାଭର ସୁଯୋଗ ପାଇବେ।

ତୁଳା: ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ।

ବିଛା: ଅର୍ଥଲାଭ ହେବ। ସୁନାମପ୍ରାପ୍ତି ହେବ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଭଲ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ।

ଧନୁ: ଧାତୁ ପଦାର୍ଥ କ୍ରୟବିକ୍ରୟ କରୁଥିବା ବ୍ୟବସାୟୀମାନେ ପ୍ରବଳ ଲାଭ ପାଇବେ। କର୍ମକ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ।

ମକର: ସହକର୍ମୀ ମାନଙ୍କ ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଲାଭପ୍ରାପ୍ତି ହେବ। ଜମିବାଡ଼ି ନେଇ କେତେକ ସମସ୍ୟାର ସମାଧାନ ସହଜରେ ହୋଇଯିବ।

କୁମ୍ଭ: ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବ। କର୍ମକ୍ଷେତ୍ରରେ ଭଲ ସୁଯୋଗ ପାଇଲେ ମଧ୍ୟ ତା’ର ସଠିକ୍ ବ୍ୟବହାର କରିବା କଷ୍ଟକର ହେବ।

ମୀନ: ସ୍ୱାସ୍ଥ୍ୟ ଠିକ୍ ରହିବ। ପାରିବାରିକ ଜୀବନ ଭଲ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆଶା ପୂରଣ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।